ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜାମିନ
3/07/2018 at 8:14 AM

ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାସଂଦାଙ୍କୁ ଜାମିନ୍ । ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ । ତେବେ ତଳକୋର୍ଟ ସର୍ତ୍ତ ନିର୍ଦ୍ଧାରଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଅଗଷ୍ଟ ମାସରେ ଏ ନେଇ ରାମଚନ୍ଦ୍ର ହାସଂଦାଙ୍କୁ ବେଲ ଆବେଦନକୁ ଖାରଜ କରିଥିଲେ କୋର୍ଟ । କିନ୍ତୁ କୋର୍ଟକୁ ନିକଟରେ ବିଭିନ୍ନ ବିଭିନ୍ନ ଗ୍ରାଉଣ୍ଡର ରଖିଥିଲେ ହାସଂଦାଙ୍କ ଓକିଲ, ଯେପରି ବିଗତ ୩ ବର୍ଷ ୭ ମାସ ହେଲାଣି ସେ ଜେଲରେ ଅଛନ୍ତି। ଏ ମାମଲରେ ଦୋଷିଥିବା ଅନ୍ୟ ୪ ଜଣ ବେଲ ରେ ଅଛନ୍ତି ଏବଂ ଖାସ କରି ୪ ବର୍ଷ ତଳେ ମାମଲାଟି ଧାରା ୧୩ (୧) D under ରେ ଦାୟର ହୋଇନଥିଲା। ତେଣୁ ଏ ସବୁ ଗ୍ରାଉଣ୍ଡକୁ ଆଧାର କରି ସୁପ୍ରିମ କୋର୍ଟ ବେଲ ପ୍ରଦାନ କରିଛନ୍ତି। କୋର୍ଟ ନମ୍ବର ୫ରେ ଜଷ୍ଟିସ ଏ କେ ସିକ୍ରି ଏବଂ ଜଷ୍ଟିସ ଆଶୋକ ଭୂଷଣଙ୍କ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ସୂଚନା ଅନୁସାରେ ୪ ନଭେମ୍ବର ୨୦୧୧ ରେ ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲରେ ଧରା ପଡିଥିଲେ ରାମଚନ୍ଦ୍ର ହାସଂଦା। ତାଙ୍କୁ ଝାରପଡା ସ୍ପେସାଲ ଜେଲରେ ରଖା ଯାଇଥିଲା।