ଦୂରହେବ ଅମ୍ଳଜାନ ସମସ୍ୟା : ବେଦାନ୍ତ ଅକ୍ସିଜେନ ପ୍ଳାଣ୍ଟ୍‌ ଚାଲୁ କରିବାକୁ ସୁପ୍ରିମକୋର୍ଟଙ୍କ ଅନୁମତି

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭/୦୪ : ଅକ୍ସିଜେନ ଉତ୍ପାଦନ ପାଇଁ ଶିଳ୍ପ ସଂସ୍ଥା ବେଦାନ୍ତକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ତାମିଲନାଡୁର ଟୁଟିକୋରିନ୍‌ରେ ଦୀର୍ଘଦିନ ହେଲା ବନ୍ଦ ହୋଇପଡିଥିବା ବେଦାନ୍ତ ଅକ୍ସିଜେନ ପ୍ଲାଣ୍ଟ ପୁଣିଥରେ କାର୍ଯ୍ୟକ୍ଷମ ହେବ । ଏ ନେଇ ଗ୍ରୀନ୍‌ ସୁପ୍ରିମକୋର୍ଟ ଗ୍ରୀନ୍‌ ସିଗନାଲ ଦେଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରମୁଖ ସମସ୍ୟା ପାଲଟିଛି ଅକ୍ସିଜେନ । ବିଭିନ୍ନ ପ୍ଲାଣ୍ଟରେ ଅକ୍ସିଜେନ ଉତ୍ପାଦନକୁ ବୃଦ୍ଧି କରାଯାଇଥିବା ବେଳେ ଦୀର୍ଘଦିନ ହେଲା ବନ୍ଦ ହୋଇପଡିଥିବା  ଅକ୍ସିଜେନ ପ୍ଲାଣ୍ଟଗୁଡିକୁ ପୁନଃକାର୍ଯ୍ୟକ୍ଷମ କରାଯିବ । ଫଳରେ ଦେଶରେ ଆବଶ୍ୟକ ମୁତାବକ ଅକ୍ସିଜେନ କିଛି ମାତ୍ରାରେ ଭରଣ ହୋଇପାରିବ । ଏହି କ୍ରମରେ ତାମିଲନାଡୁରେ ପ୍ରଦୂଷଣ ଯୋଗୁଁ ୨୦୧୮ ମସିହାରୁ ବନ୍ଦ ହୋଇପଡିଥିବା ବେଦାନ୍ତ ଅକ୍ସଜେନ ପ୍ଲଣ୍ଟ ପୁଣି ଥରେ ଚାଲୁ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.