ଗୃହମନ୍ତ୍ରାଳୟଙ୍କ ସହ SBIଙ୍କ ବଡ ରାଜିନାମା, ଏବେ ATM କାର୍ଡରେ ଏହି ସୁବିଧା ପାଇବେ ଅର୍ଦ୍ଧସାମରିକ ବଳ ଅଧିକାରୀ ଓ କର୍ମଚାରୀ

Published By : Prameya-News7 Bureau | January 16, 2020 IST

ନୂଆଦିଲ୍ଲୀ ୧୬।୧:  କେନ୍ଦ୍ର ଗୃହମନ୍ତ୍ରାଳୟ  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ଏକ ନୂଆ ଅନୁବନ୍ଧରେ ଉପନୀତି ହୋଇଛନ୍ତି। ଏହି ରାଜିନାମା ଅନୁସାରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ କର୍ମଚାରୀ ସେମାନଙ୍କ ଏସବିଆଇ ସାଲାରୀ ଆକାଉଣ୍ଟ ଏଟିଏମରେ ବୀମା ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ବି ପାଇପାରିବେ। ଏଥିରେ ଯଦି କୌଣସି କ୍ଷେତ୍ରରେ ଅର୍ଦ୍ଧସାମରିକ ବଳ କର୍ମଚାରୀ ପ୍ରାଣ ହରାନ୍ତି  ତେବେ କେବଳ ଏଟିଏମ କାର୍ଡ ବୀମା ବାବଦରେ ପାଇବେ ୧ କୋଟି ଟଙ୍କା। ଏହାଛଡା ମିଳିବାକୁ ଥିବା ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଆସନ୍ତୁ ଜାଣିବା।

{"id":212225,"width":580,"height":580,"sizeSlug":"large"}

ଅର୍ଦ୍ଧସାମରିକ ବଳ ଅଧିକାରୀ ଓ କର୍ମଚାରୀଙ୍କୁ ଯୋଗାଇ ଦିଆଯିବାକୁ ଥିବା ସୁବିଧା ସୁଯୋଗ ପ୍ରତିବର୍ଷ ନବିକରଣ ହେବ। ତେବେ ଚଳିତବର୍ଷର ବୀମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ୪ ଜାନୁୟାରୀରୁ ମିଳିବା ଆରମ୍ଭ ହୋଇଯାଇଛି। ଏହା ଆଗାମୀ ୨୦୨୧ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଯୋଜନାରେ ସିଆରପିଏଫ,ବିଏସଏଫ, ସିଆଇଏସଏଫ,ଏନଏସଜି, ଏସଏସବି,ଆଇଟିବିପି, ଆରପିଏସଏଫ ଓ ସିଏପିଏଫର ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ  ସାମିଲ କରାଯାଇଛି।

{"id":212226,"width":574,"height":325,"sizeSlug":"large"}

ଏହି କାର୍ଡର ସୁବିଧା ଏହିସବୁ ସଂସ୍ଥାରୁ ସେବାନିବୃତ୍ତ କର୍ମଚାରୀ ବି ପାଇପାରିବେ। ଏଥିଲାଗି ଏସବିଆଇ ସମସ୍ତ ଅର୍ଦ୍ଧସାମରିକ ବିଭାଗ କର୍ମଚାରୀ ଓ ପେନସନଧାରୀଙ୍କ ନିମନ୍ତେ କାର୍ଡ ଜାରି କରିବା ଆରମ୍ଭ କରିଦେଇଛନ୍ତି। ଏଥିରେ ସୁବେଦାର ଓ ମେଜର ପର୍ଯ୍ୟନ୍ତ ପଦବୀ ନିମନ୍ତେ ଏସବିଆଇ ଗୋଲ୍ଡ କାର୍ଡ ପ୍ରଦାନ କରୁଥିବା ବେଳେ ଡେପୁଟି କମାଣ୍ଡାଣ୍ଟ ଓ ସହାୟକ କମାଣ୍ଡାଣ୍ଟ ରାଙ୍କର ଅଧିକାରୀଙ୍କ ନିମନ୍ତେ ଡାୟମଣ୍ଡ କାର୍ଡ ଓ ଟୁଆଇସିରୁ ଡିଜି ପଦବୀରେ ଅବସ୍ଥାପିତ ଅଧିକାରୀଙ୍କ ଲାଗି ପ୍ଲାଟିନମ କାର୍ଡ ଜାରି ହେବ। ଏହି ସବୁ କାର୍ଡଧାରୀ ପେନସନର କେବଳ ଦୁର୍ଘଟଣା ବୀମାକୁ ଛାଡି ଅନ୍ୟ ସୁବିଧା ସୁଯୋଗ ପାଇପାରିବେ।

