ସୁପ୍ରିମକୋର୍ଟଙ୍କ ଫଇସଲା, କେରଳ ପଦ୍ମନାଭସ୍ୱାମୀ ମନ୍ଦିରରେ ତ୍ରାବଣକୋର ରାଜପରିବାରର ଅଧିକାର

Published By : Prameya-News7 Bureau | July 13, 2020 IST

କୋଚି ୧୩/୦୭ : କେରଳ ପଦ୍ମନାଭସ୍ୱାମୀ ମନ୍ଦିରର ପ୍ରଶାସନ ଓ ସମ୍ପତ୍ତିର ଅଧିକାରୀଙ୍କୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟ ନିଜ ଫଇସଲା ଶୁଣାଇଛନ୍ତି | ସୁପ୍ରିମକୋର୍ଟ କେରଳ ହାଇକୋର୍ଟଙ୍କ ଫଇସଲାକୁ ବଦଳାଇ ଦେଶର ସବୁଠାରୁ ଅଧିକ ସମ୍ପତ୍ତି ଥିବା ମନ୍ଦିର ମଧ୍ୟରୁ ଗୋଟିଏ ପଦ୍ମନାଭସ୍ୱାମୀ ମନ୍ଦିରର ପ୍ରବନ୍ଧନ ଅଧିକାର ତ୍ରାବଣକୋରର ପୂର୍ବତନ ରାଜକୀୟ ପରିବାରକୁ ହସ୍ତାନ୍ତର କରିଛନ୍ତି | ମନ୍ଦିରର ପାଖାପାଖି ୨ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅଛି ବୋଲି କୁହାଯାଏ |

{"id":299751,"sizeSlug":"large"}

ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ନେଇ ସୁପ୍ରିମକୋର୍ଟରେ ହେବାକୁଥିବା ଶୁଣାଣି ବେଳେ ଗୋଟିଏ କଥା ଉପରେ ଫଇସଲା ନିଆଯାଇଥିଲା ଯେ ପଦ୍ମନାଭସ୍ୱାମୀ ମନ୍ଦିର ପ୍ରବନ୍ଧନ ଦାୟିତ୍ୱ ତ୍ରାବଣକୋରର ପୂର୍ବତନ ରାଜକୀୟ ପରିବାରକୁ ଦିଆଯାଉ | ଏହାସହ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଥିରୁଅନନ୍ତପୁରମର ଜିଲ୍ଲା ଜଜଙ୍କ ଅଧ୍ୟକ୍ଷତା କମିଟି ବର୍ତ୍ତମାନ ମନ୍ଦିର ବ୍ୟବସ୍ଥା ଦେଖରେଖ କରିବେ | 

{"id":299753,"sizeSlug":"large"}

ସୂଚନାଯୋଗ୍ୟ ଯେ, କେରଳ ହାଇକୋର୍ଟ ୨୦୧୧ ମସିହାରେ ପଦ୍ମନାଭସ୍ୱାମୀ ମନ୍ଦିର ଅଧିକାର ଓ ସମ୍ପତ୍ତିକୁ ନେଇ ଏକ ବଡ ଫଇସଲା ଶୁଣାଇ ଏଥିରେ ରାଜ୍ୟ ସରକାର ଅଧିକାର ସାବ୍ୟସ୍ତ କରିଥିଲେ | କେରଳ ହାଇକୋର୍ଟଙ୍କ ଏହି ଆଦେଶକୁ ତ୍ରାବଣକୋରର ପୂର୍ବତନ ରାଜକୀୟ ପରିବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ | ଏହି ମାମଲାରେ ସୁପ୍ରିମକୋର୍ଟ ୮ ବର୍ଷରୁ ଅଧିକ ସମୟ ଶୁଣାଣି କରିଥିଲେ କିନ୍ତୁ କୌଣସି ଫଇସଲା ଆସିବା ବାକି ରହିଛି | ଏହି ମାମଲାରେ ଏପ୍ରିଲ ହୋଇଥିବା ଶୁଣାଣି ପରେ ଜଷ୍ଟିସ ଲଳିତ ଏବଂ ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ବେଞ୍ଚ ଫଇସଲା ସୁରକ୍ଷିତ ରଖିଥିଲେ |

{"id":299752,"width":586,"height":328,"sizeSlug":"large"}

ମନ୍ଦିର କେବେ ନିର୍ମାଣ ହୋଇଥିଲା ତାର କୌଣସି ପକ୍କା ପ୍ରମାଣ ମିଳିନାହିଁ | ଐତିହାସିକ ଡ.ଏଲ.କେ.ରାଓ ବର୍ମାଙ୍କ କହିବାନୁସାରେ ମନ୍ଦିର ପାଖାପାଖି ୫ ହଜାର ବର୍ଷ ପୁରୁଣା ଯେତେବେଳେ ମାନବ ସଭ୍ୟତା କଳିଯୁଗରେ ପହଞ୍ଚିଥିଲା | ମନ୍ଦିରର ଷ୍ଟ୍ରକ୍ଚର ହିସାବରେ ଦେଖିବାକୁ ଗଲେ କେରଳ ଥିରୁଅନନ୍ତପୁରମରେ ନିର୍ମାଣ ହୋଇଥିବା ପଦ୍ମନାଭସ୍ୱାମୀ ମନ୍ଦିର ସ୍ଥାପନା ଷୋହଳ ଶତାବ୍ଦୀରେ ତ୍ରାବାଣକୋରର ରାଜା କରିଥିଲେ | ସେବେଠାରୁ ସେଠାକାର ରାଜା ଏହି ମନ୍ଦିରକୁ ମାନିଆସୁଛନ୍ତି | ୧୭୫୦ ମସିହାରେ ମହାରାଜା ମାର୍ତଣ୍ଡ ବର୍ମା ନିଜକୁ ପଦ୍ମନାଭ ଦାସ ଘୋଷିତ କରିଥିଲେ | ଏହାପରେ ପୁରା ରାଜାପରିବାର ମନ୍ଦିର ସେବାରେ ଲାଗିଯାଇଥିଲା | ଏବେ ମଧ୍ୟ ରାଜପରିବାର ଅଧୀନ ଏକ ପ୍ରାଇଭେଟ ଟ୍ରଷ୍ଟ ମନ୍ଦିରର ଦେଖରେଖ କରୁଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.