Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଡେବିଟ୍ କାର୍ଡ ନଥାଇବି ଏବେ ଏସବିଆଇ ଏଟିଏମରୁ ଉଠାଇ ପାରିବେ ଟଙ୍କା, ଜାଣନ୍ତୁ କିପରି

2/06/2019 at 7:07 PM

ଭୁଲବସତଃ ପର୍ସରେ ଆଣି ନାହାନ୍ତି ଡେବିଟ୍ କାର୍ଡ। ଯଦି ନଗଦ ଅର୍ଥର ଜରୁରି ଆବଶ୍ୟକତା ପଡୁଛି ତେବେ ବ୍ୟସ୍ତ ହେବାର କିଛି କାରଣ ନାହିଁ । ଏବେ ଆପଣ ବିନା ଡେବିଟ୍ କାର୍ଡରେ ବି ଏଟିଏମରୁ ଡ୍ର କରିପାରିବେ ଟଙ୍କା। ଏହି ସୁବିଧାର ଲାଭ କେବଳ ଭାରତୀୟ ଷ୍ଟେଟବ୍ୟାଙ୍କ  ଗ୍ରାହକମାନେ ଏବେ ପାଇ ପାରିବେ। ଯେତେବେଳେ ଯେଉଁଠାରେ ଡେବିଟ୍ କାର୍ଡ ଥାଉ କି ନଥାଉ ଗ୍ରାହକ ଯେପରି ଟଙ୍କା ପାଇଁ ଅସୁବିଧାରେ ନ ପଡନ୍ତି ସେଥିପାଇଁ ଏସବିଆଇ ଏହି ନୂଆ ସୁବିଧା ଉପଲବ୍ଧ କରାଉଛନ୍ତି। ତେବେ ବିନା ଡେବିଟ୍ କାର୍ଡରେ ଏଟିଏମରୁ ଟଙ୍କା ଉଠାଣ କରିବେ କିପରି ଆସନ୍ତୁ ଜାଣିବା।

ଏସବିଆଇ ନୂଆ କରି ଗ୍ରହକଙ୍କ ନିମନ୍ତେ ଏସବିଆଇ ୟେନୋ କ୍ୟାସ୍ ସର୍ଭିସ ଆରମ୍ଭ କରିଛନ୍ତି। ଏହି ସେବା ମାଧ୍ୟମରେ ଗ୍ରାହକ ବିନା ଡେବିଟ୍ କାର୍ଡରେ ବି ଏଟିଏମରୁ ଟଙ୍କା ଉଠାଣ କରିପାରିବେ। ତେବେ ଏଥି ପାଇଁ ଏସବିଆଇ ଗ୍ରାହକଙ୍କୁ ସେମାନଙ୍କ ସ୍ମାର୍ଟ ଫୋନରେ କେବଳ ୟୋନେ   ଆପ୍ ଡାଉନଲୋଡ କରିବାକୁ ପଡିବ। ଏହି ଆପ୍ ମାଧ୍ୟମରେ ବିନା ଡେବିଟ୍ ବା କ୍ରେଡିଟ କାର୍ଡରେ ବି ଏଟିଏମ୍ ରୁ ଟଙ୍କା ଉଠାଣ କରିପାରିବେ।

ତେବେ ୟୋନୋ କ୍ୟାସ୍ ରେ ଟଙ୍କା ଉଠାଇବେ କିପରି। ନିତ୍ୟାନ୍ତ ଅର୍ଥ ଆବଶ୍ୟକତାରେ ଆପଣ ମୋବାଇଲରେ ଏହି ଆପ୍ କୁ ବ୍ୟବହାର କରିପାରନ୍ତି। ଆପକୁ କ୍ଲିକ୍ କଲେ ୟୋନେ କ୍ୟାସ ଅପ୍ସନ ଦେଖିବାକୁ ପାଇବେ। ଏଥିରେ କ୍ଲିକ କରି ଆବଶ୍ୟକ ଅର୍ଥର ପରିମାଣ ଟାଇପ୍ କରି ନେକ୍ସଟ ବଟନ କ୍ଲିକ୍ କରିବେ। ଆପଣଙ୍କୁ ୬ ଡିଜିଟର ଟ୍ରାଞ୍ଜାକ୍ସନ ପିନ ମିଳିବ। ଏହି ପିନ ପାଇବାର କିଛି ସମୟ ପରେ ଆପଣଙ୍କ ଫୋନରେ ଟ୍ରାଞ୍ଜାକ୍ସନ ନମ୍ବର ମ୍ୟାସେଜ ମିଳିବ। ଏବେ ଆଖପାଖରେ କେଉଁଠି ଏସବିଆଇ ଏଟିଏମ ଅଛି ନଜର ବୁଲାନ୍ତୁ ଓ ସେଠାକୁ ଯାଇ ଟଙ୍କା ଉଠାଣ କରିବାକୁ ଚେଷ୍ଟା କରନ୍ତୁ।

ଏଟିଏମରେ ପହଞ୍ଚିବା ପରେ ଟଙ୍କା ଉଠାଣ ପାଇଁ ୟେନୋ କ୍ୟାସ ଅପ୍ସନ ଚୟନ କରନ୍ତୁ। ତା ପରେ ମ୍ୟାସେଜରେ ଆସିଥିବା ଟ୍ରାଞ୍ଜାକ୍ସନ ନମ୍ବର ଟିପନ୍ତୁ  ଓ କେତେଟଙ୍କା ଉଠାଇବାକୁ ଚାହାନ୍ତି ଟାଇପ କରନ୍ତୁ। ଏବେ ଏଟିଏମ ଆପଣଙ୍କୁ ୬ ଡିଜିଟର ଟ୍ରାଞ୍ଜାକ୍ସନ ପିନ ମାଗିବ। ସେହି ପିନ ପ୍ରଦାନ କରିବା ପରେ ମେସିନରୁ କ୍ୟାସ୍ ବାହାରି ଆସିବ। ଏହି ଆପ ସହାୟତାରେ ଆପଣ ଏଟିଏମରୁ ସର୍ବାଧିକ ୧୦ ହଜାର ଟଙ୍କା ହିଁ କାଢି ପାରିବେ। ଏହା ଛଡା ଟ୍ରାଞ୍ଜାକ୍ସନ କୋଡ ଜେନେରେଟ ହେବାର ଅଧଘଣ୍ଟା ମଧ୍ୟରେ ଆପଣଙ୍କୁ ଏଟିଏମରୁ ଟଙ୍କା ଉଠାଣ କରିବାକୁ ପଡିବ । ବିଳମ୍ବ ହେଲେ ମିଳିବ ନାହିଁ ।

   Related Posts