SBI ଗ୍ରାହକଙ୍କୁ ବଡ଼ ଝଟ୍କା, ଏଣିକି ଘର କିଣିବା ହେଲା ମହଙ୍ଗା, ଜାଣନ୍ତୁ କେତେ ଭରିବେ ଇଏମଆଇ
5/04/2021 at 3:58 PM

ନୂଆଦିଲ୍ଲୀ ୫/୪: ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କ ପାଇଁ ଦୁଖଃ ଖବର ଆସିଛି। ନିଜର ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛି ଏସ୍ବିଆଇ। ଏବେ ଘର କିଣିବା ମହଙ୍ଗା ହୋଇଥିବା ବେଳେ ବ୍ୟାଙ୍କ ଗୃହ ଋଣ ଉପରେ ସୁଧ ବଢ଼ାଇଛି । ଘର କିଣିବା ଉପରେ ଏବେ ଅଧିକ ଇଏମଆଇ ଦେବାକୁ ପଡ଼ିବ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହୋମ ଲୋନ୍ରେ ୬.୭୦ ପ୍ରତିଶତ ସୁଧ ଥିବା ବେଳେ ଏବେ ଏହା ୬.୯୫ ପ୍ରତିଶତକୁ ବୃଦ୍ଧି ପାଇଛି।
ସୀମିତ ଅବଧି ପାଇଁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଋଣ ୬.୭୦ ସୁଧରେ ଦେବାକୁ ଏସବିଆଇ ଘୋଷଣା କରିଥିଲା। ୭୫ ଲକ୍ଷରୁ ୫ କୋଟି ଟଙ୍କା ଉପରେ ସୁଧ ହାର ୬.୭୫ ପ୍ରତିଶତ ଥିଲା। ଏସବିଆଇ ଘର ଋଣରେ ସୁଧ ବଢ଼ାଇଥିବା ବେଳେ ଏପ୍ରିଲ୍ ପହିଲାରୁ ଏହା ଲାଗୁ ହୋଇଯାଇଛି। ଏସ୍ବିଆଇ ସୁଧ ବଢ଼ାଇବା ପରେ ଅନ୍ୟାନ୍ୟ ବ୍ୟାଙ୍କ ମଧ୍ୟ ଏହା ବଢ଼ାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଏହା ବ୍ୟତୀତ ଗୃହ ଋଣ ଉପରେ ଅତିରିକ୍ତ ପ୍ରୋସେସିଂ ଚାର୍ଜ ଲଗାଇଛି ଏସବିଆଇ। ଋଣ ରାଶିର ୦.୪୦ ପ୍ରତିଶତ ହେବ ପ୍ରୋସେସିଂ ଚାର୍ଜ। ପ୍ରକ୍ରିୟାକରଣ ଶୁଳ୍କ ବାବଦକୁ ସର୍ବନିମ୍ନ ୧୦ ହଜାର ଏବଂ ସର୍ବାଧିକ ୩୦ ହଜାର ଟଙ୍କା ଆଦାୟ କରାଯିବ। ତେବେ ବ୍ୟାଙ୍କ ପକ୍ଷରୁ ୩୧ ମାର୍ଚ୍ଚ ଯାଏ ପ୍ରୋସେସିଂ ଶୁଳ୍କ ଛାଡ଼ କରିବାକୁ କୁହାଯାଇଥିଲା।