Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୧୫ ଦିନ ଭିତରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଅ

5/06/2020 at 3:22 PM

ନୂଆଦିଲ୍ଲୀ ୦୫।୦୬: ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମହତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପ୍ରବାସୀଙ୍କୁ ଘରେ ପହଞ୍ଚାଇବା ଲାଗି ଆପଣଙ୍କୁ ୧୫ ଦିନର ସମୟ ଦେଇ ପାରିବୁ। ଏହି ସମୟ ଭିତରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଅ। କୋର୍ଟ କହିଛନ୍ତି ସମସ୍ତଙ୍କ ପ୍ରବାସୀଙ୍କ ରାଜ୍ୟଓ୍ଵାରି ଓ  ଜିଲ୍ଲାଓ୍ଵାରି ପଞ୍ଜିକରଣ ଜରୁରୀ।

ଅଦାଲତ ପ୍ରବାସୀ ଶ୍ରମିକଙ୍କ ଲାଗି ରାଜ୍ୟରେ ଲାଗୁ  ହୋଇଥିବା ଯୋଜନାର ତଥ୍ୟ ମାଗିଛନ୍ତି। ଯେବେ ସୁପ୍ରିମକୋର୍ଟ ପ୍ରଶ୍ନ କଲେ ଯେ, ଏ ପର୍ଯ୍ୟନ୍ତ କେତେ ଜଣ ଶ୍ରମିକ ଫସି ରହିଛନ୍ତି, ଏହା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ଓକିଲ କୌଣସି ତଥ୍ୟ ଦେଇ ପାରି ନାହାନ୍ତି। ଅଦାଲତ ଏହା ମଧ୍ୟ କହିଛନ୍ତି, ଏହି ସବୁ କାମ ବହୁତ ସମୟ ଧରି ଚାଲିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏବେ ଆଉ ୧୫ ଦିନର ସମୟ ଦେଇ ପାରିବୁ, ଯଦ୍ଵାରା ପ୍ରବାସୀଙ୍କୁ ଆଣିବା ଲାଗି ରାଜ୍ୟ ଆବଶ୍ୟକ ଟ୍ରେନ୍‌ର ବ୍ୟବସ୍ଥା କରି ପାରିବ।

ଆବେଦନ ଉପରେ ଶୁଣାଣି ସମୟରେ  ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଅଦ୍ୟାବଧି ପ୍ରାୟ ୧ କୋଟି ଶ୍ରମିକଙ୍କୁ ଘରେ ପହଞ୍ଚାଯାଇଛି। ସଡକ ମାର୍ଗରେ ୪୧ ଲକ୍ଷ ଓ ଟ୍ରେନ୍ ଜରିଆରେ ୫୭ ଲକ୍ଷ ଶ୍ରମିକ ଘରକୁ ଫେରିଛନ୍ତି। ରେଲଓ୍ଵେ ଜୁନ୍‌ ୩ ସୁଦ୍ଧା ୪,୨୨୮ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ସଞ୍ଚାଳନ କରିଛି। ଏଥିରୁ ଉତ୍ତର ପ୍ରଦେଶକୁ ୧୬୯୫ ଟ୍ରେନ୍‌ ପଠାଯାଇଛି। ଅଧିକାଂଶ ଟ୍ରେନ୍‌ରେ ୟୁପି ଓ ବିହାରର ଶ୍ରମିକ ଘରକୁ ଫେରିଛନ୍ତି। ଆମେ ରାଜ୍ୟ ସରକାରଙ୍କ ଯୋଗାଯୋଗରେ ଅଛୁ। କେବଳ ରାଜ୍ୟ ସରକାର ହିଁ ଅଦାଲତକୁ କହି ପାରିବେ ଯେ, କେତେ ପ୍ରବାସୀ ଶ୍ରମିକଙ୍କୁ ଏ ଯାଏ ଘରକୁ ପହଞ୍ଚାଯାଇଛି। ରାଜ୍ୟକୁ ଆଉ କେତେ ଟ୍ରେନ୍‌ର ଆବଶ୍ୟକତା ରହିଛି।

ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଯଦି କୌଣସି ବି ରାଜ୍ୟ ଟ୍ରେନ୍‌ ଲାଗି ଅନୁରୋଧ କରନ୍ତି, ତେବେ ସେମାନଙ୍କ ଆବଶ୍ୟକ ଅନୁଯାୟୀ କେନ୍ଦ୍ର ସରକାର ୨୪ ଘଣ୍ଟା ଭିତରେ ଟ୍ରେନ୍‌ ଯୋଗାଇ ଦେଉଛନ୍ତି। ଏହା ଉପରେ ସୁପ୍ରିମକୋର୍ଟ କହିଛନ୍ତି, ମହାରାଷ୍ଟ୍ର ସରକାର କହୁଛନ୍ତି ତାଙ୍କୁ ଗୋଟିଏ ଟ୍ରେନ୍‌ ଦରକାର। ତୁଷାର ମେହଟ୍ଟା କହିଛନ୍ତି, ମହାରାଷ୍ଟ୍ରରେ ଆମେ ପୂର୍ବରୁ ୮୦୨ ଟ୍ରେନ୍ ଚଳାଇଛୁ। ଏବେ ରାଜ୍ୟ ସରକାର କେବଳ ଗୋଟିଏ ଟ୍ରେନ୍‌ ଲାଗି ଅନୁରୋଧ କରିଛି। ପୁଣି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଏହାର ଅର୍ଥ କଣ କୌଣସି ବ୍ୟକ୍ତି ଆଉ ମହାରାଷ୍ଟ୍ର ଯିବେ ନାହିଁ।

   Related Posts