ସୁଧ ହାର କମାଇଲା ଏସବିଆଇ, ଜାଣନ୍ତୁ କେତେ କମ ହେବ ଆପଣଙ୍କ ଇଏମଆଇ,୩ ମାସ କ'ଣ ରିହାତି ?

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ, ୨୮|୦୩ :   ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏସବିଆଇ ଲୋନର ସୁଧ ହାରରେ ସବୁଠାରୁ ଅଧିକହ୍ରାସ କରିଛି । ଆପଣଙ୍କୁ ନୂଆ ଲୋନ କମ ସୁଧରେ ମିଳିବ । ଏହାସହ ଆପଣଙ୍କ ଲୋନର ଇଏମଆଇ ମଧ୍ୟ ପୂର୍ବାପେକ୍ଷା କମ ହେବ । ଲକଡାଉନକୁ ଦେଖି ବ୍ୟାଙ୍କ ୩ ମାସ ପାଇଁ ଇଏମଆଇ କୋହଳ କରିଛି । ଅର୍ଥାତ ଆପଣଙ୍କୁ ୩ ମାସ ଯାଏଁ ଇଏମଆଇ ଭରିବାକୁ ପଡିବ ନାହିଁ ।

ଯଦି ଆପଣ ୨୦ ବର୍ଷ ପାଇଁ ୨୦ ଲକ୍ଷ ଟଙ୍କାର ହୋମ ଲୋନ୍ ନେଇଥାନ୍ତି ତେବେ ଆପଣ ୭.୮ ପ୍ରତିଶତ ହାରରେ ସୁଧ ଦେଉଛନ୍ତି । ଆପଣଙ୍କୁ ମାସିକ ୨୩, ୩୪୯ ଟଙ୍କା ଦେବାକୁ ପଡୁଛି । ନୂଆ ସୁଧ ହାରରେ ଆପଣଙ୍କୁ ୨୩, ୩୪୯ ଟଙ୍କା ଦେବାକୁ ପଡିବ । ଅର୍ଥାତ ୨୦ ବର୍ଷରେ ୩୦ ଲକ୍ଷର ହୋମଲୋନରେ ପ୍ରତି ମାସର ଇଏମଆଇରେ ଆପଣଙ୍କୁ ୧୩୭୨ ଟଙ୍କା କମ ପଡିବ ।

ଏହି ସୁଧ ହାର ସମୟ ଅନୁସାରେ ପରିବର୍ତ୍ତନ ହୋଇପାରେ ।  ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ରେପୋ ରେଟ୍ ହ୍ରାସ କରିବା ପରେ ଫିକ୍ସଡ୍ ଡିପୋଜିଟ୍ ଉପରେ ମଧ୍ୟ ଏସବିଆଇ ସୁଦ୍ଧ ହାର ହ୍ରାସ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.