ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ହେବ ଶୁଣାଣି

Published By : Prameya-News7 Bureau | August 27, 2019 IST

ନୂଆଦିଲ୍ଲୀ ୨୭|୮: ଆଜି ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ହେବ ଶୁଣାଣି । ସୁପ୍ରିମକୋର୍ଟଙ୍କ ୪ ନମ୍ବର କୋର୍ଟରେ ମାମଲାର ଶୁଣାଣି କରିବେ ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍  ଏମ ଆର୍ ଶାହା ଏବଂ ଜଷ୍ଟିସ୍  ବି ଆର୍ ଗାଭି ।

ପୂର୍ବରୁ କେବଳ ସଂସ୍କାର ମାମଲାର ଶୁଣାଣି ହେଉଥିବା ବେଳେ ଏବେ ମୂଳ ମାମଲା ସହ ମେଘନାଦ ପାଚେରୀକୁ ଲାଗିଥିବା ନିର୍ମାଣର ଉଚ୍ଛେଦ ମାମଲାକୁ ଯୋଡ଼ି ଦିଆଯାଇଛି । ଯାହା ଉଚ୍ଛେଦକୁ ନେଇ ସ୍ଥଗିତା ଦେଶ ଲଗାଇବା ପାଇଁ ରୁଜୁ କରାଯାଇଛି । ତେବେ ଆଜି ଉଭୟ ମାମଲାର ପୃଥକ ପୃଥକ ଶୁଣାଣି ହେବ ।

ଗତ ଅଗଷ୍ଟ ୨ରେ ହୋଇଥିବା ଶୁଣାଣି ବେଳେ ଶ୍ରୀମନ୍ଦିର ସମ୍ପତ୍ତି ସୁରକ୍ଷା ନେଇ ଉଭୟ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନକୁ ପ୍ରଶ୍ନ କରିଥିଲେ କୋର୍ଟ । ଯାହାର ଆଜି ତଥ୍ୟ ରଖିବେ ଉଭୟ ସରକାର ଓ ମନ୍ଦିର ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.