Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପୁଲୱାମା ହମଲାରେ ସହିଦ ହୋଇଥିବା ୨୩ ସିଆରପିଏଫ ଯବାନଙ୍କ ଋଣ ଛାଡ କଲା ଏସବିଆଇ

19/02/2019 at 12:59 PM

ଦିଲ୍ଲୀ ୧୯/୨ : ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨୩ ସିଆରପିଏଫ ଯବାନଙ୍କ ଋଣ ଛାଡ କରିଛି | ବ୍ୟାଙ୍କ ଦେଇଥିବା ସୂଚନା ଅନୁଯାୟୀ, ସିଆରପିଏଫର ୨୩ ଜଣ ଯବାନ ବ୍ୟାଙ୍କରୁ ଋଣ ଆଣିଥିଲେ | ଏହି ୨୩ ଯବାନଙ୍କ ଋଣ ଅତି ଶୀଘ୍ର ଛାଡ କରାଯିବ ବୋଲି ବ୍ୟାଙ୍କ ଘୋଷଣା କରିଛି | ସିଆରପିଏଫର ସବୁ ଯବାନ ଡିଫେନ୍ସ ଶଲରୀ ପ୍ୟାକେଜ ଅନ୍ତର୍ଗତ ବ୍ୟାଙ୍କର ଗ୍ରାହକ | ଏହି ବ୍ୟାଙ୍କରେ ସିଆରପିଏଫର ପ୍ରତ୍ୟେକ ଯବାନଙ୍କୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଜନା ଉପଲବ୍ଧ କରଯାଇଥାଏ |


ଏନେଇ ବ୍ୟାଙ୍କ କହିଛି ଯେ, ସହିଦଙ୍କ ପରିବାରକୁ ବୀମା ରାଶି ଜାରି କରିବା ପାଇଁ ତତ୍ପରତା ଦେଖାଇଛି | ବ୍ୟାଙ୍କର ଚେୟାରମ୍ୟାନ ରାଜନିଷ କୁମାର କହିଛନ୍ତି ଯେ, ସର୍ବଦା ଦେଶର ସୁରକ୍ଷା ପାଇଁ ଛିଡା ହେଉଥିବା ସୈନିକ ଆତଙ୍କବାଦୀ ହମଲାରେ ସହିଦ ହୋଇଯିବ ଅତ୍ୟନ୍ତ ଦୁଖଦ ଘଟଣା | ଏଭଳି ସ୍ଥିତିରେ ସହିଦଙ୍କ ପରିବାରକୁ ଆଶ୍ଵସ୍ତି ଦେବା ପାଇଁ ଏସବିଆଇ ଏକ ଛୋଟ ପଦକ୍ଷେପ ନେଇଛି |

   Related Posts