{"id":212228,"width":571,"height":359,"sizeSlug":"large"}

ତେବେ ଜାଣନ୍ତୁ କଣ ରହିଛି ସୁବିଧା
ଏଥିରେ କର୍ମଚାରୀଙ୍କୁ ଆକାଉଣ୍ଟରେ ମାସିକ ଏକ ନିର୍ଦ୍ଧାରିତ ରାଶି ଜମା ରଖିବା ଲାଗି କୌଣସି ବାଧ୍ୟବାଧକତା ନାହିଁ। ଲାଇଫଟାଇମ୍ ୟୁନିକ ଆକାଉଣ୍ଟ ନମ୍ବର ସୁବିଧା ବି ପାଇବେ। ପର୍ସନାଲ ଏକ୍ସିଡେଣ୍ଟ ଇନସ୍ୟୋରାନ୍ସ ଡେଥ କଭର ୩୦ଲକ୍ଷ ପର୍ଯ୍ୟନ୍ତ ମିଳିବ। ଏୟାର ଏକ୍ସିଡେଣ୍ଟଡେଥ କଭର ୧ କୋଟି ଟଙ୍କା ରହିବ। ଦୁର୍ଘଟଣାରେ ସ୍ଥାୟୀ ବିକଳାଙ୍କ ହେଲେ ୩୦ ଲକ୍ଷ ଟଙ୍କା ବୀମା ପାଇବେ। ଆଂଶିକ ବିକଳାଙ୍ଗ ସ୍ଥିତିରେ ୧୦ଲକ୍ଷ ଟଙ୍କା ବୀମା, ଅଗ୍ନିଜନିତ ଦୁର୍ଘଟଣାରେ ଆହତ ହେଲେ ପ୍ଲାଷ୍ଟିକ ସର୍ଜରୀ ଲାଗି ୨ଲକ୍ଷ ଟଙ୍କା, ଇମ୍ପୋଟେଡ ଔଷଧ ମଗାଇବା ଲାଗି ପରିବହନ ବାବଦ ଖର୍ଚ୍ଚ୧ ଲକ୍ଷ ଟଙ୍କା, ଏକ୍ସିଡେଣ୍ଟରେ କୋମା ଓ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ବୀମା ମିଳିବ।

{"id":212229,"sizeSlug":"large"}

ଏହା ଛଡା ପିଲାମାନଙ୍କ ଗ୍ରାଜୁଏସନ ସ୍ତରର ପାଠ ପଢା ପର୍ଯ୍ୟନ୍ତ ୪ ଲକ୍ଷ ଟଙ୍କା, କନ୍ୟା ବିବାହ କଭର ଲାଗି ୨ଲକ୍ଷ ଟଙ୍କା, ଦୁର୍ଘଟଣା ସ୍ଥଳ ପର୍ଯ୍ୟନ୍ତ ପରିବାରର ୨ ଜଣ ସଦସ୍ୟଙ୍କ ପହଞ୍ଚିବା ଲାଗି ପରିବହନ ବାବଦ ଖର୍ଚ୍ଚ୨୦ ହଜାର ଟଙ୍କା ଓ ଆମ୍ବୁଲାନ୍ସ ବାବଦ ଖର୍ଚ୍ଚ ୧ହଜାର ୫ଶହ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏହା ବାଦେ ଏହି ସବୁ କାର୍ଡରେ ଏକକାଳୀନ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ ସୁବିଧା ସାଙ୍ଗକୁ ଓଭର ଡ୍ରାଫ୍ଟ ସୁବିଧା ମଧ୍ୟ ପ୍ରଦାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.