ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ହଟାଇବା ପ୍ରକ୍ରିୟା ଆରମ୍ଭ କଲା ଏସବିଆଇ

Published By : Prameya-News7 Bureau | October 06, 2019 IST

ନୂଆଦିଲ୍ଲୀ୬|୧୦: ଏଟିଏମରୁ ୨ ହଜାର ଟଙ୍କିଆ ନୋଟ ଗୁଡିକକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏହି ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଆଗାମୀ ଦିନରେ ମଧ୍ୟ ଅନ୍ୟ ବ୍ୟାଙ୍କ ଗୁଡିକ ୨ ହଜାର ଟଙ୍କିଆ ନୋଟକୁ ହଟାଇବା ପ୍ରକ୍ରିୟା ଆରମ୍ଭ କରି ପାରନ୍ତି ବୋଲି ସୂଚନା ମିଳିଛି।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅନୁସାରେ କାନପୁର ଜିଲ୍ଲାରେ ଥିବା ୧୫୫ରୁ ୭୨ ଏଟିଏମରୁ ୨୦୦୦ ହଜାର ଟଙ୍କିଆ ନୋଟ ରଖାଯାଉଥିବା କ୍ୟାସେଟ୍‌(ବକ୍ସ)କୁ ହଟାଇ ଦିଆଯାଇଛି। ସେହିଭଳି ଉନ୍ନାଓରେ ୨୪ରୁ ୨୧ ଏଟିଏମରେ ବଦଳାଇବା ଲାଗି ପ୍ରକ୍ରିୟା ଜାରି ରହିଛି।

ସେହିପରି କାନପୁର ବ୍ୟତୀତ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଏଟିଏମରେ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଯେଉଁ ଏଟିଏମରୁ ଏସବିଆଇ ୨ ହଜାର ଟଙ୍କା ହଟାଇଛି। ସେହି ଏଟିଏମରେ ୨୦୦ ଓ ୫୦୦ ଟଙ୍କିଆର କ୍ୟାସେଟ୍‌ ଯୋଡ଼ା ଯାଇଛି। ଏ ସଂପର୍କରେ ଏସବିଆଇର ଉଚ୍ଚ ପଦସ୍ଥ ଅଧିକାରୀମାନେ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.