ଠପ୍ ହେଲା SBI yono! ସିଷ୍ଟମରେ ତ୍ରୁଟି ଯୋଗୁ ଅଚଳ ହେଲା ଆପ୍

Published By : Prameya-News7 Bureau | December 03, 2020 IST

ମୁମ୍ବାଇ ୩।୧୨: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସବିଆଇ)ଙ୍କ ମୋବାଇଲ ବ୍ୟାଙ୍କିଙ୍ଗ ଆପ୍‌ ‘ୟୋନୋ’ ବନ୍ଦ ହୋଇଯାଇଛି। ଏସବିଆଇ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସିଷ୍ଟମରେ ବୈଷୟିକ ତ୍ରୁଟି ଯୋଗୁ ସର୍ଭିସ୍‌ରେ ଅବ୍ୟବସ୍ଥା ହୋଇଛି ବୋଲି ବ୍ୟାଙ୍କ କହିଛନ୍ତି। ଏଣୁ ଯେଉଁମାନେ ଆପ୍‌ ସହ ଅଭ୍ୟସ୍ତ ଥିଲେ ସେମାନେ ହୁଏତ ଏସବିଆଇଙ୍କ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ଅଥବା ୟୋନୋ ଲାଇଟ୍‌ରୁ ବ୍ୟଙ୍କିଙ୍ଗ କରିପାରିବେ।

ତେବେ ବ୍ୟାଙ୍କିଙ୍ଗ ଆପ୍‌ ନ ସୁଧୁରିବା ପର୍ଯ୍ୟନ୍ତ ଗ୍ରାହକଙ୍କୁ ଫେକ୍‌ ଆପ ଉପରେ ଭରସା ନ କରିବା ଲାଗି ବ୍ୟାଙ୍କ ପରାମର୍ଶ ଦେଇଛନ୍ତି। ଏହା ବାଦେ ଯଦି ଗ୍ରାହକ କଷ୍ଟମର କେୟାରଙ୍କ ସହ ଯୋଗାଯୋଗ କରିବାକୁ ଚାହାନ୍ତି ଏଥିପାଇଁ ବ୍ୟାଙ୍କ ଟୋଲ ଫ୍ରି ନମ୍ବର ମଧ୍ୟ ସୋସିଆଲ ସାଇଟ୍‌ରେ ଜାରିକରିଛନ୍ତି। ଏସବିଆଇ ନିକଟରେ ନିଜର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ ପ୍ଲାଟଫର୍ମକୁ ଅପଗ୍ରେଡ କରିଥିଲେ। ଏଥିଲାଗି ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗରେ ସମସ୍ୟା ହୋଇପାରେ ବୋଲି ମଧ୍ୟ ବ୍ୟାଙ୍କ ଗ୍ରାହକଙ୍କୁ ପୂର୍ବରୁ ସୂଚିତ କରିଥିଲେ।

ଏସବିଆଇଙ୍କ ଡିଜିଟାଲ ପ୍ଲାଟଫର୍ମରେ ୪୯କୋଟି ଗ୍ରାହକ ଅଛନ୍ତି। ଯେଉଁମାନେ ଦୈନିକ ଅନୁନ୍ୟ ୪ଲକ୍ଷ ଟ୍ରାଞ୍ଜାକ୍ସନ କରିଥାନ୍ତି। ବର୍ତ୍ତମାନ ସମୟରେ ୫୫ ପ୍ରତିଶତ ନେଣଦେଣ ଡିଜିଟାଲ ପ୍ଲାଟଫର୍ମରେ ହେଉଛି। ଏଣୁ ୟୋନୋରେ ନେଣଦେଣ କେବଳ ଅନୁମାନ କରାଯାଇପାରେ। ଏଥିରେ ୟୋନୋର ୨.୭୬ କୋଟି ଗ୍ରାହକ ଇତିମଧ୍ୟରେ ସୃଷ୍ଟି ହୋଇଛନ୍ତି। ଆପରେ ତ୍ରୁଟି ଯୋଗୁ ଗ୍ରାହକ ଲଗଇନ୍‌ କଲେ ଏମ୦୦୫ ଏରୋର ଆସୁଛି। ତେବେ ଏସବିଆଇଙ୍କ ପୂର୍ବରୁ ଏଚଡିଏଫସି ମଧ୍ୟ ଏହି ସମସ୍ୟାର ଶିକାର ହୋଇଥିଲେ। ଏଣୁ ଆରବିଆଇ ଏଚଡିଏଫସିଙ୍କୁ ନୂଆ ଡିଜିଟାଲ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.