୪୪ କୋଟି ଗ୍ରାହକଙ୍କୁ ଏସବିଆଇର ଚେତାବନୀ: ଜୁନ ୩୦ ପରେ ଚାଲିବନି ଆପଣଙ୍କ ପାନ୍ କାର୍ଡ

Published By : Prameya-News7 Bureau | June 03, 2021 IST

ନୂଆଦିଲ୍ଲୀ ୦୩/୦୬ : ଯଦି ଆପଣ ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ଗ୍ରାହକ ତାହେଲେ ଆପଣଙ୍କ ପାଇଁ ଏକ ଜରୁରୀ ଖବର ରହିଛି । ଏସବିଆଇ ନିଜର ୪୪ କୋଟି ଗ୍ରାହକଙ୍କୁ ଚେତାବନୀ ଦେଇଛି । ବ୍ୟାଙ୍କ ଚେତାବନୀ ଦେଇଛି ଯେ ଜୁନ ୩୦ ତାରିଖ ପୂର୍ବରୁ ଗ୍ରାହକ ନିଜର ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ କରାଇ ଦିଅନ୍ତୁ । ନଚେତ ପରେ ବ୍ୟାଙ୍କ କାରବାରରେ ସମସ୍ୟା ସମ୍ମୁଖୀନ ହୋଇପାରନ୍ତି ।
ଏସବିଆଇ ଟ୍ୱିଟ୍ କରି ନିଜ ଗ୍ରାହକଙ୍କୁ ସୂଚନା ଦେଇଛି ଯେ ଆଧାର କାର୍ଡ ଓ ପାନ କାର୍ଡ ଲିଙ୍କ୍ କରାଇବା ଅନିବାର୍ଯ୍ୟ । ଯଦି ଆଧାର ଓ ପାନ୍ କାର୍ଡ ଲିଙ୍କ୍ କରାଯାଇନଥିବ ତାହେଲେ ପାନ୍ କାର୍ଡ ଇନଆକ୍ଟିଭ୍ ହୋଇଯିବ ଏବଂ ବ୍ୟାଙ୍କ କାରବାରରେ ଗ୍ରାହକଙ୍କୁ ଅସୁବିଧା ହେବ । ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବାର ଶେଷ ତାରିଖ ହେଲା ଜୁନ ୩୦ ।
ଏସବିଆଇ ଟ୍ୱିଟ କରି କହିଛି ଯେ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ପରାମର୍ଶ ଦେଉଛି ଯେ ପାନ କାର୍ଡ ଆଧାର କାର୍ଡ ସହ ଲିଙ୍କ କରାଇ ଦିଅନ୍ତୁ ଯେପରି ବ୍ୟାଙ୍କିଙ୍ଗରେ କୌଣସି ବାଧା ନ ଉପୁଜେ ।
ସୂଚନାଯୋଗ୍ୟ ଯେ, ମନ୍ତ୍ରାଳୟ କହିଥିଲା ଯେ 'ଟିକସଦାତାମାନେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ନଜରରେ ରଖି କେନ୍ଦ୍ର ସରକାର ଆଧାର ଓ ପ୍ୟାନ୍ ଲିଙ୍କ କରାଇବା ଶେଷ ତାରିଖ ୨୦୨୧ ଜୁନ ୩୦ ତାରିଖକୁ ବୃଦ୍ଧି କରିଥିଲେ। ସରକାର ପ୍ରଥମଥର ପାଇଁ ୨୦୧୭ ଜୁଲାଇରେ ପାନ୍ ଓ ଆଧାର ଲିଙ୍କ୍ କରିବାର ସମୟସୀମା ସ୍ଥିର କରିଥିଲେ। ତେବେ ସେବେଠାରୁ ସରକାର ଏହାର ସମୟସୀମାକୁ ଅନେକ ଥର ବୃଦ୍ଧି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.