ଷ୍ଟେଟ ବ୍ୟାଙ୍କର ବଡ ଘୋଷଣା, ଆଉ ରହିବନି ମିନିମମ୍ ବାଲାନ୍ସ, ପଡିବନି ଫାଇନ୍

Published By : Prameya-News7 Bureau | March 11, 2020 IST

ନୂଆଦିଲ୍ଲୀ ୧୧।୦୩- ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କୋଟି କୋଟି ଗ୍ରାହକଙ୍କୁ ବୁଧବାର ବଡ ଆଶ୍ଵସ୍ତି ଦେଇଛି। ବ୍ୟାଙ୍କ ସର୍ବନିମ୍ନ ଜମା ଟଙ୍କା ରାଶି ସୀମା ଛାଡ ଘୋଷଣା କରିଛି। ଏହାର ଅର୍ଥ ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କୁ ସର୍ବନିମ୍ନ ଟଙ୍କା ଜମା ଉପରେ କୌଣସି ଚାର୍ଜ ଦେବାକୁ ପଡିବନି। ଫଳରେ ବ୍ୟାଙ୍କର ଗ୍ରାହକ ଏବେ ନିଜ ହିସାବରେ ଖାତାରେ ଅର୍ଥ ଜମା କରି ପାରିବେ ଏବଂ ଖାତାରେ ସର୍ବନିମ୍ନ ବାଲାନ୍ସ ହଜାରେ ଟଙ୍କାରୁ କମ୍ ହୋଇ ପାରିବ। କାରଣ ସର୍ବନିମ୍ନ କ୍ୟାପ୍ ନିୟମ ଉଠାଇ ନେଇଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ।

wp:core-embed/twitter {"url":"https://twitter.com/PTI_News/status/1237703130139119617?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237703130139119617\u0026ref_url=https%3A%2F%2Faajtak.intoday.in%2Fstory%2Fsbi-does-away-with-minimum-balance-requirement-in-savings-accounts-tutk-1-1170751.html","type":"rich","providerNameSlug":"twitter","className":""}
https://twitter.com/PTI_News/status/1237703130139119617?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1237703130139119617&ref_url=https%3A%2F%2Faajtak.intoday.in%2Fstory%2Fsbi-does-away-with-minimum-balance-requirement-in-savings-accounts-tutk-1-1170751.html
/wp:core-embed/twitter

ଉଲ୍ଲେଖଯୋଗ୍ୟ, ଦୀର୍ଘ ସମୟରୁ ଷ୍ଟେଟ୍ ବ୍ୟାଙ୍କ ଇଣ୍ଡିଆ ସର୍ବନିମ୍ନ ଜମା ଉପରେ ଫାଇନ ନେଉଥିବାରୁ ଜମାକାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ଘଟିଥିଲା। ବ୍ୟାଙ୍କର ଏହି ନିଷ୍ପତ୍ତିକୁ ମଧ୍ୟ ସବୁ ବର୍ଗରୁ ସମାଲୋଚନା କରାଯାଇଥିଲା। ବ୍ୟାଙ୍କର ଏହି ନିଷ୍ପତ୍ତିରେ ପ୍ରାୟ ୪୦ କୋଟିରୁ ଅଧିକ ଖାତାଧାରୀଙ୍କୁ  ଫାଇଦା ମିଳିବ ବୋଲି ଆଶା କରାଯାଉଛି।

ସଂପ୍ରତି ଏସବିଆଇ ଭିନ୍ନ ଭିନ୍ନ କାଟାଗୋରୀରେ ଖାତାଧାରକଙ୍କୁ ସର୍ବନିମ୍ନ ଜମା ରାଶି ଭାବେ ୧୦୦୦ ଟଙ୍କାରୁ ୩୦୦୦ ଟଙ୍କା ରଖିବାକୁ ପଡୁଛି। ମେଟ୍ରୋ ସିଟିରେ ରହୁଥିବା ଏସବିଆଇ ସେଭିଙ୍ଗ ଆକାଉଣ୍ଟ ହୋଲଡର୍ସଙ୍କୁ  ଖାତାରେ ସର୍ବନିମ୍ନ ଜମା ରାଶି ଭାବେ ୩୦୦୦ ଟଙ୍କା, ସେମି ଅର୍ବାନ ସେଭିଙ୍ଗ ଆକାଉଣ୍ଟ ହୋଲର୍ଡ୍ସଙ୍କୁ ୨୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ଥିବା ସେଭିଙ୍ଗ ଆକାଉଣ୍ଟ ହୋଲଡର୍ସଙ୍କୁ ଖାତାରେ ସର୍ବନିମ୍ନ ୧୦୦୦ ଟଙ୍କା ରଖିବାକୁ ପଡୁଛି।

{"id":236643,"width":760,"height":506,"sizeSlug":"large"}

ଯଦି ଆପଣ ଖାତାରେ ସର୍ବନିମ୍ନ ବାଲାନ୍ସ ନରଖନ୍ତି ତେବେ ବ୍ୟାଙ୍କ ପକ୍ଷରୁ ୫ ଟଙ୍କାରୁ ୧୫ ପର୍ଯ୍ୟନ୍ତ ଫାଇନ ଲଗାଯାଉଥିଲା। ଏହି ପେନାଲଟିରେ ଟ୍ୟାକ୍ସ ମଧ୍ୟ ଜଡିତ ରହୁଥିଲା। ଏହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାରଙ୍କ ଅନୁଯାୟୀ ଏହି ନୂତନ ଘୋଷଣା  ପରେ ଗ୍ରାହକଙ୍କ  ବ୍ୟାଙ୍କ ପ୍ରତି ଭରସା ବଢିବ। ମିନିମମ ବ୍ୟାଙ୍କ ବାଲାନ୍ସ ଚାର୍ଜ ସମାପ୍ତ କରିବା ବ୍ୟାଙ୍କର ଏକ ମହତ୍ଵପୂର୍ଣ୍ଣ ପଦକ୍ଷେପ। ଏହା ଗ୍ରାହକଙ୍କୁ ଅଧିକ ସୁବିଧା ଏବଂ ଉନ୍ନତ ସେବା ପ୍ରଦାନରେ ସହାୟକ ହେବ ବୋଲି ରଜନୀଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.