ଯେଉଁ SBI ୟେସ୍ ବ୍ୟାଙ୍କକୁ ସାହାଯ୍ୟର ହାତ ବଢାଇଛି, ସେହି ସର୍ବବୃହତ ବ୍ୟାଙ୍କର ବୁଡି ଯାଇଛି ସବୁଠୁ ଅଧିକ ଅର୍ଥ

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ ୦୯।୦୩- ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥବା ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଯେଉଁ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ସାହାଯ୍ୟର ହାତ  ବଢାଇଛି, ଖୋଦ୍ ନିଜର ସବୁଠୁ ଅଧିକ ଋଣ ବୁଡି ଯାଇଛି। ଅର୍ଥାତ ଏହି ବ୍ୟାଙ୍କର ଏନପିଏ ସବୁଠୁ ଅଧିକ ରହିଛି। ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ(PSB)ରେ ଯେ କୌଣସି ବ୍ୟାଙ୍କର ଏନପିଏ ଏସବିଆଇଠୁ ମଧ୍ୟ କମ ରହିଛି। ଗତ ପାଞ୍ଚ ବର୍ଷରେ ଏସବିଆଇର ବୁଡି ଯାଉଥିବା ଅର୍ଥର ପରିମାଣ ସଂପ୍ରତି ତିନି ଗୁଣ ବୃଦ୍ଧି ଘଟିଛି। ୨୦୧୪-୧୫ରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଏନପିଏ ୫୬,୭୩୮ କୋଟି ଟଙ୍କା ରହିଥିଲା, ଯାହା ଏବେ ବଢି ୧ ଲକ୍ଷ ୫୯ ହଜାର ୬୬୧ କୋଟି ଟଙ୍କାରେ ପହଞ୍ଚିଛି।

ଏସବିଆଇର ଚେୟାରମ୍ୟାନ ରଜନୀଶ କୁମାର ଶନିବାର ମାର୍ଚ୍ଚ ୭ରେ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ୟେସ୍ ବ୍ୟାଙ୍କକୁ ସଙ୍କଟରୁ ବାହାର କରିବା ଏବଂ ଏହାର ପୁନରୁଦ୍ଧାର ଲାଗି ୨୦ ହଜାର କୋଟି ଟଙ୍କା ଆବଶ୍ୟକ। ତାଙ୍କ ବ୍ୟାଙ୍କ ସଂପ୍ରତି ଏଥିରେ ୨୪୫୦ କୋଟି ଟଙ୍କା ନିବେଶ କରିବ।

ଏସବିଆଇରେ ମିଶ୍ରଣ ହୋଇଥିବା ୬ ବ୍ୟାଙ୍କର ବୁଡି ଯାଇଥିବା ଋଣ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆରେ ମିଶି ଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ଷ୍ଟେଟ୍ ବ୍ୟାଙ୍କ ଅଫ ହାଇଦ୍ରାବାଦର ମୋଟ୍ ଡୁବିଥିବା ଋଣ ୧୮,୨୧୨ କୋଟି ଟଙ୍କା ଥିଲା। ଏସବିଆଇରେ ବିଲୟ ହୋଇଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ପଟିଆଲାର ୧୭,୮୪୭ କୋଟି ଟଙ୍କା ଡୁବି ସାରିଛି। ଏହି ପରି ଷ୍ଟେଟ୍ ବ୍ୟାଙ୍କ ଅଫ ବିକାନେର ଏବଂ ଜୟପୁରର ୧୦,୬୭୭ କୋଟି, ଷ୍ଟେଟ୍ ବ୍ୟାଙ୍କ ଅଫ ମହୀଶୂରର ୯,୯୧୫ କୋଟି ଟଙ୍କା ଓ ଷ୍ଟେଟ୍ ବ୍ୟାଙ୍କ ଅଫ ତ୍ରାବଣକୋରର ୮,୮୧୭ କୋଟି ଟଙ୍କା ଏନପିଏ ରହିଛି। ମିଶ୍ରଣ ସମୟରେ ଭାରତୀୟ ମହିଳା ବ୍ୟାଙ୍କର ୫୫ ହଜାର କୋଟି ଟଙ୍କା ଏନପିଏ ରହିଥିଲା।

ପଞ୍ଜାବ ନ୍ୟାସନାଲ  ବ୍ୟାଙ୍କ(PNB)ର ବୁଡି ଯାଇଥିବା ଋଣର ବୃଦ୍ଧି  ଘଟିଛି। ପାଞ୍ଚ ବର୍ଷ ପୂର୍ବେ ୨୦୧୫ ଏହାର ଏନପିଏ ୨୫୬୯୫ କୋଟି ଥିଲା ଯାହା ଗୋଟିଏ ବର୍ଷ ଦୁଇ ଗୁଣ ବଢି ୫୫ ହଜାର କୋଟି ଟଙ୍କାରୁ ଅଧିକ ହୋଇ ଯାଇଥିଲା। ୨୦୧୯-୨୦ରେ ଏହାର ବୁଡି ଯାଇଥିବା ଋଣର ପରିମାଣ ୭୬,୮୦୯ କୋଟି ଟଙ୍କାରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.