Thursday, January 23, 2020

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଫା ହେଲା ଫାଶୀ ରାସ୍ତା: ଫେଲ୍ ମାରିଲା ଶେଷ ପ୍ରୟାସ…

ନୂଆଦିଲ୍ଲୀ୧୪/୧: ସଫା ହେଲା ଫାଶୀ ରାସ୍ତା । କ୍ୟୁରେଟିଭ୍ ପିଟିସନ୍ ଖାରଜ ପରେ ୨୨ ତାରିଖ ସକାଳ ୭ ଟାରେ ୪ ନିର୍ଭୟା ଦୋଷୀ ଯେ ତିହାର ଜେଲରେ ଫାଶୀ ଖୁଣ୍ଟରେ ଝୁଲିବେ ତାହା ସ୍ପଷ୍ଟ ହୋଇଯାଇଛି। ସୁପ୍ରିମକୋର୍ଟରେ ବିନୟ ଓ ମୁକେଶ କରିଥିବା ଶେଷ ପ୍ରୟାସ ଆଜି ଫେଲ୍ ମାରିଛି । ଏବେ ବିକଳ୍ପ କେବଳ ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ । ସେପଟେ କିନ୍ତୁ ଫାଶୀ ଫାଇଁ ତିହାର ଜେଲରେ ପ୍ରସୂତି ଚୂଡ଼ାନ୍ତ ପର୍ଯ୍ୟାୟରେ  ପହଞ୍ଚିଛି।    

ଫେଲ୍ ମାରିଲା ଶେଷ ପ୍ରୟାସ । ଫାଶୀରୁ ବର୍ତ୍ତିବାକୁ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୨ ଦୋଷୀ କରିଥିବା ଶେଷ ପ୍ରୟାସ ଫେଲ୍ ମରିଛି । ତେଣୁ ଫାଶୀ ନିଶ୍ଚିତ ।  ଫାଶୀ ପାଇଁ ଦିନ ଗଣୁଥିବା ଦୋଷୀଙ୍କ ଆଶା ଥିଲା କ୍ୟୁରେଟିଭ ପିଟିସନ। ହେଲେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ୍  ଏନ.ଭି ରମନ୍ନା, ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ଆର ଭାନୁମତି ଓ ଜଷ୍ଟିସ୍  ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ୟୁରେଟିଭ ପିଟିସନର ବିଚାର କରିଥିଲେ।  ଏମାନଙ୍କ ମଧ୍ୟରୁ ଜଷ୍ଟିସ୍  ଆର ଭାନୁମତି ଓ ଜଷ୍ଟିସ ଭୂଷଣ ରିଭ୍ୟୁ ପିଟିସନ ଖାରଜ ଖଣ୍ଡପୀଠରେ ରହିଥିଲେ। ତେଣୁ ସମସ୍ତେ ମିଳିତ ଭାବେ କ୍ୟୁରେଟିଭ ପିଟିସନର ଖାରଜ କରିଛନ୍ତି।

ଭାରତୀୟ ଆଇନ ପ୍ରକ୍ରିୟାରେ କ୍ୟୁରେଟିଭ ଦଲିଲ ଜଣେ ଅଭିଯୁକ୍ତ ପାଇଁ ଶେଷ ଆଶା । ତେଣୁ ଫାଶୀରୁ ବର୍ତ୍ତିବାକୁ ୪ ଜଣଙ୍କ ମଧ୍ୟରୁ ବିନୟ ଓ ମୁକେଶ କ୍ୟୁରେଟିଭ ପିଟିସନ୍ ଦାଖଲ କରିଥିଲେ। ପବନ ଗୁପ୍ତା ଓ ଅକ୍ଷୟ ସିଂହ ଏଯାଏ କ୍ୟୁରେଟିଭ ପିଟିସନ ଦାଖଲ କରି ନାହାନ୍ତି। କୋର୍ଟ ପିଟିସନ୍ ଖାରଜ କରିଦେବା ପରେ ଏବେ ଦୋଷୀଙ୍କ ପାଇଁ ଫାଶୀର ରାସ୍ତା ପରିଷ୍କାର ହୋଇଛି । ପଟିଆଲା ହାଉସ କୋର୍ଟ ଜାରି କରିଥିବା ଡେଥ୍  ୱାରେଣ୍ଟ ଅନୁଯାୟୀ, ସମସ୍ତ ୪ ଦୋଷୀଙ୍କୁ ୨୨ ତାରିଖ ସକାଳ ୭ଟାରେ ଫାଶୀ ଖୁଣ୍ଟରେ ଝୁଲାଯିବ।  କ୍ୟୁରେଟିଭ୍ ପିଟିସନ୍ ଖାରଜ ପରେ ଆଶ୍ବସ୍ତ ହୋଇଛନ୍ତି ନିର୍ଭୟାଙ୍କ ବାପା ମା ।

ତେବେ ଦୋଷୀଙ୍କ ପାଇଁ ଆଉ କେଉଁ ବିକଳ୍ପ ରହିଛି ?  ଭାରତୀୟ ବିଧି ବ୍ୟବସ୍ଥା ଅନୁଯାୟୀ ଫାଶୀରୁ ବର୍ତ୍ତିବାକୁ ଦୋଷୀଙ୍କ ପାଖରେ ଏବେ ଆଉ ମାତ୍ର ଗୋଟିଏ ବିକଳ୍ପ ରହିଛି। ତାହା ହେଉଛି ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ। ଦୋଷୀ ବିନୟର କ୍ଷମା ଆବେଦନ ଫାଇଲ୍ ଏବେ ରାଷ୍ଟ୍ରପତିଙ୍କ ନିକଟରେ ରହିଛି । ଯେକୌଣସି ମୁହୁର୍ତ୍ତରେ ନିଷ୍ପତ୍ତି ଆସିପାରେ । ସେପେଟ ୨୨ ରେ ଫାଶୀ ପାଇଁ ତିହାର ଜେଲରେ ଚାଲିଛି ରିହରସାଲ ।  ଫାଶୀ ଖୁଣ୍ଟ ସହ ଜହ୍ଲାଦ ଯୋଗାଡ଼ ଚାଲିଛି । 

659 Views

   ସମ୍ବନ୍ଧିତ ଖବର


Loading...