ଏସବିଆଇ ଭୁବନେଶ୍ୱର ମଣ୍ଡଳର ଏଫଆଇଏମଏମ ଏବଂ ଜିଇସିଏଲ ସ୍କିମ୍ ଆରମ୍ଭ, ଚାଷୀଙ୍କ ସହ ଏମଏସଏମଇ ସେକ୍ଟରକୁ ହେବ ଫାଇଦା

Published By : Prameya-News7 Bureau | June 01, 2020 IST

ଭୁବନେଶ୍ୱର, ୦୧|୦୬:  ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଭୁବନେଶ୍ୱର ମଣ୍ଡଳରେ ଏଫଆଇଏମଏମ ଏବଂ ଜିଇସିଏଲର ଉଦଘାଟିତ ହୋଇଛି । । ଏହା ଭାରତ ସରକାରଙ୍କ ଦ୍ୱାରା ଏକ ପ୍ରୟାସ ଯାହା ଭୁବନେଶ୍ୱର ମଣ୍ଡଳରେ  ସୋମବାରଠାରୁ ଆରମ୍ଭ ହୋଇଛି । ଏହି ସ୍କିମ୍ ୨୮ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ । ଏହାଦ୍ୱାରା ସାଧାରଣ ଲୋକେ ବହୁ ପରିମାଣରେ ଉପକୃତ ହେବେ । ଏହି ସେବା ପ୍ରାୟତଃ ଗ୍ରାମାଞ୍ଚଳ ଶାଖା ଗୁଡିକରେ ବିଶେଷ ଭାବେ ଉପଲବ୍ଧ ହେବ ଏବଂ ଏହା ସବୁ ଶାଖା ଏବଂ ଗ୍ରାହକ ସେବା କେନ୍ଦ୍ର ଦ୍ୱାରା କରାଯିବ ।  ଗ୍ରାମାଞ୍ଚଳର କୃଷକମାନେ ସରକାରଙ୍କ ପ୍ରଚଳିତ  ସ୍କିମ୍ ଗୁଡିକରୁ ବହୁ ପରିମାଣରେ ଲାଭାବାନ ହେବେ ।

ବର୍ତ୍ତମାନଏଏସବିଆଇ ପାଖରେ ୪୪୦୦ଟି ଗ୍ରାହକ ସେବା କେନ୍ଦ୍ର ଅଛି । ଏହି ସ୍କିମକୁ ପ୍ରଚଳନ କରିବାରେ ଏହା ସହାୟକ ହେବ । ଏହା ଭାରତ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାଗୁଡିକ ଯଥା ଅଟଳ ପେନସନ୍ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା, ଜୀବନ ଜ୍ୟୋତି ଯୋଜନା ଆଦି ଲୋକଙ୍କ ନିକଟରେ ପହଁଚାଇବା ପାଇଁ ସହାୟକ ହୁଅନ୍ତି । ଏଠାରେ ଗ୍ରାହକଙ୍କ ପାସବୁକ୍ ପ୍ରିଣ୍ଟିଂଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ । ଏସବିଆଇ ଆହୁରି ୧୦୦୦ଟି ଗ୍ରାହକ ସେବା କେନ୍ଦ୍ର ଖୋଲିବାର ବ୍ୟବସ୍ଥା ମଧ୍ୟ କରୁଛି ।

ଭାରତ ସରକାରଙ୍କ ଆତ୍ମ ନିର୍ଭରତା ଯୋଜନାରେ ଯେଉଁ ୨୦ ଲକ୍ଷ କୋଟି ବରାଦ ହୋଇଛି ତାହା ମଧ୍ୟରୁ ୩ ଲକ୍ଷ କୋଟି ଏମଏସଏମଇ ସେକ୍ଟରକୁ ବରାଦ ଦିଆଯାଇଛି । ଯାହାକୁ ସଫଳ ପ୍ରୟାସ ଦେବାରେ ଏହା ବହୁ ମାତ୍ରାରେ ସହାୟକ ହେବ । ଏମଏସଏମଇ  ଗ୍ୟାରେଣ୍ଟି ଯୋଜନା ଶିଳ୍ପ ଏ ବ୍ୟବସାୟୀଙ୍କ ପାଇଁ ଉଦ୍ଦିଷ୍ଟ । ଯେଉଁ ବ୍ୟବସାୟୀମାନେ ୨୫ କୋଟିରୁ କମ ଯନ୍ତ୍ରାଂଶରେ ବିନିଯୋଗ କରୁଛନ୍ତି  ସେମାନେ ଏହି ଯୋଜନାର ଲାଭ ନେଇପାରିବେ । ଏହି ଋଣ ବକେୟା ରାଶିରେ ୨୦ ପ୍ରତିଶତ ବିନା ଗ୍ୟାରେଣ୍ଟୀ ଓ ବନ୍ଧକରେ ଦିଆଯାଇ ପାରିବ । ଏହାକୁ ଶାଖା ପ୍ରବନ୍ଧକମାନେ ଅନୁମୋଦନ କରିବେ । ସାରା ଓଡିଶାରେ ଏସବିଆଇ ୧୦୦୦ରୁ ଅଧିକ ଋଣ ଓ ୨୬୨ କୋଟିରୁ ଅଧିକ ରାଶି ଅନୁମୋଦନ କରିସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.