ଏସବିଆଇର ବଡ ନିଷ୍ପତ୍ତି: ଫିକ୍ସଡ୍ ଡିପୋଜିଟ୍ ଉପରେ କମାଇଲା ସୁଧହାର, ଜାଣନ୍ତୁ ନୂଆ ଦର

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ, ୨୮|୦୩:  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ ଉପରେ ସୁଧହାର ହ୍ରାସ କରିଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ରେଟକୁ ୭୫ ବସିସ୍ ପଏଣ୍ଟରୁ କମ କରିବା ପରେ ଏସବିଆଇ ଏହି ନିଷ୍ପତ୍ତି ନେଇଛି । ନୂଆ ଦରରେ ଏକ ବର୍ଷରୁ ୧୦ ବର୍ଷ ଯାଏଁ ଏସବିଆଇରେ ଫିକ୍ସଡ୍ ଡିପୋଜିଟ କରୁଥିବା ଗ୍ରାହକଙ୍କୁ ୫.୭ ପ୍ରତିଶତ ସୁଦ୍ଧ ମିଳିବ । ସେହିପରି ୧୮୦ ଦିନରୁ ୧ ବର୍ଷର ଫିକ୍ସ୍ ଡିପୋଜିଟରେ ୫ ପ୍ରତିଶତ ଓ ୪୬ ଦିନରୁ ୧୭୯ ଦିନର ଫିକ୍ସ ଡିପୋଜିଟ୍ ପାଇଁ ୪.୫ ପ୍ରତିଶତ ସୁଦ୍ଧ ମିଳିବ ।

{"id":245176,"width":748,"height":420,"sizeSlug":"large"}

ମାର୍ଚ୍ଚ ୧୦ ପରେ ଦ୍ୱିତୀୟ ଥର ପାଇଁ ଫିକ୍ସ୍ ଡିପୋଜିଟ ଉପରେ ସୁଦ୍ଧ ହାର କମ କରିବାକୁ ନିଷ୍ପତ୍ତି ନେଇଛି । ତେବେ ୨ କୋଟି ଟଙ୍କାରୁ କମ ଟଙ୍କାର ଫିକ୍ସଡ୍ ଡିପାଜିଟ ଉପରେ ବରିଷ୍ଠ ନାଗରିକମାନେ ୫୦ ବେସିସ୍ ପଏଁଣ୍ଟ ପାଇବେ ବୋଲି ବ୍ୟାଙ୍କ କହିଛି ।

ଇଏମଆଇ ନିୟମରେ ୩ ମାସର କୋହଳ ପାଇଁ ଆରବିଆଇର ପରାମର୍ଶ ପରେ ଏସବିଆଇ ସମସ୍ତ ଇଏମଆଇକୁ ୩ ମାସ ଯାଏଁ ଛାଡ କରିବା ନେଇ ଶୁକ୍ରବାର ଘୋଷଣା କରିଥିଲା । ଅର୍ଥାତ ଗୃହ ଋଣ, କକାର ଋଣ, ବ୍ୟକ୍ତିଗତ ଋଣ ଉପରେ ୩ ମାସ ଯାଏଁ ଇଏମଆଇ ଭରିବାକୁ ପଡିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.