ବ୍ୟାଙ୍କରେ ଟଙ୍କା ଜମା ଓ ଉଠାଣ ପାଇଁ ବଦଳିଲା ନିୟମ, ଜାଣନ୍ତୁ ସବିଶେଷ ତଥ୍ୟ…
6/08/2019 at 1:53 PM

ଷ୍ଟେଟ୍ ବ୍ୟାଙ୍କ ଅଫ ଇଂଡିଆର ଗ୍ରାହକଙ୍କ ପାଇଁ ଏକ ବଡ ସୂଚନା ଯାହା ପ୍ରତ୍ୟେକ ଲୋକଙ୍କୁ ଜାଣିବା ଉଚିତ୍। ଖୁବ୍ ଶୀଘ୍ର ଏହି ନିୟମ ଅନ୍ୟ ବ୍ୟାଙ୍କରେ ମଧ୍ୟ ଲାଗୁ ହେବ। ବ୍ୟାଙ୍କରେ ଟଙ୍କା ଜମା କରିବା ଓ ବାହାର କରିବା ପାଇଁ ନିୟମ ପରିବର୍ତ୍ତନ ହୋଇଛି।
ଏସ୍ବିଆଇ ନିଜର ସବୁ ଗ୍ରାହକଙ୍କ ପାଇଁ ଲେଣ ଦେଣ କ୍ଷେତ୍ରରେ ଏହି ନିୟମ କରିଛି। ଏହି ନିୟମ ଗ୍ରାହକଙ୍କ ସୁରକ୍ଷା ଆର୍ଥିକ ସୁରକ୍ଷା ପାଇଁ କରାଯାଇଛି। ନୂଆ ନିୟମ ଅନୁସାରେ ବ୍ୟାଙ୍କକୁ ଯାଇ ଗ୍ରାହକ ଅନ୍ୟ କାହା ଖାତାରେ ଟଙ୍କା ଜମା କରିପାରିବେ ନାହିଁ। ଏପରିକି ବାପା, ପୁଅ ବା ଅନ୍ୟ କୌଣସି ସଂପର୍କୀୟ ଗଲେ ମଧ୍ୟ ଟଙ୍କା ଜମା କରିହେବ ନାହିଁ। ତେବେ ଅନଲାଇନ୍ ଟ୍ରାନ୍ଜାକ୍ସନ ଦ୍ବାରା କୌଣସି ବ୍ୟକ୍ତି ଟଙ୍କା ବାହାର କରିପାରିବେ ବା ଡିପୋଜିଟ କରିପାରିବେ। ବ୍ୟାଙ୍କକୁ ଗଲେ ଏହି ନିୟମ ପାଳନ କରିବାକୁ ହେବ। ଟଙ୍କା ବାବଦରେ କୌଣସି କାର୍ଯ୍ୟ କଲେ ନିଜକୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ ହେବ।

ଏସବିଆଇ ଆଉ ଏକ ସୁବିଧା ନିୟମ ଲାଗୁ କରିଛି। ଭାରତର କୌଣସି ଏସ୍ବିଆଇ ଶାଖାରେ ନିଜ ଆକାଉଣ୍ଟ ଦ୍ବାରା ଜେତେ ଟଙ୍କା ଟାହିଁବେ ସେତେ ଜମା କରିପାରିବେ। ଏହା ବ୍ୟତୀତ ଏସବିଆଇ ଏଟିଏମ୍ରୁ ଅନ୍ଲିମିଟେଡ୍ ଥର ଫ୍ରି ଟ୍ରାନ୍ଜାକ୍ସନ କରିହେବ। ଯେତେ ଥର ଟ୍ରାନ୍ଜାକ୍ସନ କଲେ ମଧ୍ୟ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ।
ତେବେ ଏଟିଏମ୍ରୁ ଟଙ୍କା ୱିଥ୍ଡ୍ର କରିବା ନିୟମରେ ମଧ୍ୟ ପରିବର୍ତ୍ତନ ଆଣିଛି ଏସ୍ବିଆଇ। ଏବେ ଯାଏଁ କେବଳ ଏଟିଏମ୍ ରୁ ଦୈନିକ ସର୍ବାଦିକ ୪୦ ହଜାର ଟଙ୍କା ନଗଦ ବାହାର କରାଯାଇପାରୁଥିଲା। ହେଲେ ଏବେ ସରକାର ଲୋକଙ୍କୁ ଡିଜିଟାଲ ଟ୍ରାନ୍ଜାକ୍ସନ ସହ ଯୋଡିବାକୁ ଚାହୁଁଛି। ଫଳରେ ଏଟିଏମ୍ରୁଦୈନିକ ଉଠାଣ ସୀମା ୨୦ ହଜାର ଟଙ୍କାକୁ ହ୍ରାସ କରିଛନ୍ତି । ଏହି ସବୁ ନିୟମ କେବଳ ଏସ୍ବିଆଇ ବ୍ୟାଙ୍କ ପାଇଁ ଲାଗୁ ହୋଇଛି।