Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଗ୍ରାହକଙ୍କୁ ବଡ ଉପହାର ଦେଲା ଏସବିଆଇ, ମିନିମମ୍ ବାଲାନ୍ସ ଉପରେ ବ୍ୟାଙ୍କ୍ ବଦଳାଇଲା ଏହି ନିୟମ

8/10/2020 at 10:21 PM

ନୂଆଦିଲ୍ଲୀ, ୦୮ ।୧୦:  ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିଜ ୪୫ କୋଟି ଗ୍ରାହକଙ୍କୁ ଏକ ବଡ ଆଶ୍ୱସ୍ତି ପ୍ରଦାନ କରିଛି । ଏସବିଆଇ ମେଟ୍ରୋ ଓ ଗ୍ରାମାଞ୍ଚଳରେ ମିନିମମ୍ ବାଲାନ୍ସର ଲିମିଟ୍ ହ୍ରାସ କରିଦେଇଛି । ଏବେ ମେଟ୍ରୋ ଓ ଅର୍ବାନ୍ ସହର ପାଇଁ ସର୍ବନିମ୍ନ ବାଲାନ୍ସ ୩୦୦୦ ଟଙ୍କା ଓ ଗ୍ରାମାଞ୍ଚଳ ପାଇଁ ୧୦୦୦ ଟଙ୍କା କରିଦିଆଯାଇଛି । ଏପରିକି ମିନିମମ୍ ବାଲାନ୍ସ ନରଖିଲେ ଲାଗୁଥିବା ଚାର୍ଜର ପରିମାଣ ମଧ୍ୟ କମ୍ କରିଦିଆଯାଇଛି ।

ଏସବିଆଇର ଏହି ନୂଆ ନିୟମ ପ୍ରାୟ ୪୫ କୋଟି ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନରଖିଲେ ୫ରୁ ୧୫ ଟଙ୍କା ଚାର୍ଜ୍ ଓ ଏହା ବାଦ୍ ଜିଏସଟି ଅଲଗା ଲାଗିଥାଏ । ଏସବିଆଇ ଏପ୍ରିଲ ୨୦୧୭ରେ ସର୍ବନିମ୍ନ ବାଲାନ୍ସ ଚାର୍ଜ ଲାଗୁ କରିଥିଲା । ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ମେଟ୍ରୋ ସହରରେ ୫୦ ପ୍ରତିଶତ ହ୍ରାସ ପାଇଲେ ଜିଏସଟି ବାଦ୍ ଆଉ ୧୦ ଟଙ୍କା ଲାଗିବ । ଏଥିରେ ଯଦି ୫୦-୭୫ ପ୍ରତିଶତ ହ୍ରାସ ପାଏ ତେବେ ଜିଏସଟି ବାଦ୍ ୧୨ ଟଙ୍କା ଚାର୍ଜ ଲାଗିବ । ଯଦି ଖାତାଧାରକଙ୍କ ମିନିମମ୍ ବାଲାନ୍ସ ୭୫ ପ୍ରତିଶତରୁ ଅଧିକ ହ୍ରାସ ପାଏ ତେବେ ଜିଏସଟି ବାଦ୍ ଆଉ ୧୫ ଟଙ୍କା ଲାଗିବ ।

ଏହାବ୍ୟତୀତ ବ୍ୟାଙ୍କ ଅକ୍ଚୋବର ୧ରୁ ଟ୍ୟାକ୍ସ କଲେକ୍ଟେଡ୍ ଆର୍ଟ ସୋର୍ସ ମଧ୍ୟ ଲାଗୁ କରିଛି । ଏହାସହ ଚଳିତ ଆର୍ଥିକ ବର୍ଷରେ ୭ ଲକ୍ଷରୁ ଅଧିକ ରେମିଟାନ୍ସ କରାଯାଉଥିବାରୁ ଏହାକୁ ଲାଗୁ କରାଯାଇଛି । ତେବେ ଏଥିରେ ଶିକ୍ଷା ଋଣକୁ ସାମିଲ କରାଯାଇ ନାହିଁ । ବିଦେଶ ଭ୍ରମଣ ଲକ୍ଷ୍ୟରେ ପଠାଯାଇଥିବା ଟଙ୍କା ଉପରେ ଟିସିଏସ ଲାଗିବ । ଏହି ଅର୍ଥ ଯଦି ୭ ଲକ୍ଷରୁ କମ୍ ହେବ ତେବେ ଟିସିଏଲ ଲାଗୁ ହେବ ନାହିଁ ।

   Related Posts