ବହୁତ କମ ଦାମରେ କିଣନ୍ତୁ ଘର, ଦୋକାନ ଓ ପ୍ଲଟ, ଏସବିଆଇ ଦେଉଛି ସୁଯୋଗ

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭।୦୯: କରୋନା ସଙ୍କଟ ମଧ୍ୟରେ ଆପଣ ଶସ୍ତା ଦାମରେ ଫ୍ଲାଟ୍, କୋଠା କିମ୍ବା ଦୋକାନ କିଣିବାକୁ ଚାହୁଁଛନ୍ତି ତେବେ ଏହି ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇ ପାରିବେ। ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ସେପ୍ଟେମ୍ବର ୩୦ରୁ ଏକ ମେଗା ଇ-ନିଲାମ କରିବାକୁ ଯାଉଛି। ଏଥିରେ ୧୦୦୦ରୁ ଅଧିକ ଅଚଳ ସଂପତ୍ତିକୁ ନିଲାମ କରାଯିବ।

ଏସବିଆଇ ଦ୍ଵାରା ସେହି ସଂପତ୍ତିକୁ ନିଲାମ କରାଯିବ, ଯାହାକୁ ବନ୍ଧକ ରଖି ବ୍ୟାଙ୍କରୁ ଋଣ ନିଆଯାଇଥିଲା। ଅନେକ ସଂପତ୍ତି ଏମିତି ରହିଛି ଯେଉଁ ଲୋକ ଋଣ ପରିଶୋଧ କରିବାରେ ବିଫଳ ହୋଇଛନ୍ତି। ଏବେ ଏସବିଆଇ ନିଜର ବକେୟା ଆଦାୟ ପାଇଁ ଏହି ସବୁ ସଂପତ୍ତିର ନିଲାମ କରିବ। ଏହି ସଂପତ୍ତିରେ ଫ୍ଲାଟ, ପ୍ଲଟ୍ ଏବଂ ଦୋକାନ ସାମିଲ।

{"id":335318,"sizeSlug":"large"}

ବ୍ୟାଙ୍କ ଅନୁଯାୟୀ ନିଲାମୀ ବହୁତ ପାରଦର୍ଶୀ ପ୍ରକ୍ରିୟାରେ ହେବ। ବ୍ୟାଙ୍କ ସେହି ସମସ୍ତ ସମ୍ବନ୍ଧିତ ସୂଚନା ଉପଲବ୍ଧ କରାଇବ, ଯେଉଁ ସଂପତ୍ତି ନିଲାମରେ ଭାଗ ନେବ। ବ୍ୟାଙ୍କ ଏହା ମଧ୍ୟ କହିଛି ସଂପତ୍ତି ଫ୍ରିହୋଲ୍ଡ କିମ୍ବା ଲିଜହୋଲ୍ଡ ହେବା, ଏହାର ମାପ କରିବା, ସ୍ଥାନ ସମେତ ଅନ୍ୟ ସୂଚନା ମଧ୍ୟ ନିଲାମୀ ପାଇଁ ଯୋଗାଇ ଦିଆଯିବ।

ଏସବିଆଇ ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଏହି ନିଲାମୀକୁ ନେଇ ସୂଚନା ଦେଇଛି। ଏହା ବ୍ୟତୀତ ନିଲାମୀ ସମ୍ବନ୍ଧିତ ସୂଚନା ପାଇଁ ଆପଣ ଏସବିଆଇର କୌଣସି ବି ନିକଟସ୍ଥ ଶାଖାରେ ଯୋଗାଯୋଗ କରି ପାରନ୍ତି। ଏଥିପାଇଁ ବ୍ୟାଙ୍କ ଶାଖାରେ କର୍ମଚାରୀ ଉପଲବ୍ଧ ରହିବେ। କର୍ମଚାରୀ ଆପଣଙ୍କୁ ଏହି ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବେ।

ଯଦି ଆପଣ ଇ-ନିଲାମୀ ଜରିଆରେ ସଂପତ୍ତି କିଣିବାକୁ ଚାହୁଁଛନ୍ତି ତେବେ ବ୍ୟାଙ୍କ ଯାଇ ପ୍ରକ୍ରିୟା ଓ ସମ୍ବନ୍ଧିତ ସଂପତ୍ତି ବିଷୟରେ କୌଣସି ବି ପ୍ରକାରର ସୂଚନା ଜାଣି ପାରିବେ। ଏହା ସହିତ ସଂପତ୍ତିର ନୀରିକ୍ଷଣ ମଧ୍ୟ କରିପାରିବେ।

ଇ-ନିଲାମୀ ଭାଗ ନେବା କିମ୍ବା ବୋଲି ଡାକିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରି ପାରନ୍ତି। https://www.bankeauctions.com/Sbi।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.