୩୦ ହଜାରରୁ ଅଧିକ କର୍ମଚାରୀଙ୍କ ପାଇଁ ଏସ୍‌ବିଆଇର ଭିଆର୍‌ଏସ୍ ସ୍କିମ୍: ଖର୍ଚ୍ଚ କମ୍ ପାଇଁ ଆରମ୍ଭ ହେବ ଯୋଜନା

Published By : Prameya-News7 Bureau | September 07, 2020 IST

ନୂଆଦିଲ୍ଳୀ ୦୭/୦୯: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ୩୦ହଜାର କର୍ମଚାରୀଙ୍କୁ ସମୟ ପୂର୍ବରୁ ଅବସର ନେବାର ବିକଳ୍ପ ଦେବାର ନିଷ୍ପତି ନେଇଛି। ଏହା ପାଇଁ ବ୍ୟାଙ୍କ ଭଲ୍ୟୁଣ୍ଟାରି ରିଟାୟରମେଣ୍ଟ ସ୍କିମ୍ (ଭିଆରଏସ୍) ଆଣିବା ଫଇସଲା କରିଛି। ଏହା ଅଧିନରେ ୩୦,୧୯୦ କର୍ମଚାରୀ ଯୋଗ୍ୟ ବିବେଚିତ ହେବେ। ମାର୍ଚ ୨୦୨୦ରେ ବ୍ୟାଙ୍କର ସମୁଦାୟ ୨.୪୯ ଲକ୍ଷ କର୍ମଚାରୀ ଥିଲେ। ତେବେ ଏହା ପୂର୍ବରୁ ଅର୍ଥାତ୍ ୨୦୧୯ରେ ଥିଲା ୨.୫୭ ଲକ୍ଷ ।

ତେବେ ବ୍ୟାଙ୍କ ଭିଆରଏସର ଡ୍ରାଫ୍ଟ କମ୍ପାନି ତିଆରି କରିଛି। ବୋର୍ଡ ଅନୁମୋଦନ ମିଳିବା ପରେ ଏହାକୁ ଲାଗୁ କରାଯିବ। ଏହି ସ୍କିମକୁ ବ୍ୟାଙ୍କ ‘ସେକେଣ୍ଡ ଇନିଂସ ଟାପ୍ ଭିଆରଏସ୍-୨୦୨୦’ ନାଁ ଦିଆଯାଇଛି। ବ୍ୟାଙ୍କ କହିବା କଥା ଏହା ଦ୍ବାରା କର୍ମଚାରୀଙ୍କ ଭଲ ବ୍ୟବହାର ହୋଇପାରିବ ଓ ଏହା ଛଡ଼ା ବ୍ୟାଙ୍କ ଖର୍ଚରେ ହ୍ରାସ ପାଇବ।

ଡ୍ରାଫ୍ଟ ସ୍କିମ୍ ଏସବିଆଇର ଏସବିଆଇର ଏମିତି କର୍ମଚାରୀଙ୍କୁ ସମ୍ମାନପୂର୍ବକ ଚାକିରି ଛାଡ଼ିବାର ରାସ୍ତାକୁ ଉପଳବ୍ଧ କରାଇବ ଯେଉଁମାନେ ସେମାନଙ୍କ କ୍ୟାରିଅର ପୂରା ହେବାରେ ପହଞ୍ଚିଯାଇଛନ୍ତି। ଯେଉଁ କର୍ମଚାରୀଙ୍କ ପ୍ରଦର୍ଶନ ଉଚ୍ଚସ୍ତରର ନୁହେଁ ସେମାନଙ୍କ ପାଇଁ ମଧ୍ୟ ଏହା ମିଳିବ। ପୁଣି ,ମିତି କିଛି କର୍ମଚାରୀ ଯେଉଁମାନଙ୍କର ବ୍ୟକ୍ତିଗତ ସମସ୍ୟା ଅଛି ବା ବ୍ୟାଙ୍କ ବାହାରେ ସେମାନେ ନିଜର ପ୍ରପେଓନାଲ ଓ ପର୍ସନାଲ ଲାଇଫ୍ ଚାହୁଁଛନ୍ତି ସେମାନଙ୍କୁ ମଧ୍ୟ ମିଳିବ।

୫୫ ବର୍ଷ ବୟସରୁ ଅଧିକ ବା ଚାକରିରେ ୨୫ ବର୍ଷ କାର୍ଯ୍ୟକାଳ ପୂରା କରିଥିବା କର୍ମଚାରୀଙ୍କ ପାଇଁ ଏହି ସ୍କିମ୍ ଉପଲବ୍ଧ। ଏହି ସ୍କିମର ପ୍ରାରମ୍ଭ ଡିସେମ୍ବର ୧ ତାରିଖରୁ ହେବ ଓ ଫେବୃଆରୀ ଶେଷ ସୁଦ୍ଧା ଚାଲିବ। ଭିଆରଏସ୍ ସବୁ ଆବେଦନ ଏହି ଅବଧି ମଧ୍ୟରେ ସ୍ବୀକାର କରାଯିବ। ଡ୍ରାଫ୍ଟ ଅନୁସାରେ ଭିଆରଏସ୍ ପାଇଁ ୧୧,୫୬୫ ଅଧିକାରୀ ଏବଂ ୧୮,୬୨୫ କର୍ମଚାରୀ ଏହି ସ୍କିମ୍ ଅଧିନରେ ଆସିବେ।

ଯଦି ଭିଆରଏସର ଯୋଗ୍ୟ କର୍ମଚାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଏହାକୁ ବାଛିବେ ତେବେ ବ୍ୟାଙ୍କ ବର୍ଷକୁ ୧,୬୬୨ କୋଟି ଟଙ୍କା ସଞ୍ଚୟ ହେବ। ଡ୍ରାଫ୍ଟ ଅନୁସାରେ ଭିଆରଏସ୍ ସ୍କିମ୍ ନେଉଥିବା କର୍ମଚାରୀଙ୍କୁ ସେମାନଙ୍କ ଚାକିରୀର ସମୁଦାୟ କାର୍ଯ୍ୟକାଳ ଅନୁସାରେ ୫୦ ପ୍ରତିଶତ ମାସିକ ଦରମା ଦିଅାଯିବ। ଏହା ଛଡ଼ା ଗ୍ରାଟିଚ୍ୟୁଟି, ପେନସନ, ପ୍ରୋଭିଡେଣ୍ଟ ଫଣ୍ଡ, ମେଡିକାଲ ସୁବିଧା ବି ଦିଆଯିବ। କେବଳ ଏତିକି ନୁହେଁ ଭିଆରଏସ୍ ସ୍କିମ୍ ନେଇଥିବା କର୍ମଚାରୀ କୁଲିଙ୍ଗ ଅଫ୍ ପିରିୟଡ୍ ପରେ ପୁଣି ଥରେ ଏସବିଆଇ ସହିତ କର୍ମଚାରୀ ଭାବେ ଯୋଡି ହୋଇପାରିବେ। ତେବେ ଏସବିଆଇ କର୍ମଚାରୀଙ୍କ ପାଇଁ କୁଲିଂ ଅଫ୍ ପିରିୟଡ୍ ଦୁଇ ବର୍ଷର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.