Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଗ୍ରାହକଙ୍କୁ ଷ୍ଟେଟ୍ ବ୍ୟାଙ୍କର ବଡ ଉପହାର, ଘରେ ବସି ଉଠାଇପାରିବେ ଟଙ୍କା, ଏମିତି ପାଇବେ ଲାଭ…

17/01/2021 at 1:20 PM

ନୂଆଦିଲ୍ଲୀ,୧୭/୦୧: ଯଦି ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ଆପଣ ଘରେ ବସି ବ୍ୟାଙ୍କରୁ କ୍ୟାସ୍ ଉଠାଇବା ସହ ଜମା ମଧ୍ୟ କରିପାରିବେ । ଏହା ସହ ବ୍ୟାଙ୍କ ଘରେ ବସି ଅନେକ କିଛି ସୁବିଧା ଦେଉଛି । ଅର୍ଥାତ ଏହି ସବୁ କାମ ପାଇଁ ଆପଣଙ୍କୁ ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ଷ୍ଟେଟ୍ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଡୋରଷ୍ଟେପ୍ ବ୍ୟାଙ୍କିଂର ସୁବିଧା ପ୍ରଦାନ କରିଛି ।

ଏହି ସୁବିଧାରେ ଆକାଉଣ୍ଟଧାରୀ ବ୍ୟାଙ୍କ ତରଫରୁ ନନ୍ ଫାଇନାନସିଆଲ୍ ସର୍ଭିସେସ୍ ଯଥା ଚେକ୍, ଡିମାଣ୍ଡ ଡ୍ରାଫ୍ଟ, ପେ ଅର୍ଡରର ପିକ୍ ଅପ୍, ଆକାଉଣ୍ଟ ଷ୍ଟେଟମେଣ୍ଟ ରିକ୍ୱେଷ୍ଟ, ଟର୍ମ ଡିପୋଜିଟ୍ ରସିଦ ଘରେ ହିଁ ପହଁଚାଇ ଦିଆଯାଏ ।

ବ୍ୟାଙ୍କ୍ ତରଫରୁ ଟ୍ୱିଟ୍ କରାଯାଇ ଏନେଇ ସୂଚନା ଦିଆଯାଇଛି । ଏସବିଆଇ କହିଛି ଯେ, ଏବେ ଆପଣଙ୍କ ବ୍ୟାଙ୍କ ଘର ସାମ୍ନାରେ ରହିଛି । ଆଜି ହି ଡୋରଷ୍ଟେପ୍ ବ୍ୟାଙ୍କିଂ ପାଇଁ ରେଜିଷ୍ଟର କରନ୍ତୁ । ଏହାସହ ଅନେକ ଫାଇଦାର ଲାଭ ଉଠାନ୍ତୁ ।

କିପରି କରିବେ ରେଜିଷ୍ଟ୍ରେସନ

ବ୍ୟାଙ୍କର ମୋବାଇଲ ଆପ୍ଲିକେସନ, ଓ୍ୱେବସାଇଟ ବା କଲ୍ ସେଣ୍ଟରକୁ କଲ୍ କରି ରେଜିଷ୍ଟର କରାଯାଇ ପାରିବ । ଏହାସହ ଟୋଲ ଫ୍ରି ନମ୍ବର ୧୮୦୦୧୧୧୧୦୩ରେ କଲ୍ କରି ମଧ୍ୟ ରେଜିଷ୍ଟ୍ରେସନ କରିହେବ । ଏହାସହ ଆପଣ ବ୍ରାଞ୍ଚରେ ମଧ୍ୟ ସମ୍ପର୍କ କରିପାରିବେ ।

କେଉଁ ଗ୍ରାହକଙ୍କୁ ମିଳିବ ନାହିଁ ଏହାର ଲାଭ

ଜଏଣ୍ଟ ଆକାଉଣ୍ଟଧାରୀ

ମାଇନର ଆକାଉଣ୍ଟସ୍

କେତେ ଟଙ୍କା ମଗାଇପାରିବେ

ଏସବିଆଇର ମିନିମମ ଲିମିଟ ୧୦୦୦ ଥିବା ବେଳେ ସର୍ବାଧିକ ଲିମିଟ୍ ରହିଛି ୨୦୦୦୦ ଟଙ୍କା । କ୍ୟାସ୍ ଉଟାଣ ପାଇଁ ପୂର୍ବରୁ ବ୍ୟାଙ୍କ୍ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ରହିବା ଜରୁରୀ । ଏପରି ନହେଲେ ଟ୍ରାଞ୍ଜାକ୍ସନ କ୍ୟାନସଲ୍ ହୋଇଯିବ ।

କଣ ଏହି ଡୋରଷ୍ଟେପ୍ ବ୍ୟାଙ୍କିଂ ସର୍ଭିସ

ଡୋରଷ୍ଟେପ୍ ବ୍ୟାଙ୍କିଂ ଦ୍ୱାରା ଗ୍ରାହକ ଚେକ୍ ଡିପୋଜିଟ୍ କରିବା, ଟଙ୍କା ଉଠାଣ, ଜୀବନ ପ୍ରମାଣ ପତ୍ର ଭଳି ସୁବିଧାର ଲାଭ ଘରେ ବସି ଉଠାଇପାରିବେ । ଏହି ସୁବିଧାରେ ୭୦ ବର୍ଷରୁ ଅଧିକ ବୟସର ବୃଦ୍ଧ ଓ ବୃଦ୍ଧା, ଦିବ୍ୟାଙ୍ଗଙ୍କୁ ଲାଭ ମିଳିବ ।ଏଥିରେ ବ୍ୟାଙ୍କର କୌଣସି କର୍ମଚାରୀ ଆପଣଙ୍କ ଘରକୁ ଆସିବେ ଓ କାଗଜ ନେଇ ବ୍ୟାଙ୍କରେ ଜମାକରିଦେବେ ।

   Related Posts