ସୁପ୍ରିମକୋର୍ଟରୁ ଭୋଡାଫୋନ ଆଇଡିଆକୁ ଆଶ୍ୱସ୍ତି, ଆୟକର ବିଭାଗରୁ ଫେରସ୍ତ ପାଇବ ୭୩୩ କୋଟି ଟଙ୍କାର ଶୁଳ୍କ

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୪: ଭୋଡାଫୋନ ଆଇଡିଆକୁ ସୁପ୍ରିମକୋର୍ଟ ବୁଧବାର ସାମାନ୍ୟ ଆଶ୍ୱସ୍ତ କରିଛନ୍ତି। ଆୟକର ସମ୍ପର୍କିତ ଟେଲିକମ କମ୍ପାନୀର ଆବେଦନ ଶୁଣାଣି କରି କୋର୍ଟ ୪ ସପ୍ତାହ ମଧ୍ୟରେ ଆୟକର ବାବଦକୁ ୭୩୩କୋଟି ଟଙ୍କା ଫେରାଇବାକୁ ଆୟକର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ୨୦୧୪-୧୫ ବର୍ଷ ଲାଗି ଆୟକର ବାବଦକୁ ଏହି ଅର୍ଥ ଫେରସ୍ତ ଲାଗି କୋର୍ଟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଭୋଡାଫୋନ ଆକଳନ ବର୍ଷ ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ କର ଫେରସ୍ତ ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଭୋଡାଫୋନ ଆଇଡିଆ ଆୟକର ପୈଠ ବାବଦକୁ ୪,୭୫୯.୦୭ କୋଟି ଟଙ୍କାର ଦାବି କରିଥିଲେ। ତେବେ ଭୋଡାଫୋନ ଆଇଡିଆ ପୂର୍ବରୁ ଭୋଡାଫୋନ ମୋବାଇଲ ସର୍ଭିସେସ୍ ନାମରେ ପରିଚିତ ଥିଲେ। ତେବେ ଶୀର୍ଷ ନ୍ୟାୟାଳୟ ଆକଳନ ବର୍ଷ ୨୦୧୪-୧୫ ଲାଗି ଆୟକର ଫେରସ୍ତ ଲାଗି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଅନ୍ୟବର୍ଷ ଲାଗି କୌଣସି ମନ୍ତବ୍ୟ ଦେଇ ନାହାନ୍ତି।

ନ୍ୟାୟାଳୟଙ୍କ ଜଷ୍ଟିସ୍ ୟୁ.ୟୁ.ଲଲିତ ଓ ବିନିତ ସରନଙ୍କ ଦୁଇ ସଦସୀୟ ଖଣ୍ଡପୀଠ ମାମଲାର ଶୁଣାଣି କରି ଆକାଳନ ବର୍ଷ ୨୦୧୪-୧୫ସହ ସମ୍ପର୍କିତ ଅଭିଯୋଗର ରଫାଦଫା କରିଛନ୍ତି। ଖଣ୍ଡପୀଠ ତାଙ୍କ ଆଦେଶରେ ଯେ ପର୍ଯ୍ୟନ୍ତ ଆକଳନ ବର୍ଷ ୨୦୧୪-୧୫ର ସମ୍ପର୍କ ଅଛି , ଚୂଡାନ୍ତ ମୂଲ୍ୟାଙ୍କନ ଆଦେଶ (ଆୟକର) ଅଧିନିୟମ ଧାରା ୧୪୩ (୩) ଅନୁସାରେ ଗୃହୀତ କରାଯାଉଛି। ଆବେଦନକାରୀ ଦୂର ସଞ୍ଚାର କମ୍ପାନୀ ୭୩୩ କୋଟି ଟଙ୍କାର ଫେରସ୍ତ ଲାଗି ହକଦାର ହେଉଛନ୍ତି। ସେହିପରି ଆକଳନ ବର୍ଷ ୨୦୧୫-୧୬ ଲାଗି ଆବେଦନକାରୀ ୫୮୨କୋଟି ଟଙ୍କା ରିଫଣ୍ଡର ହକଦାର ବୋଲି କୋର୍ଟ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.