ଆର୍ଥିକ ପ୍ୟାକେଜ୍ ଦେବା ନେଇ କେନ୍ଦ୍ରର କଟାକ୍ଷ- କେଉଁ ଗରିବ ଆମେରିକା ଯାତ୍ରା କରୁଛି ?

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮।୦୫: ଆମେରିକାରେ ଫସିଥିବା ଭାରତୀୟଙ୍କୁ  ଆର୍ଥିକ ରିଲିଫ୍ ପ୍ୟାକେଜ୍‌ ଦିଆଯିବା ସମ୍ବନ୍ଧିତ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି। ବିଚାରପତି ଅଶୋକ ଭୂଷଣ, ବିଚାରପତି ସଞ୍ଜୟ କିଶନ କୌଲ ଓ ବିଚାରପତି ବିଆର ଗବଇଙ୍କ ଖଣ୍ଡପୀଠ ଶୁଣାଣି ବେଳେ ବରିଷ୍ଠ ଆଡଭୋକେଟ୍ ବିଭା ଦତ୍ତା ମଖିଜାଙ୍କ ଆବେଦନକୁ ଖାରଜ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ଏହି ପରି ଆବେଦନର ଶୁଣାଣି କରାଯାଇ ପାରିବ ନାହିଁ।  କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଶୁଣାଣି ବେଳେ କହିଥିଲେ ଯେ, ତାଙ୍କୁ ଜଣା ନାହିଁ ଯେ, କେଉଁ ଗରିବ ବ୍ୟକ୍ତ ଆମେରିକା ଯାତ୍ରା କରେ। 

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ଲକ୍‌ଡାଉନ୍ ସମୟରେ ବିଦେଶରେ ଫସି ଥିବା ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଆଣିବା ଲାଗି ଭାରତ ସରକାର ବନ୍ଦେ ଭାରତ ମିଶନ ଚଳାଇଛନ୍ତି। ହଜାର  ହଜାର ଭାରତୀୟଙ୍କୁ ବିମାନ ଏବଂ ଜାହାଜରେ ଭାରତ ଅଣାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.