Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ନ୍ୟାୟମିତ୍ର ପଦରୁ ହଟିଲେ ହରିସ୍ ସାଲଭେ, ଜାଣନ୍ତୁ କାହିଁକି ?

23/04/2021 at 5:28 PM

ନୂଆଦିଲ୍ଲୀ ୨୩।୪: ସୁପ୍ରିମକୋର୍ଟ ଶୁକ୍ରବାର ବରିଷ୍ଠ ଅଧିବକ୍ତା ହରିସ୍‌ ସାଲଭେଙ୍କୁ ନ୍ୟାୟମିତ୍ର ପଦରୁ ହଟିବା ଲାଗି ଅନୁମତି ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍.ଏ.ବୋବଡେ, ଜଷ୍ଟିସ୍‌ ଏଲ.ନାଗେଶ୍ୱର ରାଓ ଏବଂ ଜଷ୍ଟିସ୍‌ ଏସ୍.ଆର.ଭଟ୍ଟଙ୍କ ୩ ସଦସୀୟ ପୀଠ ଆଦେଶ ନପଢି ବୟାନବାଜୀ ଲାଗି ଗୁରୁବାର କିଛି ବରିଷ୍ଠ ଓକିଲଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହ ଦେଶରେ କୋଭିଡ-୧୯ ପରିଚାଳନାକୁ ନେଇ ଶୁଣାଣି ନିମନ୍ତେ ଉଚ୍ଚ ନ୍ୟାୟାଳୟମାନଙ୍କ ଉପରେ କୌଣସି ରୋକ ନଥିବା କହିଛନ୍ତି ପୀଠ।

ତେବେ ସାଲଭେ ନ୍ୟାୟମିତ୍ର ପଦରୁ ନ ହଟନ୍ତୁ ବୋଲି ସୋଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ। ହେଲେଏହା ଏକ ସମ୍ବେଦନଶୀଳ ମାମଲା ବୋଲି ମୁଖ୍ୟ ବିଚାରପତି ଏସ୍.ଏ.ବୋବଡେ କହିଛନ୍ତି। ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଗୁରୁବାର ସରକାର ଏକ ଜାତୀୟ ଯୋଜନା ହାତକୁ ନିଅନ୍ତୁ ବୋଲି କହିଥିଲେ। କାରଣ କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ଲାଗି ଅକ୍ସିଜେନ ଏବେ ଜରୁରି ଆବଶ୍ୟକ ବୋଲି ଅନୁଭବ କରାଯାଉଛି। ଏଣୁ କୋର୍ଟ ଅକ୍ସିଜେନ୍‌ ଓ ଅନ୍ୟ ଆବଶ୍ୟକ ଔଷଧର ଉଚିତ ବିତରଣ ଲାଗି ସରକାର ସ୍ୱତନ୍ତ୍ର ଯୋଜନା ନେଇ ଆସନ୍ତୁ ବୋଲି  କୋର୍ଟ କହିଥିଲେ ।

ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ୍‌ ଏସ୍.ଏ.ବୋବଡେ ଶୁକ୍ରବାର ଅବସର ନେଇଛନ୍ତି। ତେବେ ପ୍ରସଙ୍ଗରେ ଜବାବ ରଖିବା ଲାଗି କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେବେ ଆଡଭୋକେଟ୍‌ ସାଲଭେଙ୍କୁ ନ୍ୟାୟମୂର୍ତ୍ତି ନିଯୁକ୍ତି କେବଳ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନୁହେଁ ଉପସ୍ଥିତ ସମସ୍ତ ଓକିଲଙ୍କର ମଧ୍ୟ ନିଷ୍ପତ୍ତି ଥିଲା ବୋଲି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଦୁବେଙ୍କୁ କହିଛନ୍ତି।     

   Related Posts