ପୂଜା ପୂର୍ବରୁ ଏସ୍‌ବିଆଇର ବଡ ଘୋଷଣା, ଋଣ ଓ ଏଫଡିର ସୁଧହାର ହ୍ରାସ

Published By : Prameya-News7 Bureau | September 09, 2019 IST

ଦେଶର ସବୁଠୁ ବଡ ସରକାରୀ ବ୍ୟାଙ୍କ  ଷ୍ଟେଟ ବ୍ୟାଙ୍କ ଅଫ ଇଂଡିଆ (State Bank Of India)ର ଗ୍ରାହକଙ୍କ ପାଇଁ ବିଶେଷ ସୂଚନା। ବିଭିନ୍ନ ଅବଧିର ଋଣ( ଲୋନ୍‌)ର ସୁଧହାର ୦.୧୦ ପ୍ରତିଶତ ହ୍ରାସ କରାଯାଇଥିବା  ଘୋଷଣା କରାଯାଇଛି।

ଏହା ମଙ୍ଗଳବାରଠୁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗୋଟିଏ ବର୍ଷ ପାଇଁ ଋଣ ଏମ୍‌ସିଏଲ୍‌ଆର ସୁଧ ହାର କଟିବା ପରେ ଏହା ୮.୧୫ ପ୍ରତିଶତ ହୋଇଛି। ପୂର୍ବରୁଏହା  ୮.୨୫ ପ୍ରତିଶତ ଥିଲା।  

ବ୍ୟାଙ୍କ ଏହା ସହ ନିଜର ରିଟେଲ ଫିକ୍ସଡ୍‌ ଡିପୋଜିଟ୍‌ରେ ମଧ୍ୟ ସୁଧ ହାର ୦.୨୦ ରୁ ୦.୨୫  ହ୍ରାସ କରିଛି। ଏହା ମଧ୍ୟ ମଙ୍ଗଳବାରଠାରୁ ଲାଗୁ ହେବ। ଏହି ସୁଧହାର ହ୍ରାସ ପରେ ଏବେର ପରିସ୍ଥିତରେ  ବ୍ୟାଙ୍କ ନିକଟରେ ଅତିରିକ୍ତ ଅର୍ଥ ରାଶି ରହିଛି ବୋଲି ସୂଚନା ଦିଆଯାଇଛି। ଏହାକୁ ନେଇ ଫିକ୍ସଡ ଡିପୋଜିଟ୍‌ ବା ସ୍ଥାୟୀ ଜମା ରାଶି ଉପରେ ସୁଧହାରକୁ  ସୁଧାର କରାଯାଇଛି  ବୋଲି ବ୍ୟାଙ୍କ ଘୋଷଣା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.