Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧ ମେ ରୁ ବଦଳିଯିବ ଏସବିଆଇଙ୍କ ନିୟମ, ପ୍ରଭାବିତ ହେବେ ଉପଭୋକ୍ତା

24/04/2019 at 4:33 PM

ନୂଆଦିଲ୍ଲୀ ୨୪।୪:  ଏପ୍ରିଲ ମାସ ସରିବାକୁ ଆସୁଛି । ଆସନ୍ତା ମାସ ଅର୍ଥାତ ମେ ୧ରୁ ଦେଶରେ ଅନେକ ନିୟମ ବଦଳିଯିବ । ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏସବିଆଇ ତାଙ୍କ ନୂଆ ସୁଧହାର ମଧ୍ୟ ଲାଗୁ କରିବେ । ବ୍ୟାଙ୍କ ପକ୍ଷରୁ ପୂର୍ବରୁ ସ୍ଥିରକୃତ ନୂଆ ସୁଧହାର ମେ ୧ ତାରିଖରୁ ସାରା ଦେଶରେ ଲାଗୁ ହେବାକୁ ଥିବା ବେଳେ ନୂଆସୁଧହାର ଯୋଗୁ ସାରା ଦେଶରେ ହଜାର ହଜାର ଉପଭୋକ୍ତା ପ୍ରଭାବିତ ହେବେ ।

ଯଦି ଆପଣ ଏସବିଆଇର ଉପଭୋକ୍ତା ତେବେ ବ୍ୟାଙ୍କର ନୂଆ ନିୟମ ଆପଣଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏଥିରେ ଦେଶର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ସେଭିଙ୍ଗ ଆକାଉଣ୍ଟରେ ଦେଉଥିବା ସୁଧହାର ହ୍ରାସ କରିଛନ୍ତି । ଏଥିରେ ୧ଲକ୍ଷରୁ କମ ଜମା ଉପରେ ବ୍ୟାଙ୍କ ବାର୍ଷିକ ୩.୫୦ ପ୍ରତିଶତ ହାରରେ ସୁଧ ଦେବେ। ୧ ଲକ୍ଷଟଙ୍କାରୁ କମ ଜମା ଉପରେ ଏହି ସୁଧହାର ଆହୁରି ୦.୨୫ ପ୍ରତିଶତ କମ ସୁଧ ପ୍ରଦାନ କରିବେ । ଅର୍ଥାତ ସାମାନ୍ୟ ଜମା ଉପରେ ବ୍ୟାଙ୍କ ଏଣିକି ୩.୨୫ ପ୍ରତିଶତ ସୁଧ ଦେବେ। ଏଣୁ ଏସବିଆଇଙ୍କ ସୁଧହାର ଅନେକ ଉପଭୋକ୍ତାଙ୍କୁ ପ୍ରଭାବିତ କରିବା ନିଶ୍ଚିତ ।  

   Related Posts