ସାହାରା ଓ ସୁବ୍ରତ ରାୟ ସମେତ ୧୮ ଜଣଙ୍କ ବିରୋଧରେ ୨୫ଲକ୍ଷ କୋଟି ଟଙ୍କା ହଡ଼ପ ଅଭିଯୋଗ, କାନପୁର ଥାନାରେ ଏତଲା

Published By : Prameya-News7 Bureau | November 30, 2021 IST

କାନପୁର ୩୦।୧୧: ସୁପ୍ରିମକୋର୍ଟ ଓକିଲ ଅଜୟ ଟଣ୍ଡନ ସାହାରା ମୁଖ୍ୟଙ୍କ ସମେତ ୧୮ ଜଣଙ୍କ ବିରୋଧରେ କାକାଦେବ ଥାନାରେ ହଜାର ହଜାର କୋଟି ଟଙ୍କା ହଡ଼ପର ଅଭିଯୋଗ କରିଛନ୍ତି। ଏ ନେଇ ସେ ଠକେଇ ସମେତ ଅନ୍ୟ ଗୁରୁତର ଅପରାଧିକ ଧାରାରେ ଏକ ଏତଲା ମଧ୍ୟ ଦାୟର କରିଛନ୍ତି।  ଆଡଭୋକେଟଙ୍କ ଅଭିଯୋଗ ଉପରେ ପୋଲିସ କମିଶନର (ସିପି) ତଦନ୍ତ କରାଇବା ପରେ ଏତଲା ରୁଜୁ ହୋଇଛି। 

ଆଡଭୋକେଟ ଅଜୟ ଟଣ୍ଡନ କାକାଦେବର ବାସିନ୍ଦା ଓ ସେ ଇମାନଦାର ଭାରତୀୟ ପାର୍ଟିର ଜାତୀୟ ସଭାପତି ମଧ୍ୟ ଅଛନ୍ତି। ସେ ରୁଜୁ କରିଥିବା ଏଫଆଇଆରରେ ନିବେଶ ଓ ହାଉସିଂ ଆଦି ନାମରେ ଅଭିଯୁକ୍ତମାନେ କମ୍ପାନୀ ମାଧ୍ୟମରେ ଅର୍ଥ ଜମା ଗ୍ରହଣ କରିଛନ୍ତି। ଏମାନେ କରିଥିବା ୨୫ ଲକ୍ଷ କୋଟି ଟଙ୍କା ଠକେଇର ତାଙ୍କ ନିକଟରେ ସାକ୍ଷ ପ୍ରମାଣ ଥିବା ଅଜୟ ଟଣ୍ଡନ ଦାବି କରିଛନ୍ତି। ବିଭିନ୍ନ କମ୍ପାନୀ ଗଢି ଅଭିଯୁକ୍ତମାନେ କଳାଧନକୁ ଧଳା କରିଥିବା ବେଳେ ସାରା ଦେଶରେ କରିଥିବା ଠକେଇରେ ଖଟିଖିଆ ଗରିବ ମାନେ ଏମାନଙ୍କ ଶିକାର ହୋଇଛନ୍ତି। ଏପରି ଲୋକେ ଏମାନଙ୍କ ସଂସ୍ଥାରେ ଦୈନିକ ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ଜମା ମଧ୍ୟ କରିଛନ୍ତି।

{"id":552122,"width":842,"height":850,"sizeSlug":"full","linkDestination":"none"}

ଏହି ଠକେଇରେ ଅନେକ ବଡ ନେତା ଓ ନାମୀଦାମୀ ଲୋକେ ମଧ୍ୟ ଥିବାର ଟଣ୍ଡନ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ସାହାରା ମୁଖ୍ୟ ସୁବ୍ରତ ରାୟ ଏହି ଠକେଇର ମୁଖ୍ୟ କାର୍ପଟଦାର ଥିବା ବେଳେ ଏଥିରେ ତାଙ୍କ ପତ୍ନୀ ସ୍ୱପ୍ନା ରାୟ, ପୁଅ ସୁଶାନ୍ତୁ ଓ ସୀମାନ୍ତୋ ରାୟ, ବୋହୂ ଚାନ୍ଦନୀ ଓ ରିଚା ରାୟ, ଭାଇ ଜେ.ବି. ରାୟ, ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ଭାର୍ଷନେ, କରୁଣେଶ ଅବସ୍ଥି, ଅରୁଣ କୁମାର ପାଣ୍ଡେୟ, ରଣା ଜିୟା, ଡି.କେ.ଶ୍ରୀବାସ୍ତବ, ରୋମୀ ଦତ୍ତ, ପ୍ରଦୀପ ଶ୍ରୀବାସ୍ତବ, ଓମପ୍ରକାଶ ଶ୍ରୀବାସ୍ତବଓ ଅବ୍ଦୁଲା ଦବୀର,  ଅଡିଟର ପବନ କପୁର ଓ ଆରଏ ଖନ୍ନା ପ୍ରମୁଖଙ୍କୁ ଅଜୟ ସହ ଅଭିଯୁକ୍ତ କରିଛନ୍ତି।

ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡିବିଧି ଆଇନର ଧାରା ୪୨୦ (ଠକେଇ), ୪୬୭,୪୬୮ ଓ ୪୭୧( ନକଲୀ ସରକାରୀ କାଗଜପତ୍ର ପ୍ରସ୍ତୁତ କରି ସେ ସବୁର ଉପଯୋଗ କରିବା) ଓ ୩୪ରେ ଏତଲ୍ଲା ରୁଜୁ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.