Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

SBIର ଚେତାବନୀ : ଭୁଲ୍‌ରେ ବି କରନ୍ତୁନାହିଁ ଏଭଳି କାମ, ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ୍

4/01/2021 at 1:15 PM

ନୂଆଦିଲ୍ଲୀ ୪।୧: ଗ୍ରାହକଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ବଡ ଚେତାବନୀ । ସୋସିଆଲ ମିଡିଆର କମ୍ ବ୍ୟବହାର କରନ୍ତୁ । କୌଣସି ଭ୍ରମାତ୍ମକ ମେସେଜ ଦ୍ବାରା ପ୍ରଭାବିତ ହୁଅନ୍ତୁନାହିଁ । ବଢୁଥିବା ସାଇବର କ୍ରାଇମ୍ କାରଣରୁ ଆପଣଙ୍କ ଆକାଉଣ୍ଟରୁ ପୂରା ଟଙ୍କା ଗାଏବ ହୋଇଯାଇପାରେ । ଗ୍ରାହକମାନଙ୍କୁ ଆଲର୍ଟ ରହିବାକୁ ବ୍ୟାଙ୍କ୍ ପକ୍ଷରୁ ଚେତାଇ ଦିଆଯାଇଛି । ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ, ସାଇବର ଠକମାନେ ସୋସିଆଲ ମିଡିଆରେ ଭ୍ରମାତ୍ମକ ମେସେଜ ପଠାଉଛନ୍ତି । ବର୍ତ୍ତମାନ ବ୍ୟାଙ୍କ୍ ପକ୍ଷରୁ ଗ୍ରାହକମାନଙ୍କୁ ଏଭଳି କୌଣସି ମେସେଜ ପଠାଯାଇନାହିଁ ।

ଏସବିଆଇ ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଗ୍ରାହକମାନଙ୍କୁ ସାବଧାନ କରାଯାଇଛି । ଏସବିଆଇ କହିଛି ଯେ, ଗ୍ରାହକମାନଙ୍କୁ ଅନୁରୋଧ ସେମାନେ ସୋସିଆଲ ମିଡିଆରେ ସତର୍କ ରୁହନ୍ତୁ । କୌଣସି ଭ୍ରମାତ୍ମକ ଏବଂ ନକଲି ମେସେଜ ଦ୍ବାରା ପ୍ରଭାବିତ ହୁଅନ୍ତୁନାହିଁ । ବ୍ୟାଙ୍କ୍ କହିଛି ଯେ, ଯଦି ଆପଣ ଏଥିପ୍ରତି ଧ୍ୟାନ ନଦେବେ ତେବେ ଆପଣଙ୍କ ବ୍ୟାଙ୍କ୍ ଖାତା ଖାଲି ହୋଇଯିବ ।

ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ୍ ଗ୍ରାହକଙ୍କ ସୁରକ୍ଷା ପାଇଁ ଆଲର୍ଟ ଜାରି କରିଥାଏ । ଗ୍ରାହକଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ଏସବିଆଇର ଲକ୍ଷ୍ୟ । ବ୍ୟାଙ୍କ୍ ନିଜ ଟ୍ବିଟର ହ୍ୟାଣ୍ଡେଲ ଏବଂ ଏସଏମଏସ ମାଧ୍ୟମରେ ଗ୍ରାହକମାନଙ୍କୁ ଆଲର୍ଟ ପଠାଇଥାଏ ।

   Related Posts