ବ୍ୟାଙ୍କ ଗ୍ରାହକଙ୍କ ଲାଗି ବଡ ଖବର, FD ସୁଧହାରରେ ପରିବର୍ତ୍ତନ କଲେ SBI

Published By : Prameya-News7 Bureau | January 14, 2020 IST

ମୁମ୍ବାଇ :   ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମିଆଦି ଜମା(ଏଫଡି) ଉପରେ ସୁଧହାର ପରିବର୍ତ୍ତନ କରିଛନ୍ତି। ଏଥିରେ ବ୍ୟାଙ୍କ ୧୫ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ସୁଧ ହ୍ରାସ କରିଥିବା ଜଣାପଡିଛି। ୧ ବର୍ଷରୁ ଆରମ୍ଭ କରି ୧୦ ପର୍ଯ୍ୟନ୍ତ ମିଆଦି ଜମା ଉପରେ ଏବେ ନୂତନ ସୁଧହାର ଲାଗୁ ହେବ। ପୂର୍ବ ଘୋଷଣା ଅନୁସାରେ ବ୍ୟାଙ୍କ ୧୦ ଜାନୁୟାରୀ ୨୦୨୦ରୁ ନୂଆ ସୁଧହାର ଲାଗୁ କରିଛନ୍ତି।

{"id":211139,"sizeSlug":"large"}

ତେବେ ଆସନ୍ତୁ ଜାଣିବା ଏବେ ଫିକ୍ସ ଡିପୋଜିଟ୍ ଉପରେ କେତେ ସମୟ ଲାଗି କେତେ ମିଳିବ ସୁଧ
୭ରୁ ୪୫ ଦିନ ପର୍ଯ୍ୟନ୍ତ ମିଆଦି ଜମା ଲାଗି ୧୦ ନଭେମ୍ବର ୨୦୧୯ରେ ନିର୍ଦ୍ଧାରିତ ହୋଇଥିବା ୪.୫୦ ପ୍ରତିଶତ ସୁଧହାରରେ କୌଣସି ପରିବର୍ତ୍ତନ ହୋଇନାହିଁ। ସେହିପରି ବରିଷ୍ଠ ନାଗରିକଙ୍କ ଲାଗି ଏହି ଅବଧିରେ ମିଆଦି ଜମା ଲାଗି ନିର୍ଦ୍ଧାରିତ ୫ ପ୍ରତିଶତ ସୁଧହାର ମଧ୍ୟ ଅପରବର୍ତ୍ତିତ ରହିଛି। ୪୬ରୁ ୧୭୯ ଦିନ, ୧୮୦ରୁ ୨୧୦ ଓ ୨୧୧ ଦିନରୁ ୧ ବର୍ଷ ଲାଗି ଅବଧି ନିମନ୍ତେ ୧୦ ନଭେମ୍ବର ୨୦୧୯ରେ  ଲାଗୁ ହୋଇଥିବା ସୁଧହାର ସାଧାରଣ ଓ ବରିଷ୍ଠ ନାଗରିକ ଜମାକାରୀଙ୍କ ଲାଗି ଅପରିବର୍ତ୍ତିତ ରହିଛି।

{"id":211140,"sizeSlug":"large"}

ତେବେ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ମିଆଦି ଜମାରେ ମିଳୁଥିବା ୬.୨୫  ପ୍ରତିଶତ ସୁଧ ୧୦ ଜାନୁୟାରୀରୁ ୬.୧ ପ୍ରତିଶତକୁ ହ୍ରାସ ହୋଇଛି। ସେହିପରି ବରିଷ୍ଠ ନାଗରିକଙ୍କ ନିମନ୍ତେ ଏହି ଅବଧି ଲାଗି  ମିଳୁଥିବା ୬.୭୫ ପ୍ରତିଶତ ସୁଧହାର ୬.୬ ପ୍ରତିଶତକୁ ହ୍ରାସ ହୋଇଥିବା ବେଳେ ଏହି ପରିବର୍ତ୍ତିତ ସୁଧହାର ହାର ପରବର୍ତ୍ତି ବର୍ଷମାନଙ୍କ ଲାଗି ୧୦ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ଏଥିଲାଗି ନିବେଶକଙ୍କୁ ନିରାଶ ହେବାର କୌଣସି କାରଣ ନାହିଁ। ତେବେ ଜାଣନ୍ତୁ ଏବେ କ’ଣ କରିବେ ଆପଣ।

{"id":211142,"sizeSlug":"large"}

ଫିକ୍ସ ଡିପୋଜିଟ୍ ଲାଗି ଏପରି ବାଛନ୍ତୁ ସ୍କିମ୍
ବ୍ୟାଙ୍କ ଏବେ ପ୍ରତି ଅବଧିର ମିଆଦି ଜମା ଲାଗି ଅଲଗା ଅଲଗା ହାରରେ ସୁଧ ଦେଉଛନ୍ତି। ଏଣୁ ନିବେଶର ଲକ୍ଷକୁ ଆଖିଆଗରେ ରଖି ଉପଯୁକ୍ତ ଅବଧି ଓ ଅଧିକ ସୁଧହାର ଯୋଜନାକୁ ଚୟନ କରନ୍ତୁ। ସେହିପରି ଟଙ୍କା ଜମା କରିବା ପୂର୍ବରୁ ବ୍ୟାଙ୍କ ଶାଖାକୁ କ୍ରିସିଲ ଓ ଇକ୍ରା ରେଟିଂରେ ଭଲ ଭାବେ ଯାଞ୍ଚ କରି ଟଙ୍କା ଜମାକରନ୍ତୁ। ସେହିପରି କୌଣସି ମିଆଦି ଜମାରେ ଟଙ୍କା ରଖିବା ପୂର୍ବରୁ ପୈଠ ବ୍ୟବସ୍ଥା ସମ୍ପର୍କରେ ବି ସୂଚନା ସଂଗ୍ରହ କରନ୍ତୁ। ମିଆଦି ସଞ୍ଚୟ ଜମା ଉପରେ ସୁଧ ପରିପକ୍ୱତା ପରେ ହିଁ ମିଳିଥାଏ। ତେବେ ଅନ୍ୟ ଫିକ୍ସଡିପୋଜିଟ୍ ଉପରେ ତ୍ରୈମାସିକ, ୬ ମାସିକ ଅଥବା ବାର୍ଷିକ ସୁଧ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.