Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ଯଦି ଆପଣ sbi ଗ୍ରାହକ ତେବେ ଖବର ଆପଣଙ୍କ ଲାଗି ଖବର ଜରୁରୀ,୧୦ ନଭେମ୍ବରରୁ ବଦଳିଯିବ ବ୍ୟାଙ୍କର ଏହି ନିୟମ

8/11/2019 at 5:02 PM

ଫିକ୍ସଡ ଡିପୋଜିଟ ସୁଧହାର ହ୍ରାସ କରିବେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)। ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ ବ୍ୟାଙ୍କର ଏହି ନିଷ୍ପତ୍ତି ଯୋଗୁ ଏବେ ହଜାର ହଜାର ନିବେଶକ ନିରାଶ ହେବେ ବୋଲି ଆଶଙ୍କା କରାଯାଉଛି।  ବ୍ୟାଙ୍କ ତାଙ୍କର ରିଟେଲ ଟର୍ମ ଡିପୋଜିଟ ଅର୍ଥାତ ଫିକ୍ସଡ ଡିପୋଜିଟ ସୁଧହାରରେ  ୧୫ ବେସିସ୍ ପଏଣ୍ଟ ହ୍ରାସ କରିଛନ୍ତି। ସେହିପରି ବଲ୍କ ଟର୍ମ ଡିପୋଜିଟ ସୁଧହାର ୩୦ରୁ ୭୫ ବେସିସି ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ ହେବ। ବ୍ୟାଙ୍କ ୧୦ ନଭେମ୍ବର ୨୦୧୯ରୁ ଏହି ନୂଆ ସୁଧହାର ଲାଗୁ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା ଏବେ ଫିକ୍ସଡିପୋଜିଟ୍ ଉପରେ ଏବେ ମିଳିବ କେତେ ସୁଧ।

୭ ରୁ ୪୫ ଦିନ ଅବଧି ଲାଗି ବ୍ୟାଙ୍କ ସାଧାରଣ ଗ୍ରାହକଙ୍କୁ ୪.୫୦ ପ୍ରତିଶତ ସୁଧ ପ୍ରଦାନ କରୁଥିବା ବେଳେ ବରିଷ୍ଠ ନାଗରିକଙ୍କ ଲାଗି ଏହି ହାର ୫ ପ୍ରତିଶତ ରହିଛି। ସେହିପରି ୪୬ ଦିନରୁ ୧୭୯ ଦିନ ଲାଗି ସାଧାରଣ ଗ୍ରାହକଙ୍କୁ ୫.୫୦ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କ ଲାଗି ସର୍ବାଧିକ ୬ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି। ୧୮୦ରୁ ୨୧୦ ଦିନ ଲାଗି କ୍ରମାନୁସାରେ ୫.୮୦ପ୍ରତିଶତ ଓ ୬.୩୦ ପ୍ରତିଶତ ସୁଧ ପ୍ରଦାନ କରିବେ। ଏହି ସୁଧହାର ୨୧୦ ଦିନରୁ ୧ ବର୍ଷ ପାଇଁ ମଧ୍ୟ ପ୍ରଜୁଯ୍ୟ।

୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ଅବଧି ଜମା ନିମନ୍ତେ ସାଧାରଣ ଗ୍ରାହକଙ୍କ ଲାଗି ୬.୪୦ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୬.୭୫ ପ୍ରତିଶତ ସୁଧ ପ୍ରଦାନ କରିବେ। ଏପର୍ଯ୍ୟନ୍ତ ଏହି ଅବଧି ଜମା ନିମନ୍ତେ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ୬.୯୦ ପ୍ରତିଶତ ସୁଧ ପ୍ରଦାନ କରୁଥିଲେ। ସେହିପରି ୨ରୁ ୩ ବର୍ଷ ପର୍ଯ୍ୟନ୍ତ ଅବଧି ଜମା ଲାଗି ସାଧାରଣ ଗ୍ରାହକଙ୍କୁ ୬.୨୫ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୬.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରିବେ। ସେହିପରି ୩ରୁ ୫ ଓ ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ଅବଧି ଜମା ନିମନ୍ତେ କ୍ରମାନୁସାରେ ୬.୨୫ ଓ ୬.୭୫ ପ୍ରତିଶତ ସୁଧ ପ୍ରଦାନ କରିବେ।

ସେହିପରି ବଲ୍କ ଟର୍ମ ଡିପୋଜିଟ କ୍ଷେତ୍ରରେ ୭ରୁ ୪୫ ଦିନ ନିମନ୍ତେ ଏବେ ସାଧାରଣ ଗ୍ରାହକଙ୍କୁ ୪ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କ ଲାଗି ୪.୫୦ପ୍ରତିଶତ ସୁଧ ମିଳିବ। ପୂର୍ବରୁ ସାଧାରଣ ଗ୍ରାହକଙ୍କୁ ୪.୩୦ ଓ ବରିଷ୍ଠ ନାଗରିକଙ୍କୁ ୪.୮୦ ପ୍ରତିଶତ ସୁଧ ମିଳୁଥିଲା। ସେହିପରି ୪୬ରୁ ୧୭୯ ଦିନ ଲାଗି ସାଧାରଣ ଗ୍ରାହକଙ୍କୁ ୪.୭୫ ଓ ବରିଷ୍ଠ ନାଗରିକଙ୍କୁ ୫.୨୫ ପ୍ରତିଶତ ସୁଧ ଦିଆଯିବ। ପୂର୍ବରୁ ଏହି ଅବଧି ଲାଗି ସାଧାରଣ ଗ୍ରାହକ ୫.୩୦ ଓ ବରିଷ୍ଠ ନାଗରିକଙ୍କୁ ୫.୮୦ ହାରରେ ସୁଧ ପ୍ରଦାନ କରାଯାଉଥିଲା।

ଏବେ ୧୮୦ ଦିନରୁ ୨୧୦ ଦିନର ଅବଧି ଜମା ନିମନ୍ତେ ସାଧାରଣ ଗ୍ରାହକଙ୍କୁ ମିଳୁଥିବା ୫.୭୦ ପ୍ରତିଶତ ସୁଧ ହାରକୁ ୫.୨୫ ପ୍ରତିଶତକୁ କମାଇ ଦିଆଯିବ। ସେହିପରି ବରିଷ୍ଠ ନାଗରିକ ୬.୨୦ ପ୍ରତିଶତ ସୁଧହାର ୫.୭୫ ପ୍ରତିଶତକୁ ହ୍ରାସ ହେବ। ସେହିଭଳି ୧ରୁ ୨ ବର୍ଷ ପର୍ଯ୍ୟନ୍ତା ଜମା ଲାଗି ସାଧାରଣ ଗ୍ରାହକଙ୍କୁ ମିଳୁଥିବା ୬ ପ୍ରତିଶତ ସୁଧହାର ଏବେ ୫.୨୫ ପ୍ରତିଶତ ହୋଇଯିବ। ବରିଷ୍ଠ ନାଗରିକ ଏହି ଅବଧି ଲାଗି ପାଉଥିବା ୬.୫୦ ପ୍ରତିଶତ ସୁଧହାର ୫.୭୫ ପ୍ରତିଶତକୁ ହ୍ରାସ ହେବ।

   Related Posts