ନିର୍ବାଚନରେ EVMର ବ୍ୟବହାରକୁ ଚାଲେଞ୍ଜ କରି ଆଗତ PILସୂଚୀଭୁକ୍ତ ହେବ କି ନା ବିଚାର ଲାଗି ରାଜି ହେଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯।୧: ସୁପ୍ରିମକୋର୍ଟ ବୁଧବାର ଜନପ୍ରତିନିଧି ଆଇନର ଧାରା ୬୧-ଏ ର ସାମ୍ବିଧାନିକ ବୈଦ୍ଧତାକୁ ଚାଲେଞ୍ଜ କରି ଆଗତ ଜନସ୍ୱାର୍ଥ ମାମଲା (ପିଆଇଏଲ)କୁ ସୂଚୀବଦ୍ଧ କରିବା ଲାଗି ବିଚାର ନିମନ୍ତେ ସହମତ ହୋଇଛନ୍ତି। ଆଇନର ଏହି ଧାରାରେ ବାଲଟ ବଦଳେ ଦେଶରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)ର ପ୍ରଚଳନ ହୋଇଥିଲା।   ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏନ.ଭି.ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଓକିଲ ଏମ.ଏଲ. ଶର୍ମାଙ୍କ ତର୍କ ଶୁଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି।

ଓକିଲ ଶର୍ମା ନିଜେ ଏହି ପିଆଇଏଲ ଦାଖଲ କରିଛନ୍ତି। ସେ କହିଛନ୍ତି ଯେ ଜନ ପ୍ରତିନିଧି ଆଇନର ଏହି ଧାରା ୬୧-ଏ ଯାହା ଦେଶରେ ବାଲଟ ବଦଳେ ଭଟଗ୍ରହଣ ଲାଗି ଇଭିଏମକୁ ଅନୁମତି ଦେଇଛି ତାହା ସଂସଦ ଅନୁମୋଦିତ ନୁହେଁ। ଏ ବାବଦେ ସଂଶୋଧନ ପ୍ରସ୍ତାବ ନା ସଂସଦରେ ଆଗତ ହୋଇଛି ନା ଏହାକୁ  ଗୃହୀତ  କରାଯାଇଛି। ଏହା ବାଦେ ମଧ୍ୟ ନିର୍ବାଚନରେ ଦୀର୍ଘ ବର୍ଷ ହେଲା ଇଭିଏମର ଉପଯୋଗ ହୋଇ ଆସୁଥିବା ବେଳେ ଏହାର ବୈଦ୍ଧତାକୁ ନେଇ ଏପର୍ଯ୍ୟନ୍ତ କେହି ପ୍ରଶ୍ନ ମଧ୍ୟ ଉଠାଉ ନାହାନ୍ତି।

{"id":576531,"width":838,"height":439,"sizeSlug":"full","linkDestination":"none"}

ଯେହେତୁ ଆଇନର ଧାରା ୬୧-ଏ ସଂସଦ ଦ୍ୱାରା ଗୃହୀତ ନୁହେଁ ଏଣୁ ଏହା ଦ୍ୱାରା ନିର୍ବାଚନରେ ମତଗ୍ରହଣ ଲାଗି ପ୍ରଚଳିତ ପ୍ରାବଧାନ ମଧ୍ୟ ଲାଗୁ ନୁହେଁ ବୋଲି ସେ ତର୍କ କରିଛନ୍ତି। ଏଣୁ ପୀଠ ଆଗତ ପିଆଇଏଲକୁ ସୂଚୀବଦ୍ଧ କରାଯିବ କି ନା ସେ ନେଇ ପରବର୍ତ୍ତି ବିଚାର ଲାଗି ନିଷ୍ପତ୍ତି ନେଇଛନ୍ତି।

ସଂସଦ ଦ୍ୱାରା ଗୃହୀତ ନ ହୋଇ ଦୀର୍ଘ ବର୍ଷ ହେଲା ଦେଶରେ ଆଇନର ଧାରା ୬୧-ଏରେ ମତଦାନ ବ୍ୟବସ୍ଥା ସୁଧାର ହୋଇଥିବା ବେଳେ ଯାନ୍ତ୍ରୀକ ମତକୁ ଗ୍ରହଣ କରି ଦେଶରେ ସରକାର ଗଢା ଚାଲିଛି। ଏଣୁ ଏପରି ମତଦାନର ବୈଦ୍ଧତାକୁ ଓକିଲ ଏମ.ଏଲ.ଶର୍ମା ତାଙ୍କ ଆବେଦନରେ ଚାଲେଞ୍ଜ କରିଛନ୍ତି। ତେବେ ଏହା ବିଚାର ଲାଗି ପଞ୍ଜିକୃତ ହେବ କି ନା ସେ ନେଇ ଖଣ୍ଡପୀଠ ନିଷ୍ପତ୍ତିରେ ଉପନୀତ ହୋଇପାରିନଥିବା ବେଳେ ପ୍ରସଙ୍ଗରେ ବିଚାର କରିବେ ବୋଲି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.