Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

30/04/2019 at 9:22 AM

ନୂଆଦିଲ୍ଲୀ ୩୦|୪: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି । ବିଚାରପତି ଏସ୍.ସି. ବବଡେ, ବିଚାପତି ନବୀନ ସିହ୍ନା ଓ ବିଚାରପତି ଇନ୍ଦିରା ବାନାର୍ଜୀଙ୍କ ଖଣ୍ଡପୀଠରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହେବ। ଏହି ମାମଲାରେ ଆମିକସ୍ କ୍ୟୁରି ଭାବେ ଅଦାଲତକୁ ସହାୟତା କରୁଥିବା ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର ଶ୍ରୀମନ୍ଦିର ପରିଦର୍ଶନ କରି ଗତ ମାସ ୫ରେ ଯେଉଁ ବିସ୍ତୃତ ରିପୋର୍ଟ ଓ ସୁପାରିସ୍ ଦାଖଲ କରିଥିଲେ ସେସମ୍ପର୍କରେ କୋର୍ଟଙ୍କ ରିପୋର୍ଟ ଉପସ୍ଥାପନା କରିବେ ବୋଲି ଜଣାପଡ଼ିଛି । ଆମିକସ୍ କ୍ୟୁରିଙ୍କ ରିପୋର୍ଟରେ ପୁରୀ ଜିଲ୍ଲା ଜଜ୍ ଙ୍କ ୮ରୁ ୯ଟି ସୁପାରିସ୍ କାର୍ଯ୍ୟକାରୀ ହୋଇଥିବା କହିଥିଲେ। ଦାନ ଦଖିଣା ବାଟମାରଣାକୁ ରୋକାଯାଇ ପାରିଲେ ମନ୍ଦିର ଆୟ ବୃଦ୍ଧି ପାଇବ ଓ ସମସ୍ତ ସମସ୍ୟାର ଦୂରୀକରଣ ସହ ବିନା ବାଧାରେ ଭକ୍ତ ଓ ଶ୍ରଦ୍ଧାଳୁ ଶୃଙ୍ଖଳିତ ଦର୍ଶନ କରିପାରିବେ ବୋଲି ସେ ରିପୋର୍ଟରେ ଉଲ୍ଲେଖ କରିଥିଲେ । ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟ ମନ୍ଦିର ଗର୍ଭ ଗୃହରେ ଯଥେଷ୍ଟ ସ୍ଥାନ ରହିଥିଲେ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ କିଛି ବ୍ୟବସ୍ଥା ନଥିବା ସେ ଉଲ୍ଲେଖ କରିଥିଲେ । ବିଭିନ୍ନ କାରଣରୁ ଭକ୍ତମାନେ ହଇରାଣ ହରକତ୍ ହେଉଥିବା ନେଇ ଗତ ଶୁଣାଣିରେ ଖଣ୍ଡପୀଠ ଆମିକସ୍ କ୍ୟୁରିଙ୍କ ରିପୋର୍ଟରୁ ଜାଣିଥିଲେ ଏବଂ ପୁରୀ ଶ୍ରମନ୍ଦିର ସମେତ ଦେଶର ବିଭିନ୍ନ ମନ୍ଦିର ଓ ଧର୍ମପୀଠର ପରିଚାଳନା ଦାୟିତ୍ବରେ ସରକାରୀ ଅଧିକାରୀ ରହିଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ। ତେଣୁ ଆଜିର ଶୁଣାଣିରେ ଏସବୁ ପ୍ରସଙ୍ଗ ଖୁବ୍  ଗୁରୁତ୍ବ ବହନ କରୁଛି।

   Related Posts