ସ୍ୟାଣ୍ଡେଲଉଡ୍ ଡ୍ରଗ୍ସ କେସ୍ : କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀଙ୍କ ଜାମିନ ଆବେଦନର ଶୁଣାଣି ସ୍ଥଗିତ

Published By : Prameya-News7 Bureau | January 13, 2021 IST

ନୂଆଦିଲ୍ଲୀ ୧୩।୧: ସ୍ୟାଣ୍ଡେଲ ଉଡ୍ ଡ୍ରଗ୍ସ ମାମଲାରେ କନ୍ନଡ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀଙ୍କ ସମସ୍ୟା ବଢିବାରେ ଲାଗିଛି । ରାଗିଣୀଙ୍କୁ ଡ୍ରଗ୍ସ କିଣାବିକା ମାମଲାରେ ୪ ଡିସେମ୍ବର ୨୦୨୦ରେ ଗିରଫ କରଯାଇଥିଲା । ଏହାପରେ ସେ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜାମିନ ଆବେଦନର ଶୁଣାଣି ଗତ ମଙ୍ଗଳବାର ହେବାର ଥିଲା । କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଛି ।

ସୂଚନା ଆନୁସାରେ, ସୁପ୍ରିମକୋର୍ଟରେ ରାଗିଣୀଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ସ୍ତଗିତ ରଖାଯାଇଛି । କର୍ଣ୍ଣାଟକ ହାଇକୋର୍ଟ ଦ୍ବାରା ଏହି ଜାମିନ ଆବେଦନକୁ ନାକଚ କରିବାକୁ ନେଇ ଚ୍ୟାଲେଞ୍ଜ ଦେଇଥିବା ଏହି ବିଶେଷ ଅନୁମତି ଆବେଦନର ଶୁଣାଣି ୧୯ ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ମଙ୍ଗଳବାର ଦିନ ଏହି ମାମଲାର ଶୁଣାଣିକୁ ଜଷ୍ଟିସ ରୋହିଙ୍ଗଟନ ଫଲୀ ନରିମନଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ଥଗିତ ରଖିଛନ୍ତି ।  

ଏହି ମାମଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବେଙ୍ଗାଲୁରୁରେ ହାଇ ପ୍ରୋଫାଇଲ ଡ୍ରଗ ପାର୍ଟିର ଆୟୋଜନ କରୁଥିବା ବ୍ୟକ୍ତିକୁ ଏନସିବି ଗିରଫ କରିଥିଲା । ଏହି ମାମଲାର ତଦନ୍ତ ପାଇଁ ଅନେକ ଡ୍ରଗ ମାଫିଆଙ୍କୁ ଗିରଫ କରାଯିବା ସହ ରାଗିଣୀ ଦ୍ବିବେଦୀ ଓ ସଞ୍ଜନା ଗଲରାନୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଗିରଫଦାରୀ ପରେ ରାଗିଣୀଙ୍କର ପ୍ରଥମ ଡୋପ୍ ଟେଷ୍ଟ କରାଯାଇଥିଲା । ଏହାର ସାମ୍ପଲ ବଦଳାଇବାକୁ ସେ ଉଦ୍ୟମ ମଧ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.