Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ସ୍ୱାସ୍ଥ୍ୟ ମୁଦ୍ରାସ୍ପିତି ନେଇ ଆସିଲା SBIଙ୍କ ରିପୋର୍ଟ, ଦେଶରେ କରୋନା ସଂକ୍ରମିତ ପ୍ରତି ରୋଗୀଙ୍କ ହସ୍ପିଟାଲ ବାବଦ ଖର୍ଚ୍ଚ ଛୁଇଁଛି ଦେଢ ଲକ୍ଷ ଟଙ୍କା

17/05/2021 at 9:38 PM

ନୂଆଦିଲ୍ଲୀ ୧୭।୫: ଭାରତ ସରକାର ସୋମବାର ଦେଶରେ ଏପ୍ରିଲ ମାସର ପାଇକାରୀ ମୁଦ୍ରାସ୍ପିତି ହାର ଘୋଷଣା କରିଛନ୍ତି। ଏଥିରେ ମହଙ୍ଗା ହାର ୧୦.୪୯ ପ୍ରତିଶତରେ ପହ଼ଞ୍ଚି ଯାଇଥିବାରୁ ଚିନ୍ତା ବ୍ୟକ୍ତ କରାଯାଇଛି। ତେବେ ବଜାର ମୁଦ୍ରାସ୍ପିତି ଠାରୁ ଏବେ ଯାହା ଅଧିକ ଚିନ୍ତାଜନକ ତାହା ହେଉଛି ସ୍ୱାସ୍ଥ୍ୟ ମୁଦ୍ରାସ୍ପିତି ହାର। ଏ ନେଇ ସରକାର ଏପର୍ଯ୍ୟନ୍ତ କୌଣସି ତଥ୍ୟ ଜାରି କରିନାହାନ୍ତି। ତେବେ ଭାରତୀୟ ଷ୍ଟେଟବ୍ୟାଙ୍କ ସୋମବାର ପ୍ରଥମଥର ସ୍ୱାସ୍ଥ୍ୟ ମୁଦ୍ରାସ୍ପିତି ରିପୋର୍ଟ ଜାରି କରିଛନ୍ତି  ଯାହା ବାସ୍ତବିକ ଚିନ୍ତାର ବିଷୟ ବୋଲି ଏବେ କୁହାଯାଉଛି। 

ସାରା ଦେଶରେ ଏବେ କରୋନା ଦ୍ୱିତୀୟ ଲହର ପ୍ରକୋପ କରୁଛି। ଦେଶରେ ଏହି ସମୟରେ  କରୋନା ଆକ୍ରାନ୍ତ ଅନୁନ୍ୟ ୩୦ ପ୍ରତିଶତ ଲୋକେ ଆରୋଗ୍ୟ ହେବା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯେଉଁମାନଙ୍କ ଚିକିତ୍ସା ଆଦି ଖର୍ଚ୍ଚ ପାଇଁ ୫୦ ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ଏଥିରୁ ଯେଉଁମାନେ କୋଭିଡ ସଂକ୍ରମଣ ଯୋଗୁ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେମାନଙ୍କ ପରିବାର ଉପରେ  ହାରାହାରି ଦେଢ ଲକ୍ଷ ଟଙ୍କାର ଖର୍ଚ୍ଚ ଭାର ପଡିଥିବା ଆକଳନ କରାଯାଇଛି।

ରିପୋର୍ଟ ଅନୁସାରେ ଏପ୍ରିଲ ୨୦୨୧ରେ ଖୁଚୁରା ମୁଦ୍ରାସ୍ପିତି ହାର ୪.୪୨ ପ୍ରତିଶତ ଥିଲା। ଯାହା ମାର୍ଚ୍ଚ ମାସର ମୁଦ୍ରାସ୍ପିତି ହାର ୫.୨୧ ପ୍ରତିଶତରୁ ଢେର କମ୍‌ ଥିଲା। ତେବେ କରୋନା ଏହି ହ୍ରାସର ଭରଣା କରିଦେଇଛି।  କାରଣ ଏହି ଲୋକେ କରୋନା ଯୋଗୁ ଔଷଧ, ଏକ୍ସ-ରେ, ଇସିଜି, ପାଥୋଲଜି ଟେଷ୍ଟ, ନର୍ସିଂ ଶୁଳ୍କ ଆଦି ବାବଦେ ମାର୍ଚ୍ଚ ଅପେକ୍ଷା ଏପ୍ରିଲରେ ଅଧିକ ଖର୍ଚ୍ଚ କରିଛନ୍ତି। ସ୍ୱାସ୍ଥ୍ୟ ବାବାଦେ ପ୍ରତି ପରିବାର ମାସିକ ଯେତିକି ବ୍ୟୟ କରିଥାନ୍ତି ଏହି ସମୟରେ ଅଧିକ ୧୧ ପ୍ରତିଶତ ବ୍ୟୟ କରିଛନ୍ତି।

