ସିଲ୍ ହେଲା ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ, ୮ ପଜିଟିଭ୍ ବାହାରିବା ପରେ ବିଏମସିର ପଦକ୍ଷେପ
4/04/2021 at 2:01 PM

ଭୁବନେଶ୍ୱର, ୦୪।୦୪: ରାଜଧାନୀ ଭୁବନେଶ୍ୱରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ବା ଏସବିଆଇର ମୁଖ୍ୟ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି । କାର୍ଯ୍ୟାଳୟରୁ ୮ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ସୂଚନାନୁସାରେ, ରାଜ୍ୟରେ ହୁହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୩ ଦିନ ହେଲା ୪୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ବିଏମସି ଅଞ୍ଚଳରୁ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରବିବାର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟକୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ୨ ଦିନ ପାଇଁ ସିଲ୍ କରାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।