ମେ ୧ ତାରିଖରୁ ବଦଳିଯିବ ଏସବିଆଇ ନିୟମ : ପ୍ରଭାବିତ ହେବେ ୪୨ କୋଟି ଗ୍ରାହକ

Published By : Prameya-News7 Bureau | April 15, 2019 IST

ନୂଆଦିଲ୍ଲୀ ୧୫/୪ : ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ସୁଧ ହାରକୁ ନେଇ ନିୟମ ଲାଗୁ ହେବାକୁ ଯାଉଛି | ଏହି ନୂଆ ନିୟମ ମେ ୧ ତାରିଖରୁ ଲାଗୁ ହେବ | ନୂଆ ନିୟମ ଲାଗୁ ହେବାପରେ ଦେଶର ପାଖାପାଖି ୪୨ କୋଟି ଗ୍ରାହକ ପ୍ରଭାବିତ ହେବେ |

{"id":103772}


ଏସବିଆଇ ନିଜର ଡିପୋଜିଟ ଏବଂ ଋଣର ସୁଧ ହାର ଆରବିଆଇର ବେଞ୍ଚ ମାର୍କ ଦର ସହ ସଂଯୋଗ କରିଦେଇଛି | ଏବେଠାରୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ରେପୋ ରେଟରେ ପରିବର୍ତ୍ତନ ହେବା ଯୋଗୁଁ ବ୍ୟାଙ୍କର ଜମା ଟଙ୍କା ଏବଂ ଋଣ ଦର ପ୍ରଭାବିତ ହେବ | ଲକ୍ଷେ ଟଙ୍କାରୁ ଅଧିକ ଜମା ଟଙ୍କା ବା ଋଣ ଉପରେ ଏହି ନୂଆ ସୁଧ ହାର ଲାଗୁ ହେବ | ଏହି ନିୟମ ବ୍ୟବସ୍ଥା ମେ ୧ ତାରିଖରୁ ଲାଗୁ ହେବ | ଏହି ନୂଆ ନିୟମ ଲାଗୁ ହେବାପରେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଜମା ଟଙ୍କାରେ କମ ସୁଧ ମିଳିବ | ଏହାର ପ୍ରଭାବ ଏସବିଆଇର ପାଖାପାଖି ୯୫ ପ୍ରତିଶତ ଗ୍ରାହକଙ୍କ ଉପରେ ପଡିବ ବୋଲି ଅନୁମାନ କରାଯାଉଛି | ନୂଆ ନିୟମ ଲାଗୁ ହେବାପରେ ଏସବିଆଇ ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା ଜମା ରାଶିରେ ୩.୫ ପ୍ରତିଶତ ସୁଧ ମିଳିବ | ୧ ଲକ୍ଷରୁ ଅଧିକ ଜମା ରାଶିରେ ୩.୨୫ ପ୍ରତିଶତ ସୁଧ ମିଳିବ |

{"id":103773}


ସୂଚନାଯୋଗ୍ୟ ଯେ, ଆରବିଆଇ ନିକଟରେ ସୁଧ ହାର ୦.୨୫ ପ୍ରତିଶତ ହ୍ରାସ କରିଥିଲା | ଏହାପରେ ଏସବିଆଇ ସମେତ ଅନେକ ବ୍ୟାଙ୍କ ଘର ଲୋନ ଏବଂ ଗାଡି ଲୋନର ସୁଧ ହାର କମ କରିଥିଲେ | ଏସବିଆଇ ସମସ୍ତ ଲୋନର ସୁଧ ହାର ୦.୦୫ ପ୍ରତିଶତ ହ୍ରାସ କରିଥିଲା | ସଂଶୋଧିତ ୩୦ ଲକ୍ଷ ଟଙ୍କା ଘର ଋଣରେ ମଧ୍ୟ ଏସବିଆଇ ମାତ୍ର ୦.୧୦ ପ୍ରତିଶତ ସୁଧ ହାର କମ କରିଥିଲା | ଏବେ ୩୦ ଲକ୍ଷ ଟଙ୍କା ଘର ଋଣରେ ସୁଧ ହାର ୮.୬୦ ରୁ ୮.୯୦ ପ୍ରତିଶତ ରହିବ | ଘର ଋଣର ସୁଧ ହାର ପୂର୍ବରୁ ୮.୭୦ ରୁ ୯ ପ୍ରତିଶତ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.