ଏସ୍‌ବିଆଇ ଦେଲା ଝଟକା -ସ୍ଥାୟୀ ଜମା ସୁଧ କମିଲା, ଶସ୍ତା ହେଲା ହୋମ ଓ ଅଟୋମୋବାଇଲ୍‌ ଲୋନ୍‌

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୦୭ ।୦୨ - ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ର ନୀତି ଘୋଷଣା କରିବାର ଗୋଟିଏ ଦିନ ପରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିଜର ଋଣ ଦର ହ୍ରାସ କରିଛନ୍ତି । ଏଥିଯୋଗୁଁ ଘର ଓ ଅଟୋ ମୋବାଇଲ୍‌ ଋଣ ଶସ୍ତା ହୋଇଯାଇଛି । ଏଥିସହ ସ୍ଥାୟୀ ଜମାରେ ବି ସୁଧହାରକୁ ହ୍ରାସ କରିଛି । ଲଗାତର ନବମ ଥର ପାଇଁ ଆର୍ଥିକ ବର୍ଷରେ ମାର୍ଜିନାଲ କଷ୍ଟ ଅଫ୍‌ ଲେଣ୍ଡିଂ ଦରକୁ ହ୍ରାସ କରାଯାଇଛି ।

{"id":211140,"sizeSlug":"large"}

ଏସ୍‌ବିଆଇ ଏମ୍‌ସିଏଲ୍‌ଆର୍‌ ହ୍ରାସ କରିଛି । ଏଥିରେ ୫ ବିପିଏସ୍‌ ହ୍ରାସ କରାଯାଇଛି । ଏହି ଦର ବାର୍ଷିକ ୭.୯୦ରୁ ହ୍ରାସ ପାଇ ୭.୮୫ ପ୍ରତିଶତ ହୋଇଯାଇଛି । ଏଥିରେ ଗ୍ରାହକମାନଙ୍କ ପାଇଁ ଫାଇଦା ହେବ । ଏବେ ଗ୍ରାହକମାନଙ୍କୁ ପୂର୍ବ ଅପେକ୍ଷା ଶସ୍ତାରେ ହୋମ ଲୋନ୍‌ ଓ ଅଟୋ ମୋବାଇଲ୍‌ ଲୋନ୍‌ ମିଳିବ ।

{"id":211142,"sizeSlug":"large"}

ସ୍ଥାୟୀ ଜମାରେ ବି ଏସ୍‌ବିଆଇ ଘୋଷଣା କରିଛି। ଏସ୍‌ବିଆଇ ୧୦ରୁ ୫୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି । ଏଥିରୁ ମିଳିଥିବା ସୁଧହାରକୁ ବି ହ୍ରାସ କରାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥକ ବର୍ଷରେ ଅନ୍ତିମ ମୁଦ୍ରା ନୀତି ଘୋଷଣା କରିଥିଲା। ଏଥିରେ ରେପୋ ରେଟ୍‌କୁ ପରିବର୍ତ୍ତନ କରାଯାଇ ନଥିଲା। ଏହା ସତ୍ତ୍ୱେ କେନ୍ଦ୍ରୀୟ ବ୍ୟାଙ୍କ ନିଜର ଋଣରେ ସୁଧହାରକୁ ହ୍ରାସ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.