Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ମିଆଦି ଜମାରେ ସୁଧହାର ହ୍ରାସ କଲେ SBI, ଜାଣନ୍ତୁ ଏବେ ମିଳୁଛି କେତେ

14/09/2020 at 4:27 PM

ନୂଆଦିଲ୍ଲୀ ୧୪।୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ମିଆଦି ଜମା (ଏଫଡି) ଉପରେ ସୁଧହାର ହ୍ରାସ କରିଛନ୍ତି। ଯଦି ଆପଣ ଏଫଡିରେ ନିବେଶ କରିବାକୁ ଚାହାନ୍ତି ତେବେ ବ୍ୟାଙ୍କର ନୂଆ ସୁଧହାର ସମ୍ପର୍କରେ ଜାଣି ରଖିବା ଜରୁରି। ଏସବିଆଇଙ୍କ ପୂର୍ବରୁ ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ସେମାନଙ୍କ ଏପରି ନିବେଶରେ ସୁଧହାର ହ୍ରାସ କରିଛନ୍ତି। ଏବେ ଏସବିଆଇ ୧ ବର୍ଷରୁ ୨ ବର୍ଷ ପର୍ଯ୍ୟନ୍ତ ଏଫଡିରେ ଦେଉଥିବା ବାର୍ଷିକ ସୁଧହାରରେ ୦.୨୦ ପ୍ରତିଶତ ହ୍ରାସ କରିଛନ୍ତି।

ନୂଆ ସୁଧହାରରେ ଏବେ ଜମା କଲେ କେତେ ଦିନ ଲାଗି କେତେ ପ୍ରତିଶତ ସୁଧ ଦେଉଛନ୍ତି ଏସବିଆଇ ଆସନ୍ତୁ ଜାଣିବା। ଏଥିରେ ୭ରୁ ୪୫ ଦିନ ଜମା ଲାଗି ୨.୯୦ ପ୍ରତିଶତ ସୁଧ ମିଳୁଥିବା ବେଳେ ୪୬ରୁ ୧୭୯ ଦିନର ଯୋଜନା ଲାଗି ଦେଉଛନ୍ତି ୩.୯୦ପ୍ରତିଶତ ସୁଧପ୍ରଦାନ କରୁଛନ୍ତି। ନୂଆ ସୁଦହାର ହିସାବରେ ୧୮୦ରୁ ୨୧୦ ପର୍ଯ୍ୟନ୍ତ ମିଆଦି ଜମା ଉପରେ ୪.୪୦ ଓ ୨୧୧ରୁ ୧ ବର୍ଷ ପର୍ଯ୍ୟନ୍ତ ଅବଧି ନିମନ୍ତେ ମଧ୍ୟ ସମାନ ହାରରେ ସୁଧ ପ୍ରଦାନ କରୁଛନ୍ତି।

ତେବେ ୧ ବର୍ଷରୁ ଅଧିକ ଓ ୨ ବର୍ଷରୁ କମ ଅବଧି ଲାଗି ୪.୯୦ ଓ ୨ ବର୍ଷରୁ ଅଧିକ ଏବଂ ୩ ବର୍ଷରୁ କମ୍‌ ଅବଧିର ଯୋଜନା ଲାଗି ଏବେ ମିଳୁଛି ୫.୧୦ ପ୍ରତିଶତ ସୁଧ। ୩ ବର୍ଷରୁ ଅଧିକ ଓ ୫ ବର୍ଷରୁ କମ ଯୋଜନା ଲାଗି ୫.୩୦ ଏବଂ ୫ ବର୍ଷରୁ ଅଧିକ ୧୦ ବର୍ଷରୁ କମ୍‌ ଯୋଜନା ଲାଗି ୫.୪୦ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି। ଏସବିଆଇଙ୍କ ଏହି ନୂଆ ସୁଧହାର ସାରା ଦେଶରେ ୧୦ ସେପ୍ଟେମ୍ବରରୁ ଲାଗୁ ହୋଇଛି।

   Related Posts