ନୂଆଦିଲ୍ଲୀ ୧୫।୭: ଦେଶଦ୍ରୋହ ଆଇନ କେତେ ଜରୁରି ସେ ନେଇ ଭାରତ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ବ୍ରିଟିଶ ଶାସନ କାଳର ଦେଶଦ୍ରୋହର ଅର୍ଥ ବୁଝାଇବାକୁ ଯାଇ କୋର୍ଟ ସ୍ୱାଧୀନତାର ୭୫ ବର୍ଷ ପରେ ବି ଦେଶରେ ଏପରି ଆଇନର ଆଉ ଆବଶ୍ୟକତା ଆଉ ଅଛି କି ବୋଲି ପଚାରିଛନ୍ତି। ଦେଶଦ୍ରୋହ ଆଇନ ଏଜେନ୍ସୀମାନଙ୍କ କାର୍ଯ୍ୟଶୈଳୀ ଲାଗି ବିପଦଜନକ ବୋଲି କୋର୍ଟ କହିଥିବା ବେଳେ ଆଇନ ଅତ୍ୟନ୍ତ ଶକ୍ତିଶାଳୀ ହୋଇଥିବାରୁ ଏହାର ଦୂରୁପଯୋଗର ସମ୍ଭାବନା ଥିବା କହିଛନ୍ତି।
{"id":481058,"sizeSlug":"large","linkDestination":"none"}ଏହି ଆଇନ ସମ୍ପର୍କରେ ଆଲୋଚନା କରି ସୁପ୍ରିମକୋର୍ଟଙ୍କ ପ୍ରଧାନ ନ୍ୟାୟାଧୀଷ ଏନ.ଭି ରମନ୍ନା ଏହାକୁ ଦେଶର ଏକ ସର୍ବ ପ୍ରାଚୀନ ଆଇନ ଓ ଆମକୁ ଏହାର ଆବଶ୍ୟକତା ଅଛି ବୋଲି କହିଛନ୍ତି। ତେବେ ଦେଶର ପୁରୁଣା ଆଇନ ହଟାଇ ଦିଆଯାଉଥିବା ବେଳେ ଏହାର ଆଉ ଆବଶ୍ୟକତା ଅଛି କି ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବରୁ ଏହି ଆଇନର କିପରି ଉପଯୋଗ ହେଉଥିଲା ଓ ଭାରତୀୟ ଦଣ୍ଡିବିଧି ଆଇନର ଧାରା ୧୨୪-ଏ କିପରି କାର୍ଯ୍ୟକାରୀ ହେଉଥିଲା ତାହା ମଧ୍ୟ ମୁଖ୍ୟ ନ୍ୟାୟାଧୀଶ ଦର୍ଶାଇଛନ୍ତି। ଖାସ ଏହି ଆଇନ ଲାଗି ଲୋକେ ଡରିକି ରହିବାକୁ ବାଧ୍ୟ ହେଉଥିଲେ । କେବଳ ଏହି ଆଇନ ନୁହେଁ ରାଜଦ୍ରୋହ ଆଇନର ବୈଧତାକୁ ମଧ୍ୟ କୋର୍ଟ ତର୍ଜମା କରିବେ ବୋଲି କହିଛନ୍ତି।
{"id":481062,"sizeSlug":"large","linkDestination":"none"}ଦେଶରେ ବ୍ରିଟିଶ ଶାସନ କାଳରେ ଏପରି ଆଇନଗୁଡିକ କିପରି କାର୍ଯ୍ୟକାରୀ ହେଉଥିଲା କୋର୍ଟ ତାର ମଧ୍ୟ ଉଦାହରଣ ଦେଇଛନ୍ତି। ମହାତ୍ମା ଗାନ୍ଧିଙ୍କୁ ଚୁପ କରିବା ପାଇଁ ତଥା ଦେଶର ସ୍ୱାଧୀନତା ଆନ୍ଦୋଳନକୁ ଦବାଇ ଦେବାକୁ ଇଂରେଜମାନେ କିପରି ଆଇନର ଉପଯୋଗ କରିଥିଲେ ତାର ମଧ୍ୟ ମୁଖ୍ୟ ନ୍ୟାୟାଧୀଶ ଉଦାହରଣ ଦେଇଛନ୍ତି। ଏଣୁ ସ୍ୱାଧୀନତାର ୭୫ ବର୍ଷ ପରେ ଆଉ ଏହି ଆଇନର ଆବଶ୍ୟକତା ଅଛିକି ବୋଲି କୋର୍ଟ ସରକାରଙ୍କୁ ପଚାରିଛନ୍ତି।
{"id":481063,"width":840,"height":629,"sizeSlug":"large","linkDestination":"none"}ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଲଙ୍କୁ ପ୍ରଧାନ ନ୍ୟାୟାଧୀଷ କହିଛନ୍ତି ଯେ ଆମ କାର୍ଯ୍ୟପାଳିକା ଉତ୍ତରଦାୟୀ ନୁହେଁ ଏଣୁ ଆମର ଚିନ୍ତା କେବଳ ଏହି ଆଇନର ଦୂରୁପଯୋଗ ବୋଲି କହିଛନ୍ତି । ଏଥିଲାଗି ଆମେ କୌଣସି ରାଜ୍ୟ ଅଥବା ସଂଘୀୟ ସରକାରଙ୍କୁ ଦାୟି କରୁନୁ ତେବେ ଏହି ଆଇନର ଇତିହାସକୁ ଦେଖିଲେ ଏଥିରେ ଖୁବ କ୍ୱଚିତ ଲୋକେ ଦୋଷୀ ସାବ୍ୟସ୍ତ ହୋଇଥିବା ଆମେ ଜାଣିବାକୁ ପାଉଛୁ ବୋଲି କହିଛନ୍ତି।