ଗୋଟିଏ ପଟେ ବଜାରରେ ଅତ୍ୟାବଶକୀୟ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା ବ୍ୟୟ ବୃଦ୍ଧି ହୋଇଥିବା ବେଳେ ଅନ୍ୟପଟେ ଲୋକେ ଇନ୍ଧନ ଦର ବୃଦ୍ଧି ବାବଦ ବ୍ୟୟ ମଧ୍ୟ ନିଜ କାନ୍ଧରେ ବୋହିଛନ୍ତି। ତେବେ ରିପୋର୍ଟ ଅନୁସାରେ ସ୍ୱାସ୍ଥ୍ୟ ବାବଦେ ଲୋକଙ୍କ ଖର୍ଚ୍ଚ ଆଗାମୀ ଦିନମାନଙ୍କରେ ଆହୁରି ବଢିବ ବୋଲି  କୁହାଯାଇଛି। କେବଳ ଔଷଧ ଏବଂ ଚିକିତ୍ସା ଉତ୍ପାଦ ମୂଲ୍ୟ ବୃଦ୍ଧି ହେଲେ ସାମଗ୍ରିକ ଭାବେ ଭାରତୀୟ ପରିବାରଙ୍କ ଉପରେ ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚଭାର ପଡିବ।

FILE – In this April 30, 2021, file photo, health workers attend to COVID-19 patients at a makeshift hospital in New Delhi, India. COVID-19 infections and deaths are mounting with alarming speed in India with no end in sight to the crisis. People are dying because of shortages of bottled oxygen and hospital beds or because they couldn’t get a COVID-19 test. (AP Photo/File)

କରୋନାରେ ୩୦ ପ୍ରତିଶତ ଲୋକେ ହସ୍ପିଟାଲକୁ ଯାଇଥିବା ବେଳେ ଏହାର ୩୦ ପ୍ରତିଶତ ଘରୋଇ ହସ୍ପିଟାଲରେ ନିଜର ଚିକିତ୍ସା କରାଇଛନ୍ତି। ଏଥିପାଇଁ ସେମାନେ ଅତିରିକ୍ତ ୩୫ ହଜାର କୋଟି ଟଙ୍କା ବ୍ୟୟ କରିଥିବା ରିପୋର୍ଟରୁ ଜଣାପଡିଛି। କେବଳ ସ୍ୱାସ୍ଥ୍ୟ ମୁଦ୍ରାସ୍ପିତି ନୁହେଁ ଲକଡାଉନ ସମ୍ପର୍କରେ ମଧ୍ୟ ଏସବିଆଇ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏଥିରେ ଯଦିଓ କରୋନା ଦ୍ୱିତୀୟ ଲହର ପାଇଁ ଦେଶରେ  ଜାତୀୟ ଲକଡାଉନ ଜାରି ହୋଇନି ତେବେ ଆଞ୍ଚଳିକ ସ୍ତରରେ ଏବାବଦେ କଟକଣା ଓ ଲକଡାଉନ୍‌ ହୋଇଛି। ଏଥିଯୋଗୁ ଲୋକଙ୍କ ଆୟରେ ୧୬ ହଜାର କୋଟି ଟଙ୍କା ହ୍ରାସ ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଏସବିଆଇଙ୍କ ରିପୋର୍ଟ ଅନୁସାରେ କରୋନା ଦ୍ୱିତୀୟ ଲହର ଭାରତୀୟ ପରିବାରଙ୍କ ଉପରେ ସାମଗ୍ରିକ ଭାବେ ୬୬ ହଜାର କୋଟି ଟଙ୍କାର ବୋଝ ଲଦିଛି। ଭାରତୀୟ ପରିବାରଙ୍କ ଲାଗି ଏହା ବୋଝ ବୋଲି କୁହାଯାଇପାରେ। ଦେଶରେ ୨୦୧୯-୨୦ରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ହୋଇଥିବା ମୋଟ ବ୍ୟୟ ୬ଲକ୍ଷ କୋଟି ଟଙ୍କାର ୧୧ ପ୍ରତିଶତ ବୋଲି ଏସବିଆଇ କହିଛନ୍ତି।  

   Related Posts