Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁପ୍ରିମକୋର୍ଟ ପ୍ରଧାନବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା, ଗଠିତ ହେଲା ୩ ଜଣିଆ ବିଚାରପତି କମିଟି

24/04/2019 at 6:56 PM

ନୂଆଦିଲ୍ଲୀ ୨୪।୪: ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲାକୁ ନେଇ ସୁପ୍ରିମକୋର୍ଟ  ଚାକିରୀରୁ ବରଖାସ୍ତ ହୋଇଥିବା ମହିଳା କର୍ମଚାରୀଙ୍କ ଅଭିଯୋଗର ସତ୍ୟାସତ୍ୟ  ତଦନ୍ତ  ନିମେନ୍ତେ ଗଠିତ ହେଲା ୩ ଜଣିଆ ବିଚାରପତିଙ୍କ କମିଟି।  ସୁପ୍ରମକୋର୍ଟଙ୍କ ବିଚାରପତିଙ୍କ ବୈଠକରେ ଆଜି ଏହି କମିଟି ଗଠନକୁ ଅନୁମୋଦନ ମିଳିଛି ।

ବିଚାରପତି ଏସ. ଏ. ବୋବଦେଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ବିଚାରପତି ଇନ୍ଦିରା ବାନାର୍ଜି ଓ ଏନ. ଭି. ରମଣା  ସଦସ୍ୟ ଅଛନ୍ତି। ବିଚାରପତି ବୋବଦେଙ୍କ କମିଟି ଆଜି ଏ ନେଇ ଅଭିଯୋଗକାରିଣୀ ଓ  ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ ସଞ୍ଜୀବ କାଲଗାଓଁଙ୍କରଙ୍କୁ ନୋଟିସ ପଠାଇ ଶୁକ୍ରବାର କୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

ଏପଟେ ଯୌନ ନିର୍ଯାତନା ଅଭିଯୋଗରେ ରଞ୍ଜନ ଗୋଗୋଇଙ୍କୁ ବଦନାମ କରାଯିବାକୁ  ଷଡଯନ୍ତ୍ର ରଚାଯାଇଥିବା ନେଇ ଆଇନଜୀବୀ ଉତ୍ସବ ବୈନସ  ତଥ୍ୟପ୍ରମାଣ ସମ୍ବଳିତ ଏକ ରିପୋର୍ଟ ଜଉମୁଦ ଲଫାପାରେ ସୁପ୍ରିମକୋର୍ଟଙ୍କୁ ଦାଖଲ କରିଛନ୍ତି । ରିପୋର୍ଟ ମିଳିବା ପରେ  ବିଚାରପତି  ଅରୁଣ ମିଶ୍ର, ବିଚାରପତି ଆର. ଫ ନରିମାଣ ଓ  ବିଚାରପତି ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ  ସିବିଆଇ,ଦିଲ୍ଲୀ ପୋଲିସ ଓ ଆଇବି ମୁଖ୍ୟଙ୍କୁ ସମନ ଜାରି କରିଛନ୍ତି। ତେବେ ଏହା ତଦନ୍ତ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଖଣ୍ଡପୀଠ।

ପୂର୍ବରୁ ଯୌନ ନିର୍ଯାତନା ଅଭିଯୋଗକୁ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡନ  କରିଛନ୍ତି। ନାୟପାଳିକାର ସ୍ବାଧୀନତା ପ୍ରତି ହସ୍ତକ୍ଷେପ କରିବାନେଇ ବଡ ଷଡଯନ୍ତ୍ରର ଉନ୍ମୋଚନ ପାଇଁ ଏକ ବୃହତର  ବେଞ୍ଚରେ ଶୁଣାଣି ପାଇଁ ସୁପାରିସ  କରିଥିଲେ ଗୋଗୋଇ।

   Related Posts