(ସେଭିଙ୍ଗ୍‌ ଆକାଉଣ୍ଟ) ଜମାଖାତାରେ ସୁଧହାର କମାଇଲା ଏସ୍‌ବିଆଇ

Published By : Prameya-News7 Bureau | October 09, 2019 IST

ନୂଆଦିଲ୍ଲୀ - ଜମାଖାତା ବା ସେଭିଙ୍ଗ ଆକାଉଣ୍ଟରେ ଏସ୍‌ବିଆଇ ସୁଧହାରକୁ ହ୍ରାସ କରିଛି । ପୂର୍ବରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏହା ୩.୫୦ ପ୍ରତିଶତ ଥିଲା । ଏବେ ଏହାକୁ ୩.୨୫ ପ୍ରତିଶତକୁ ହ୍ରାସ କରାଯାଇଛି ।

ଏକ ଲକ୍ଷଟଙ୍କାରୁ ଅଧିକ ଜମାରାଶି ଉପରେ ସୁଧହାର ଅପରିବର୍ତ୍ତିତ ରହିଛି । କିନ୍ତୁ ଋଣ ନେଇଥିବା ଲୋକଙ୍କ ପାଇଁ ଖୁସୀ ଖବର । ଋଣ ଉପରେ ଏସ୍‌ବିଆଇ ସୁଧାହାର ବି ହ୍ରାସ କରିଛି । MCLR ଲିଙ୍କ୍‌ଡ୍‌ ଋଣମାନଙ୍କର ହ୍ରାସ କରାଯାଇଛି । ସ୍ଥାୟୀ ଜମା ବା ଫିକ୍ସଡ୍‌ ଡିପୋଜିଟ୍‌ରେ ବି ସୁଧହାର ହ୍ରାସ କରାଯାଇଛି । ନଭେମ୍ବର ଏକ ତାରିଖରୁ ଏହାକୁ ଲାଗୁ କରାଯାଇଛି । ଟର୍ମ ଡିପୋଜିଟ୍‌ ଓ ବଲକ୍‌ ଡିପୋଜିଟ୍‌ର ସୁଧହାରକୁ ୧୦ ବପିଏସ୍‌ ଓ ୩୦ ବିପିଏସ୍‌ କରାଯାଇଛି । ଏହାରୁ ଏକ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ୍‌ ଜମାରାଶି ପାଇଁ କରାଯାଇଛି । ଏହାକୁ ଅକ୍ଟୋବର ୧୦, ୨୦୧୯ ମସିହାରୁ ଲାଗୁ କରାଯାଇଛି।

ଆର୍‌ବିଆଇ ରେପୋ ରେଟ୍‌ ହ୍ରାସ କରିଛି । ଅଗଷ୍ଟ ମାସରେ ଏସ୍‌ବିଆଇ ଏକ ଗଣମାଧ୍ୟମ ଇସ୍ତାହାର ବା ପ୍ରେସ ବିଜ୍ଞପ୍ତିରେ ଏହାର ସୁଧହାର ପରିବର୍ତ୍ତନ କରିବା ନାହିଁ ବୋଲି ସୂଚନା ଦେଇଥିଲା ।

ଏକ ଲକ୍ଷ ଟଙ୍କାରୁ ଅଧିକ ଜମା ରାଶିଥିବା ଗ୍ରାହକମାନେ ପୂର୍ବ ପରି ୩.୫୦ ପ୍ରତିଶତ ସୁଧ ପାଇବେ । ଏସ୍‌ବିଆଇ ଏପରି ଏକ ମାତ୍ର ବ୍ୟାଙ୍କ ଯାହାର ସୁଧହାର ଆର୍‌ବିଆଇର ରେପୋ ରେଟ୍‌ ସହ ଜଡିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.