ଜାଣନ୍ତୁ- ଆସନ୍ତା କାଲିଠାରୁ ବଦଳି ଯିବ ଏସ୍‌ବିଆଇର ଏହି ୬ଟି ନିୟମ, ଏଟିଏମ୍‌ ଓ ମିନିମମ୍‌ ବାଲାନ୍ସ ଚାର୍ଜ ବି ବଦଳିଯିବ

Published By : Prameya-News7 Bureau | September 30, 2019 IST

ମୁମ୍ବଇ – ଅକ୍ଟୋବର ଏକ ତାରିଖରୁ ଏସ୍‌ବିଆଇ ୬ଟି ନୂଆ ନିୟମ ଲାଗୁ କରିବା ପାଇଁ ଯାଉଛି । ଏହା ଦେଶରେ ଥିବା ୩୨ କୋଟି ଗ୍ରାହକଙ୍କ ପାଇଁ ଲାଗୁ ହେବ ।

ଅକ୍ଟୋବର ଏକ ତାରିଖରୁ ଏସ୍‌ବିଆଇ ନିଜର ସର୍ଭିସ ଚାର୍ଜରେ କେତକ ପରିବର୍ତ୍ତନ କରିବା ପାଇଁ ଯାଉଛି। ଏହା ମଧ୍ୟରେ ମାସିକ ଆଭରେଜ୍‌ ବାଲାନ୍ସ ନ ରିଖିଲେ ୮୦ ପ୍ରତିଶତ ପର୍ଯ୍ୟନ୍ତ କମ ରହିଲେ ଜରିମାନା ବା ପେନାଲଟି ଦେବାକୁ ପଡିବ । ଏହା ବ୍ୟତୀତ ବ୍ୟାଙ୍କ ପକ୍ଷରୁ ଅନ୍ୟ କେତକ ପରିବର୍ତ୍ତନ କରାଯାଇଛି । ନେଫ୍ଟ NEFT ଓ ଆର୍‌ଟିଜିଏସ୍‌ RTGS କାରବାର ବା ଟ୍ରାଞ୍ଜାକସନ୍ ଶସ୍ତା ହୋଇଯିବ ।

ଏବେ ଥିବା ନିୟମ ଅନୁସାରେ ମେଟ୍ରୋ ଶାଖାରେ ମାସିକ ହାରାହାରି ବା ଆଭରେଜ୍‌ ବାଲନ୍ସ ୫ ହଜାର ଟଙ୍କା ଓ ଅର୍ବାନ ବା ସହରାଞ୍ଚଳରେ ଥିବା ଶାଖାର ଖାତାଧାରୀଙ୍କ ପାଇଁ ୩ ହଜାର ଟଙ୍କା ଥିଲା । ଅକ୍ଟୋବର ଏକ ତାରିଖରୁ ଦୁଇଟାଯାକ ୩ ହଜାର ଟଙ୍କା କରିଦିଆଯିବ ।

ସହରାଞ୍ଚଳରେ ଥିବା ଖାତା ପାଇଁ ବାଲାନ୍ସ ୭୫ ପ୍ରତିଶତରୁ କମ ବେଶୀ ହେଲେ ଏବେ ୮୦ ଟଙ୍କା ଜିଏସ୍‌ଟି ଜରିମାନା ଆକାରରେ ଦେବାକୁ ପଡୁଛି। ଏହାକୁ ହ୍ରାସ କରି ୧୫ ଟଙ୍କା ଓ ଜିଏସ୍‌ଟି ଦେବାକୁ ହେବ । ୫୦ରୁ ୭୫ ପ୍ରତିଶତ ମଧ୍ୟରେ ରହିଲେ ୧୨ ଟଙ୍କା ଓ ଜିଏସ୍‌ଟି ଦେବାକୁ ହେବ । ୫୦ ପ୍ରତିଶତରୁ କମ୍‌ ବାଲାନ୍ସ ରହିଲେ ୧୦ ଟଙ୍କା ଓ ଜିଏସ୍‌ଟି ଦେବାକୁ ହେବ ।

