ଏସବିଆଇର ବଡ ନିଷ୍ପତ୍ତି: ଏଣିକି ବ୍ୟାଙ୍କ ଖାତାରେ ୩ରୁ ଅଧିକ ଥର ଟଙ୍କା ଜମା କଲେ ଦେବାକୁ ହେବ ଟ୍ୟାକ୍ସ

Published By : Prameya-News7 Bureau | September 06, 2019 IST

wp:list
  • ଅକ୍ଟୋବର ୧ରୁ ବଦଳିବ ଏସବିଆଇର ସର୍ଭିସ୍ ଚାର୍ଜ  ସହ ଜଡିତ ନିୟମ
  • ଟେକନିକ୍ କାରଣରୁ ଚେକ୍ ଫେରିଲେ ଦେବାକୁ ହେବ ୧୬୮ ଟଙ୍କା
/wp:list

ନୂଆଦିଲ୍ଲୀ ୬/୯: ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ ତଥା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅକ୍ଟବୋର ୧ ତାରିଖ ୨୦୧୯ରୁ ନିଜ ସର୍ଭିସ ଚାର୍ଜରେ ବଡ ଧରଣର ପରିବର୍ତ୍ତନ କରିବାକୁଯାଉଛି ।  ଆଉ ଏହି ପରିବର୍ତ୍ତିତ ସର୍ଭିସ୍ ଚାର୍ଜ ଭିତରେ ବ୍ୟାଙ୍କରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ଚେକ୍ ବ୍ୟବହାର କରିବା, ଏଟିଏମ ଟ୍ରାନଜାକ୍ସନ ସହ ଜଡିତ ଆଦି ସର୍ଭିସ ସାମିଲ ରହିଛି । ତେବେ ସର୍ଭିସ ଚାର୍ଜରେ ପରିବର୍ତ୍ତନ ସଂକ୍ରାନ୍ତରେ ଏସବିଆଇ ଆନୁଷ୍ଠାନିକ  ଓ୍ବେବସାଇଟରେ ଏକ ସର୍କୁଲାର ମଧ୍ୟ ଜାରି କରିଛି । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତୃତ ଭାବେ ସୂଚନା ଦେଇଛୁ ।

୩ରୁ ଅଧିକ ଥର ଟଙ୍କା ଜମା କଲେ ପ୍ରତି ଥର ଦେବାକୁ ହେବ ୫୬ ଟଙ୍କା

ଏସବିଆଇ ଯେଉଁସବୁ ବଡ ପରିବର୍ତ୍ତନ କରିବାକୁ ଯାଉଛି ସେଥି ମଧ୍ୟରୁ  ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବା ବି ସାମିଲ ରହିଛି । ବ୍ୟାଙ୍କ ତରଫରୁ ଜାରି ହୋଇଥିବା ସର୍କୁଲାର ଅନୁସାରେ ଅକ୍ଟୋବର ୧ ତାରିଖରୁ  ଆପଣ ମାସକ ଭିତରେ ନିଜ ଖାତାରେ କେବଳ ୩ ଥର ହିଁ  ମାଗଣାରେ ଟଙ୍କା ଜମା କରିପାରିବେ । ଯଦି ଏହାଠୁ ଅଧିକ ଥର ଅର୍ଥାତ୍ ୩ରୁ ଅଧିକ ଥର ଟଙ୍କା ଜମା କରନ୍ତି ତେବେ ଆପଣଙ୍କୁ ପ୍ରତି ଟ୍ରାନଜାକ୍ସନ  ଉପରେ ୫୦ ଟଙ୍କା (ଅତିରିକ୍ତ ଜିଏସଟି) ବାବଦକୁ ଚାର୍ଜ ଦେବାକୁ ହେବ । କାହିଁକି ନା ବ୍ୟାଙ୍କ ସର୍ଭିସ ଚାର୍ଜ ଉପରେ ୧୨ ପ୍ରତିଶତର ଜିଏସଟି ଆଦାୟ କରିଥାଏ । ଏଭଳି ଯେତେବେଳେ ଆପଣ ଚତୁର୍ଥ, ପଂଚମ କିମ୍ବା ଏହାଠୁ ଅଧିକ ଥର ଟଙ୍କା ଜମା କରିବେ ତେବେ ଆପଣଙ୍କୁ ପ୍ରତି ଥର ୫୬ ଟଙ୍କା ଅଧିକ ଦେବାକୁ ହେବ । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ  ବର୍ତ୍ତମାନ କୌଣସି ବି ବ୍ୟାଙ୍କ ଖାତାରେ ଟଙ୍କା ଜମା କରିବା ଉପରେ କୌଣସି କଟକଣା ଜାରି କରାଯାଇନାହିଁ ।   

ଟେକନିକ୍ କାରଣରୁ ଚେକ୍ ଫେରିଲେ ଦେବାକୁ ହେବ ୧୬୮ ଟଙ୍କା

ଏସବିଆଇ ଚେକ୍ ରିଟର୍ଣ୍ଣ ସହ ଜଡିତ ନିୟମକୁ ବି କଡାକଡି କରିଛି  । ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାର ଅନୁସାରେ, ୧ ଅକ୍ଟୋବର  ପରେ କୌଣସି ବି ଚେକ୍ କୌଣସି ବି ଟେକନିକ କାରଣରୁ (ବାଉନ୍ସ ବ୍ୟତୀତ) ଫେରେ ତେବେ ଚେକ୍ ଜାରି କରିଥିବା ବ୍ୟକ୍ତିଙ୍କୁ ୧୫୦ ଟଙ୍କା ଏବଂ ଅତିରିକ୍ତ ଜିଏସଟି ଚାର୍ଜ ଦେବାକୁ ପଡିବ । ଜିଏସଟିକୁ ମିଶାଇ ଏହି ଚାର୍ଜ ୧୬୮ ଟଙ୍କା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.