ଭଦ୍ରକରେ ୧୦୦୦ ଶଯ୍ୟା ବିଶିଷ୍ଟ ଏସସି ଓ ଏସଟି ହଷ୍ଟେଲ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

Published By : Prameya-News7 Bureau | December 16, 2020 IST

ଭଦ୍ରକ  ୧୬/୧୨: ୧୬ କୋଟି ଟଙ୍କା ବ୍ୟୟ ରେ ୧୦୦୦ ଶଯ୍ୟା ବିଶିଷ୍ଟ ଏସସି, ଏସଟି ହଷ୍ଟେଲ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।  ଭଦ୍ରକ ଜିଲ୍ଲାରେ ଦୁଇଟି ୫୦୦ ଶଯ୍ୟା ବିଶିଷ୍ଟ ବାଳିକା ଓ ବାଳକଙ୍କ ଏସସି ଓ ଏସଟି ହଷ୍ଟେଲର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି ।

{"id":378061,"sizeSlug":"large","linkDestination":"none"}

 ଭଦ୍ରକ ବ୍ଲକର ହରିପୁର ଓ ଲାଙ୍ଗୁଡ଼ିଠାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦୦୦ ଶଯ୍ୟା ବିଶିଷ୍ଟ ଏସସି ଓ ଏସଟି ହଷ୍ଟେଲ ନିର୍ମାଣ ପାଇଁ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ବିଧାୟକ ସଂଜୀବ ମଲ୍ଲିକ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି  । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ସରୋଜ ନାୟକଙ୍କ ସଭାପତିତ୍ୱରେ ଏକ ସଭା ଲାଙ୍ଗୁଡ଼ି ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ NPCCର ଶାଖା ପରିଚାଳକ ଶେଖର କୁମାର ଯୋଗ ଦେଇ ନିର୍ମିତ ହେବାକୁ ଥିବା ହଷ୍ଟେଲ ସମ୍ପର୍କରେ ଆଲୋକପାତ କରିଥିଲେ । ତେବେ ହଷ୍ଟେଲର କାର୍ଯ୍ୟ ୧୮ ମାସ ମଧ୍ୟରେ ସମାପ୍ତ ହେବ । ଏହି ହଷ୍ଟେଲର ଅନ୍ତେବାସୀଙ୍କୁ ଖାଇବା , ରହିବା ସହ ସ୍କୁଲ କିମ୍ବା କଲେଜକୁ ଗମନାଗମନ ପାଇଁ ମଧ୍ୟ ମାଗଣାରେ ସେବା ଯୋଗାଇଦିଆଯିବ ।

{"id":378062,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.