Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

SBIଙ୍କ ୪୪ କୋଟି ଗ୍ରାହକଙ୍କ ଲାଗି ଜରୁରି ଖବର, ଭୁଲରେ ବି କରନ୍ତୁନି ଏହି ୩ କାମ, ଜାଣନ୍ତୁ କ’ଣ କହିଛନ୍ତି ବ୍ୟାଙ୍କ

17/06/2021 at 4:17 PM

ନୂଆଦିଲ୍ଲୀ ୧୭।୬: ଯଦି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ)ରେ ଆପଣଙ୍କ ଆକାଉଣ୍ଟ ଅଛି ତେବେ ଆପଣଙ୍କ ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଏସବିଆଇ ତାଙ୍କ ୪୪ କୋଟି ଗ୍ରାହକଙ୍କ ନିମନ୍ତେ ସତର୍କତା ଜାରି କରିଛନ୍ତି। ଏଥିରେ ଏସବିଆଇ ଗ୍ରାହକଙ୍କୁ କେୱାଇସି ନାମରେ ହେଉଥିବା ତଞ୍ଚକତା ନେଇ ସତର୍କ କରାଇଛନ୍ତି। ଏ ନେଇ ବ୍ୟାଙ୍କ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଛନ୍ତି।

ବ୍ୟାଙ୍କ ଟ୍ୱିଟ୍‌ରେ ଠକମାନେ କେୱାଇସି ( ନୋ ୟୋର କଷ୍ଟମର) ଭେରିଫିକେସନ ନାମରେ ଗ୍ରାହକଙ୍କୁ ଠକେଇ କରୁଛନ୍ତି। ଏଣୁ ଗ୍ରାହକଙ୍କୁ କେୱାଇସି ନାମରେ କୌଣସି ଲିଙ୍କରେ କ୍ଲିକ୍‌ ନ କରିବାକୁ କହିଛନ୍ତି। ଯଦି ଏପରି କୌଣସି ମ୍ୟାସେଜ ମିଳେ ତେବେ ତୁରନ୍ତ ସାଇବର ଥାନାରେ ଅଭିଯୋଗ  କରିବାକୁ ପରାମର୍ଶ ଦେଇଛନ୍ତି। କେୱାଇସି ଅପଡେଟ କରିବା ପାଇଁ ବ୍ୟାଙ୍କ କେବେ ଲିଙ୍କ ପଠାନ୍ତି ନାହିଁ।

ସେହିପରି କାହା ସହ ନିଜର ମୋବାଇଲ ଅଥବା ବ୍ୟକ୍ତିଗତ ତଥ୍ୟ ସେୟାର ନକରିବାକୁ ମଧ୍ୟ ବ୍ୟାଙ୍କ ଗ୍ରାହକଙ୍କୁ ସତର୍କ କରାଇଛନ୍ତି। ଏସବିଆଇ ଏବେ ଗ୍ରାହକଙ୍କ କେୱାଇସି ଅପଡେଟ୍ କରୁଛନ୍ତି। ଏଥି ପାଇଁ ଜୁନ୍‌ ୩୦ ଶେଷ ତାରିଖ। ଯଦି କୌଣସି ଗ୍ରାହକ କେୱାଇସି ଅପଡେଟ କରି ନ ପାରନ୍ତି ତେବେ ତାଙ୍କ ଆକାଉଣ୍ଟ ସସପେଣ୍ଡ ରହିବ। କରୋନା ଭାଇରସ ମହାମାରୀ ଲାଗି ଗ୍ରାହକ ଘରେ ରହି ମଧ୍ୟ ନିଜର କେୱାଇସି ଅପଡେଟ୍ କରିପାରିବେ।

ନିଜର ଆଡ୍ରେସ୍‌ ପ୍ରୁଫ ଓ ପରିଚୟ ପତ୍ର ବ୍ୟାଙ୍କରେ ପଞ୍ଜିକୃତ ଇ-ମେଲ ଜରିଆରେ ଫଟୋ ଆକାରରେ  ପଠାଇ ପାରିବେ। ତେବେ କୌଣସି ଲିଙ୍କରେ କେୱାଇସି ଅପଡେଟ୍ ହେଉ ନଥିବା ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି। ହେଲେ ଠକମାନେ ଲିଙ୍କ ପଠାଇ ଗ୍ରାହକଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଚୋରାଇ ନେଉଥିବାର ଅନେକ ଅଭିଯୋଗ ମିଳୁଥିବା ଏସବିଆଇ ସୂଚିତ କରିଛନ୍ତି।     

   Related Posts