ଏବେ ଏସ୍‌ବିଆଇରେ ସାଲାରୀ ଆକାଉଣ୍ଟ ଓ ବେସିକ ସେଭିଙ୍ଗ ଆକାଉଣ୍ଟରେ ଜମା କଲେ, ପିଏମ୍‌ ଜନଧନ ଯୋଜନାରେ ଆଭରେଜ୍‌ ମନ୍ଥଲି ବାଲାନ୍‌ସରେ ସାମିଲ ହେଉ ନାହାନ୍ତି । ମାତ୍ର ଅକ୍ଟୋବର ଏକ ତାରିଖରୁ ଏହା ଏଏମ୍‌ବିରେ ସାମିଲ ହେବ । ନାବାଳକ, ସିନିୟର ସିଟିଜେନ୍‌ ବା ବରିଷ୍ଠ ନାଗରିକ ଓ ୨୧ ବର୍ଷ ପର୍ଯ୍ୟନ୍ତ ଛାତ୍ରମାନଙ୍କ ଖାତାରେ ଏହି ନିୟମ ଲାଗୁ ହେବ ନାହିଁ ।
ଏସ୍‌ବିଆଇର ଡିଜିଟାଲ ମୋଡ ଓ ଆର୍‌ଟିଜିଏସ୍‌ ଓ ଏଇଏଫଟି ମାଧ୍ୟମରେ ନେଣଦେଣ ବା ଟ୍ରାଞ୍ଜାକସନ୍ ଏବେ ଆହୁରି ଶସ୍ତା ହୋଇଯାଇଛି । ଏବେ ବ୍ୟାଙ୍କର ଶାଖାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଏନ୍ଇଏଫଟି କଲେ ୨ ଟଙ୍କା , ଏକ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଏନ୍‌ଇଏଫ୍‌ଟି କଲେ ୧୨ ଟଙ୍କା ଓ ୨ ଲକ୍ଷକୁ ଅଧିକର କଲେ ୨୦ ଟଙ୍କା ସହ ଜିଏସ୍‌ଟି ଦେବାକୁ ପଡିବ । ଏହିପରି ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରଟିଜିଏସ୍‌ କଲେ ୨୦ ଟଙ୍କା ଓ ୫ ଲକ୍ଷରୁ ଅଧିକ ଟଙ୍କାର କଲେ ୪୦ ଟଙ୍କା ଓ ଜିଏସ୍‌ଟି ଦେବାକୁ ପଡିବ ।

ଅକ୍ଟୋବର ଏକ ତାରିଖରୁ ଏଟିଏମ୍ ଚାର୍ଜ ବି ବଦଳିଯିବ ।ଏବେ ମେଟ୍ରୋ ଓ ସିଟି ଏଟିଏମ୍‌ରୁ ୧୦ଟି ମାଗଣା ଟ୍ରାଞ୍ଜାକସନ୍‌ କରିପାରିବେ । ସହରାଞ୍ଚଳରେ ଏହା ୧୨ଟି ଫ୍ରି ଟ୍ରାଞ୍ଜାକସନ୍‌ କରିପାରିବେ । ସାଲାରି ଆକାଉଣ୍ଟ ଥିଲେ ଅଦିକ ମାଗଣା ଟ୍ରାଞ୍ଜାକସନ୍‌ କରିପାରିବେ ।

ଜମା ବା ସେଭିଙ୍ଗ ଆକାଉଣ୍ଟ ପାଇଁ ଗୋଟିଏ ଆର୍ଥିକ ବର୍ଷରେ ୧୦ଟି ଚେକ୍‌ ମାଗଣା ।ଏହାପରେ ୧୦ ଚେକ୍ ଥିବା ଚେକ୍‌ବୁକ୍‌ ପାଇଁ ୪୦ ଟଙ୍କା ଦେବାକୁ ପଡିବ । ୨୫ଟି ଚେକ୍‌ ଥିବା ଚେକ୍‌ବୁକ୍‌ ପାଇଁ ୭୫ ଟଙ୍କା ଦେବାକୁ ପଡିବ । ସିନିୟର ସିଟିଜେନ୍‌ ଓ ସାଲାରି ଆକାଉଣ୍ଟ ପାଇଁ ଚେକ୍‌ ବହି ମାଗଣା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.