Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ୟେସ୍‌ ବ୍ୟାଙ୍କରେ ବଡ଼ ନିବେଶ କରିବ ଏସ୍‌ବିଆଇ, କିଣିବ ୭ ହଜାର ୨୫୦ କୋଟି ଟଙ୍କାର ସେୟାର

13/03/2020 at 11:46 AM

ନୂଆଦିଲ୍ଲୀ୧୩/୩: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ୟେସ୍‌ ବ୍ୟାଙ୍କର ୭,୨୫୦ କୋଟି ଟଙ୍କାର ସେୟାର କ୍ରୟ କରିବ। ସେୟାର ପିଛା ମୂଲ୍ୟ ୧୦ ଟଙ୍କା ହିସାବରେ ଏସ୍‌ବିଆଇ ଏହାକୁ କିଣିବ ବୋଲି ଜଣାପଡ଼ିଛି। ଏକ ନିୟାମକ ଫାଇଲିଂରେ ଏସ୍‌ବିଆଇ କହିଛି ଯେ, ୟେସ୍‌ ବ୍ୟାଙ୍କର ୪୯% ପର୍ଯ୍ୟନ୍ତ ଅଂଶଧନ ଏହା କିଣିପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ପୁନରୁଦ୍ଧାର ଯୋଜନାର ଏହା ଅଂଶବିଶେଷ ହେବ। ଏସ୍‌ବିଆଇ ଏବଂ ଅନ୍ୟ କେତେକ ଆର୍ଥିକ ଅନୁଷ୍ଠାନ ୟେସ୍‌ ବ୍ୟାଙ୍କର ଇକ୍ୱିଟି ସେୟାର ଖରିଦ କରିବେ। ନିକଟରେ ଆର୍‌ବିଆଇ ୟେସ୍‌ ବ୍ୟାଙ୍କର ପୁର୍ନଗଠନ ନିମନ୍ତେ ଏକ ଚିଠା ସ୍କିମ୍‌ ଉନ୍ମୋଚନ କରିଥିଲା ।

ଏହାପରେ ଏସ୍‌ବିଆଇ ଆଜି ଏହି ଅଂଶଧନ କ୍ରୟ ପ୍ରସଙ୍ଗରେ ଘୋଷଣା କରିଛି। ଆର୍‌ବିଆଇ ଏହାର ଚିଠା ସ୍କିମ୍‌ରେ କହିଥିଲା କି ପୁର୍ନଗଠିତ ୟେସ୍‌ ବ୍ୟାଙ୍କର ଇକ୍ୱିଟିରେ ନିବେଶକ ବ୍ୟାଙ୍କଗୁଡ଼ିକ ନିବେଶ କରିବେ। ସେୟାର ପିଛା ୧୦ ଟଙ୍କା ହିସାବରେ ଏହି କାରବାର ହେବ। ୟେସ୍‌ ବ୍ୟାଙ୍କରେ ଅନ୍ୟ ବ୍ୟାଙ୍କଗୁଡ଼ିକର ଅଂଶଧନ ୪୯% ମଧ୍ୟରେ ରହିବ। ଉଲ୍ଲେଖଯୋଗ୍ୟ, ଏହି ଚିଠା ସ୍କିମ୍‌ ପ୍ରସ୍ତୁତ ପାଇଁ ଆର୍‌ବିଆଇ ଜମାକାରୀ, ଅଂଶୀଦାର ଏବଂ ଋଣଦାତାଙ୍କ ପକ୍ଷରୁ ମତାମତ ଆହ୍ୱାନ କରିଥିଲା ।

   Related Posts