ଏସବିଆଇ ଦେଉଅଛି ସାଲାରୀ ଆକାଉଣ୍ଟରେ ଏହି ସୁବିଧା : ଜାଣନ୍ତୁ କ’ଣ?

Published By : Prameya-News7 Bureau | March 28, 2019 IST

ନୂଆଦିଲ୍ଲୀ ୨୮/୩: ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଆପଣଙ୍କ ସାଲାରୀ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିଲେ ମଧ୍ୟ ଖୋଲିବାର ସୁବିଧା ଦେଉଛି।  ଆକାଉଣ୍ଟଧାରୀଙ୍କୁ ମାସିକ ସମୁଦାୟ ଆୟରୁ ମଧ୍ୟ ଲାଭ ପ୍ରଦାନ କରିଥାଏ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜିରୋ ବାଲାନ୍ସ ସାଲାରୀ ଆକାଉଣ୍ଟରେ ଅନେ ଲାଭ ପ୍ରଦାନ କରାଯାଇଥାଏ। ଯାହା କର୍ମଚାରୀ ଏବଂ କମ୍ପାନୀ ଉଭୟଙ୍କ ପାଇଁ ହୋଇଥାଏ। କର୍ପୋରେଟ୍ ବେତନ ପ୍ୟାକେଜ ଜରିଆରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜିରୋ ବାଲାନ୍ସ ବେତନ ଖାତାରେ ଏହି ପ୍ରକାର ସୁବିଧା ଉପଲବ୍ଧ କରାଯାଉଛି।

ସିଏସପି ଜରିଆରେ କର୍ପୋରେଟ୍ ସଂସ୍ଥାର କର୍ମଚାରୀଙ୍କୁ ଅନେକ ଲାଭ ମିଳିବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଚାରି ପ୍ରକାର ସୁବିଧା ରହିଛି ଯଥା ପ୍ଲାଟିନମ୍,ଡାଏମଣ୍ଡ,ସିଲଭର ଏବଂ ଗୋଲ୍ଡ। ପ୍ଲାଟିନମ୍ ପ୍ୟାକେଜର ଫାଇଦା ଉଠାଇବା ପାଇଁ ପ୍ରତି ମାସ ସମୁଦାୟ ବେତନ ଏକ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ଆବଶ୍ୟକ।  ଡାଏମଣ୍ଡ ପ୍ୟାକେଜ ପାଇଁ ୫୦,୦୦୦ଟଙ୍କାରୁ ଅଧିକ ବେତନ ହୋଇଥିବା ଆବଶ୍ୟକ। ସେହିପରି ଗୋଲ୍ଡ ପ୍ୟାକେଜ ପାଇଁ ୨୦,୦୦୦ଟଙ୍କା ଏବଂ ୫୦,୦୦୦ଟଙ୍କା ବେତନ ହୋଇଥିବା ଆବଶ୍ୟକ। ସେହିପରି ସିଲଭର ପ୍ୟାକେଜ ପାଇଁ ୫,୦୦୦ଟଙ୍କାରୁ ୨୦,୦୦୦ଟଙ୍କା ବେତନ ହୋଇଥିବା ଆବଶ୍ୟକ।

ସିଏସପି ଜରିଆରେ ଯେକୈାଣସି ବ୍ୟକ୍ତି ଜିରୋ ବ୍ୟାଲାନ୍ସ ସାଲାରୀ ଆକାଉଣ୍ଟ ଖୋଲି ପାରିବ ଏବଂ ଯେ କୈାଣସି ବ୍ୟାଙ୍କର ଏଟିଏମରୁ ଅଗଣିତ ଥର ମାଗଣା ନେଣ ଦେଣର ସୁବିଧା ଉଠାଇପାରିବ। ଏସବିଆଇ ସାଲାରୀ ଆକାଉଣ୍ଟ ଏସବିଆଇ କ୍ରେଡିଟ୍ କାର୍ଡ଼ ସହିତ ଆସିଥାଏ ଏବଂ ଗ୍ରାହକ ବ୍ୟାଙ୍କ୍ ଲକର ଚାର୍ଜରେ ୨୫ପ୍ରତିଶତର ରିହାତି ପାଇପାରିବ। ଅନୁପୂରକ ବ୍ୟକ୍ତିଗତ ଦୁର୍ଘଟଣା କଭରରେ ୨୦ଲକ୍ଷ ଟଙ୍କା ଏବଂ ଏୟାର ଦୁର୍ଘଟଣା ବୀମା କଭରରେ ୩୦ଲକ୍ଷ ଟଙ୍କା ପ୍ରଦାନ କରିଥାଏ।

ଆକର୍ଷଣୀୟ ସୁଧ ଦରରେ ପର୍ସନାଲ ଲୋନ୍,ହୋମ୍ ଲୋନ୍,କାର୍ ଲୋନ୍ ଏବଂ ଏଜୁକେସନ୍ ଲୋନର ସୁବିଧା ପ୍ରଦାନ କରାଯିବ। ଆକାଉଣ୍ଟଧାରୀ ଇ-ମୋଡସ୍ କରିବା ପାଇଁ ଅଟୋ ସ୍ବାଇପ୍ ସୁବିଧାର ଲାଭ ଉଠାଇପାରିବେ ଏବଂ ଅଧିକ ସୁଧ ପାଇ ପାରିବେ। ଡିମେଟ୍ କିମ୍ବା ଅନଲାଇନ୍ ଟ୍ରେଣ୍ଡିଙ୍ଗ୍ ଖାତା ଖୋଲିବାର ସୁବିଧା ପ୍ରଦାନ କରାଯିବ। ଡିମାଣ୍ଡ ଡ୍ରାଫ୍ଟ,ମଲଟି ସିଟି ଚେକ୍ ଏବଂ ଏସଏମଏସ ଆଲର୍ଟକୁ ମାଗଣାରେ ଜାରି କରିବାର ସୁବିଧା ସହ ନେଫ୍ଟ୍ ଏବଂ ଆରଟିଜିଏସ୍ ସହ ଫ୍ରି ଅନଲାଇନ୍ ସ୍ଥାନାନ୍ତରଣର ସୁବିଧା ପ୍ରଦାନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.