ଏସ୍‌ବିଆଇ କର୍ମଚାରୀଙ୍କ ବଡ ଖବର, ଯେଉଁଠାରୁ ମଧ୍ୟ କାମ କରିପାରିବେ ବ୍ୟାଙ୍କ୍ କର୍ମଚାରୀ

Published By : Prameya-News7 Bureau | July 15, 2020 IST

ନୂଆଦିଲ୍ଲୀ ୧୫/୦୭ : କରୋନା ସଙ୍କଟ ମଧ୍ୟରେ ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ନିଜ କର୍ମଚାରୀଙ୍କ ଖୁସି ଖବର ଆଣିଛି | ଆଗାମୀ ସମୟରେ ଏସବିଆଇ କର୍ମଚାରୀ ଯେକୌଣସି ସ୍ଥାନରେ କାମ କରିପାରିବେ | ବ୍ୟାଙ୍କ ପରିଚାଳକ କର୍ମଚାରୀଙ୍କ ପାଇଁ ଏହି ସୁବିଧା ଯୋଗାଡ କରିବ | ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି ଯେ ଏଥିପାଇଁ ବ୍ୟାଙ୍କ ଏକ ଢାଞ୍ଚା ବିକଶିତ କରିବ ଏବଂ ଏଥିରେ ହଜାରେ କୋଟି ଟଙ୍କା ସଞ୍ଚୟ ହେବାର ଅନୁମାନ କରାଯାଇଛି |

ମଙ୍ଗଳବାର ଦିନ ବ୍ୟାଙ୍କର ୬୫ତମ ବାର୍ଷିକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଥିଲେ ଯେ ବ୍ୟାଙ୍କର ପୁରା ନଜର ବର୍ତ୍ତମାନ ଖର୍ଚ୍ଚ କମ କରିବା, କର୍ମଚାରୀଙ୍କ ସଂଖ୍ୟାକୁ ଯୁକ୍ତିସଂଗତ କରିବା ଏବଂ ସେମାନଙ୍କ କୌଶଳକୁ ପୁଣି ସୁଧାରିବା, ଉତ୍ପାଦକ ସର୍ବୋତ୍ତମ କରିବା ଏବଂ ପ୍ରଶାସନିକ କାର୍ଯ୍ୟାଳୟଋ ବାହାରି ବିକ୍ରି କାର୍ଯ୍ୟାଳୟରେ ପୁଣି ନିୟୋଜିତ କରିବା ଉପରେ ରହିବ | ସର୍ବଶ୍ରେଷ୍ଠ ବିଶ୍ୱ ସ୍ଥରୀୟ ପ୍ରକ୍ରିୟା ପାଳନ କରି ବ୍ୟାଙ୍କ ଯେଉଁଠାରୁ ମଧ୍ୟ କାମ କରିବା ପାଇଁ ବୁନିୟାଦୀ ଢାଞ୍ଚା ବିକଶିତ କରିବ ବୋଲି ସେ କହିଛନ୍ତି |

{"id":300689,"sizeSlug":"large"}

ଏହି ଢାଞ୍ଚା କର୍ମଚାରୀଙ୍କୁ ଯେକୌଣସି ଜାଗାଋ କାମ କରିବାକୁ ସୁବିଧା ଦେବ | ତେବେ ଏଥିପାଇଁ କର୍ମଚାରୀଙ୍କୁ ନିଜର ସାମାଜିକ ଜୀବନ ଓ ପ୍ରଫେସନାଲ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ | ସେ କହିଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ହଜାରେ କୋଟି ଟଙ୍କାର ଆନୁମାନିକ ମୂଲ୍ୟ ସଞ୍ଚୟ ହେବାର ଅନୁମାନ କରାଯାଉଛି ଏବଂ କୋଭିଡ-୧୯ ସଙ୍କଟ ସମୟରେ ଏହି ପ୍ରକ୍ରିୟା ବ୍ୟାଙ୍କ କାର୍ଯ୍ୟକଳାପକୁ ଜାରି ରଖିବାରେ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିବ | କରୋନା ଯୋଗୁଁ ବର୍ଷ ୨୦୨୦-୨୧ ଅନ୍ୟ ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ଭଳି ଏସବିଆଇ ପାଇଁ ମଧ୍ୟ ଚେତାବନୀ ସଦୃଶ |

ବ୍ୟାଙ୍କ ଏହିଭଳି ଚେତାବନୀର ମୁକାବିଲା କରିବାକୁ ସମ୍ପୂର୍ଣ ପ୍ରସ୍ତୁତ ଅଛି | ବ୍ୟାଙ୍କରେ ଲାଗୁ କରାଯାଉଥିବା ସମସ୍ତ ପରିଯୋଜନା ଉପରେ ନଜର ରଖିବାକୁ ପଦକ୍ଷେପ ନେଇଛି | ବ୍ୟାଙ୍କକୁ ଲଘୁଋ ମଧ୍ୟମ ଅବଧିରେ କୋଭିଡ-୧୯ ପ୍ରଭାବଋ ଉପରକୁ ଆସିବାକୁ ଆଶା ରଖିଛି | ସମସ୍ତ ପ୍ରକାର ଚିନ୍ତାକୁ ନେଇ ବ୍ୟାଙ୍କ ସତର୍କ ଅଛି ବୋଲି ରଜନୀଶ କୁମାର କହିଛନ୍ତି | ଏହାସହ ବ୍ୟାଙ୍କ ଋଣ କରିଥିବା ଗ୍ରାହକଙ୍କୁ ସାହାଯ୍ୟ କରିବାକୁ ସକ୍ରିୟ ଭାବରେ ପଦକ୍ଷେପ ନେଉଛି ବୋଲି ସେ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.